Advertisment

ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନେଲେ ଓଡ଼ିଶାର ୩ ସାଂସଦ; ଓଡିଆରେ ନେଲେ ଶପଥ...

ବିଜେପିର ଅଶ୍ବିନୀ ବୈଷ୍ଣବ, ଓ ବିଜେଡିର ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ଆଜି ରାଜ୍ୟସଭାରେ ବିଧିବଦ୍ଧ ଭାବେ ସଭ୍ୟ ରୂପେ ଶପଥ ନେଇଛନ୍ତି ।

ଅଦ୍ୟତନ ହୋଇଛି
Rajya Sabha Members Oath Taking Ceremony

Rajya Sabha

Advertisment

ଓଡ଼ିଶାର ତିନି ଜଣ ରାଜ୍ୟସଭା ସାଂସଦ ଆଜି ଶପଥ ନେଇଛନ୍ତି । ବିଜେପିର ଅଶ୍ବିନୀ ବୈଷ୍ଣବ, ଓ ବିଜେଡିର ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ଆଜି ରାଜ୍ୟସଭାରେ ବିଧିବଦ୍ଧ ଭାବେ ସଭ୍ୟ ରୂପେ ଶପଥ ନେଇଛନ୍ତି । ରାଜ୍ୟସଭା ଚେୟାରମ୍ୟାନ୍ ତଥା ଉପରାଷ୍ଟ୍ରପତି ତାଙ୍କୁ ଶପଥ ପାଠ କରାଇଛନ୍ତି । ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବ,ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ଓଡ଼ିଆରେ ଶପଥ ଗ୍ରହଣ କରିଥିଲେ ।

Advertisment

ଚଳିତ ରାଜ୍ୟସଭା ନିର୍ବାଚନ ୨୦୨୪ରେ ଓଡ଼ିଶାରେ ତିନି ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ୨୦୨୪ ଏପ୍ରିଲରେ ଅବସର ଗ୍ରହଣ କରିଥିବା ସଦସ୍ୟଙ୍କ ଆସନ ପୂରଣ ପାଇଁ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ଫେବ୍ରୁଆରୀ ୨୭ତାରିଖରେ ହେବାର ଥିଲା, ଯାହା ଏବେ ପୂରଣ ହୋଇଛି ।

Advertisment

ସମସ୍ତ ନିର୍ବାଚିତ ପ୍ରାର୍ଥୀଙ୍କୁ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସାର୍ଟିଫିକେଟ୍ ଦିଆଯାଇଥିଲା । ଓଡ଼ିଶାରୁ ୩ଟି ଆସନ ଖାଲି ପଡ଼ିଥିବା ବେଳେ ଏହି ୩ ଜଣ ପ୍ରାର୍ଥୀଙ୍କୁ ଛାଡ଼ି ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ ।

Rajya Sabha Oath Taking Ceremony
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ