Advertisment

‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଖବର; ଉପ-ମୁଖ୍ୟମନ୍ତ୍ରୀ କହିଲେ...

‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଖବର  । ପୋର୍ଟାଲରେ ମିଳିବ ‘ସୁଭଦ୍ରା’ ଯୋଜନାର ସମସ୍ତ ସୂଚନା ।

ଅଦ୍ୟତନ ହୋଇଛି
Subhadra portal launched in Odisha; form submission starts Sep 4, first instalment from Sep 17

Subhadra Yojana

Advertisment

‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଖବର  । ପୋର୍ଟାଲରେ ମିଳିବ ‘ସୁଭଦ୍ରା’ ଯୋଜନାର ସମସ୍ତ ସୂଚନା । ତେବେ ଏନେଇ ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ ସୁଭଦ୍ରାର ସମସ୍ତ ସୂଚନା । ସୁଭଦ୍ରା ପୋର୍ଟାଲ- subhadra.odisha.gov.inରେ ସମସ୍ତ ସୂଚନା ପାଇ ପାରିବେ । କିଛି ତଥ୍ୟ ଜାଣିବାକୁ ଚାହୁଁଥିଲେ କି କୌଣସି ପ୍ରକାର ସଂଶୟ ଥିଲେ ପୋର୍ଟାଲରୁ ହିଁ ଜାଣିହେବ ବୋଲି କହିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

Advertisment

ସୂଚନା ଦେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି ଯେ, ଫର୍ମ ବଣ୍ଟନ ଆରମ୍ଭ ହୋଇଛି, ୪ରୁ ଫର୍ମ ସଂଗ୍ରହ ଆରମ୍ଭ ହେବ । ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବାକୁ ହେବ  । ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିବାକୁ ହେବ । ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ହେବ ବୋଲି ମଧ୍ୟ କହିଛନ୍ତି।

ଅଧିକ ପଢ଼ନ୍ତୁ: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Advertisment

ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି ୧୭ରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ନିଜେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ । ସବୁ ଯୋଗ୍ୟ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

ଏପଟରେ ଅଙ୍ଗନବାଡି କେନ୍ଦ୍ରରେ ଲମ୍ୱା ଲାଇନ । ମୋ ସେବା କେନ୍ଦ୍ରରେ ବି ଭିଡ଼। କାହିଁକି ନା, ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହୋଇଛି ଆବେଦନ । ଅଙ୍ଗନବାଡି କେନ୍ଦ୍ର ବ୍ୟତୀତ ବ୍ଲକ ଅଫିସ୍, ମୋ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ରରୁ ମିଳୁଛି ମାଗଣା ଫର୍ମ । ଏମିତି କି ଗାଁରେ ଘର ଘର ବୁଲି ଫର୍ମ ବାଣ୍ଟୁଛନ୍ତି ଅଙ୍ଗନବାଡି ଦିଦି । ତା ସହିତ ଫର୍ମ କେମିତି ପୂରଣ କରିବେ, ଆଉ କେଉଁ କେଉଁ ପ୍ରମାଣ ପତ୍ର ଦେଇ ଆବେଦନ କରିବେ ସେ ନେଇ ବି ସଚେତନ କରୁଛନ୍ତି।

Advertisment

ଗତକାଲି ବାଲେଶ୍ୱର ମୁନ୍ୟସିପାଲିଟି ଅଫିସରେ ପ୍ରାୟ ୨୬ ହଜାର ଫର୍ମ ନେଇ ବାଣ୍ଟିଥିଲେ ଅଙ୍ଗନବାଡି ଦିଦି । ଆଉ ଜଗତସିଂହପୁରରେ ଅଙ୍ଗନବାଡି ଖୋଲୁ ଖୋଲୁ ଲାଇନ୍ ଲଗାଇ ସୁଭଦ୍ରା ଫର୍ମ ନେଇଥିଲେ ମହିଳାମାନେ । ସେହିପରି ଅନଲାଇନରେ ଫର୍ମ ଆବେଦନ ପାଇଁ ମୋ ସେବା କେନ୍ଦ୍ରରେ ପହଞ୍ଚିଥିଲେ ଆବେଦନକାରୀ । ଏପଟେ ଭୁବନେଶ୍ୱରରେ ବିଏମ୍‌ସି କାର୍ଯ୍ୟାଳୟରେ ଅଧିକାରୀମାନଙ୍କୁ ଦିଆଯାଇଛି ପ୍ରଶିକ୍ଷଣ ।

Odisha News Odisha CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ