Advertisment

ଖାଉଟି ହତାଶ, ବଢ଼ୁଛି ଅସନ୍ତୋଷ; ସରକାରଙ୍କ ହସ୍ତକ୍ଷେପ ପରେ ବି ଖସୁନି ଆଳୁ ଦର ...

ରାଜ୍ୟରେ ଆଜିଠୁ ପର୍ଯ୍ୟାପ୍ତ ପରିମାଣରେ, ଆଉ ଉଚିତ୍ ଦାମରେ ଆଳୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯୋଗାଣ ମନ୍ତ୍ରୀ । ଚଢ଼ା ଦରରେ ଆଳୁ ବିକିଲେ, କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ। ହେଲେ ବଜାର ସ୍ଥିତି ପୂରା ଓଲଟା।

undefined

Potatoes Priced

Advertisment

ସରକାରଙ୍କ ହସ୍ତକ୍ଷେପ ପରେ ବି ରାଜ୍ୟରେ ଖସିବାର ନାଁ ଧରୁନି ଆଳୁ ଦର। ବରଂ ବଢି କିଲୋ ୫୦ ଟପିଲାଣି। ଆଳୁର ଏମିତି ଚଢ଼ା ଦର ଦେଖି ଖାଉଟି ହତାଶ, ବଢ଼ୁଛି ଅସନ୍ତୋଷ । ଖୁଚରା ବ୍ୟବସାୟ କହୁଛନ୍ତି, ବଜାରକୁ ଆସୁଥିବା ଆଳୁରୁ ଅଧିକ ମାତ୍ରାରେ ପଚାସଢ଼ା ବାହାରୁଛି। ଏଣୁ ସେମାନେ ବାଧ୍ୟ ହୋଇ ଅଧିକ ଦାମରେ ବିକୁଛନ୍ତି। ନା ପଶ୍ଚିମ ବଙ୍ଗ, ନା ଉତ୍ତର ପ୍ରଦେଶ କେଉଁଠୁ ବି ଆଜିକୁ ୪ ଦିନ ହେଲା ଆଳୁ ଆସିପାରୁନି।

Advertisment

ରାଜ୍ୟରେ ଆଜିଠୁ ପର୍ଯ୍ୟାପ୍ତ ପରିମାଣରେ, ଆଉ ଉଚିତ୍ ଦାମରେ ଆଳୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯୋଗାଣ ମନ୍ତ୍ରୀ । ଚଢ଼ା ଦରରେ ଆଳୁ ବିକିଲେ, କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ। ହେଲେ ବଜାର ସ୍ଥିତି ପୂରା ଓଲଟା। ନା ଗୋଦାମରେ ଆଳୁ ଅଛି, ନା ଦର ଖସୁଛି । ଏମିତିକି ଖୁଚୁରା ବଜାରରେ ଚଢ଼ା ଦାମରେ ଆଳୁ ବିକ୍ରି ହେଉଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ୍ । ଏସବୁ ଭିତରେ କଲବଲ ହେଉଛି ବିଚରା ଖାଉଟି। ବାଧ୍ୟହୋଇ କିଲୋ ପିଛା ୫୦ ଉପରେ କିଣୁଛି ଆଳୁ । ଏପଟେ ଖୁଚୁରା ଆଳୁ ବେପାରୀଙ୍କ କହିବା କଥା, ଏବେ ବଜାରକୁ ଆସୁଥିବା ଆଳୁର ମାନ ବହୁତ ଖରାପ। ଢେର ପଚାସଢ଼ା ବାହାରୁଛି। ସରକାରଙ୍କ ଧାର୍ଯ୍ୟ ଦରରେ ଆଳୁ ବିକିଲେ ବ୍ୟାପକ କ୍ଷତି ସହିବାକୁ ହେବ। 

ରାଜ୍ୟରେ ଆଳୁ ଅଭାବ ଦୂର କରିବାକୁ ପଶ୍ଚିମବଙ୍ଗ ନହେଲେ ଉତ୍ତରପ୍ରଦେଶ ଏପରିକି ପଞ୍ଜାବରୁ ମଧ୍ୟ ଆଳୁ ଆଣିବାକୁ ଯୋଜନା କରାଯାଉଥିବା ଯୋଗାଣ ମନ୍ତ୍ରୀ କହିଥିଲେ।ହେଲେ ୪ ଦିନ ହେଲା, ନା ପଶ୍ଚିମବଙ୍ଗ ନା ଉତ୍ତର ପ୍ରଦେଶ, କେଉଁଠୁ ବି ଆଳୁ ଆସିନି। ପ୍ରଶ୍ନ ଉଠୁଛି, ଯଦି ପଶ୍ଚିମବଙ୍ଗରୁ ନ ଆସି ପାରୁଛି, ଉତ୍ତରପ୍ରଦେଶରୁ କାହିଁକି ଆଳୁ ଅଣାଯାଉନି ? ପାଇକାରୀ ଆଳୁ ବ୍ୟବସାୟୀଙ୍କ କହିବା କଥା, ପଶ୍ଚିମବଙ୍ଗରେ ଏବର୍ଷ ଆଳୁ ଉତ୍ପାଦନ କମିଛି । ତେଣୁ ମମତା ସରକାର ଓଡ଼ିଶାକୁ ଆଳୁ ଯୋଗାଣ ଉପରେ କଟକଣା ଲଗାଇଛନ୍ତି । 

Advertisment

ଅନ୍ୟପଟେ ଉତ୍ତର ପ୍ରଦେଶରୁ ଗୋଟେ ଥର ଆଳୁ କିଣି ଢେର କ୍ଷତି ସହିଛନ୍ତି ବ୍ୟବସାୟୀ। ତେଣୁ ସରକାର ନିଜେ ଆଳୁ ମଗାଇ ଲୋକଙ୍କୁ ଯୋଗାନ୍ତୁ ବୋଲି ଦାବି କରିଛନ୍ତି। ସେପଟେ ରାଜ୍ୟ ବ୍ୟବସାୟୀ ମହାସଂଘ କହିଛି, ଏବେ ପଶ୍ଚିମବଙ୍ଗ ସୀମାରେ ପାଖାପାଖି ୩୦୦ ଟ୍ରକ ଆଳୁ ବୋଝେଇ ହୋଇ ରହିଛି । ପଶ୍ଚିମବଙ୍ଗ ସରକାର ଓ ବ୍ୟବସାୟୀଙ୍କ ବୈଠକ ବସିବ ପରେ କାଲିଠୁ ଆମ ରାଜ୍ୟରେ ଆଳୁ ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି। 

ରାଜ୍ୟରେ ଆଳୁ ଦର ଆକାଶଛୁଆଁ ହେବାପରେ ସ୍କୁଲ ମଧ୍ୟାହ୍ନ ଭୋଜନ ଓ ଆହାର କେନ୍ଦ୍ର ଡାଲମାରୁ ଉଭେଇ ଯାଇଛି ଆଳୁ। ଆଜ ବାଲେଶ୍ବର ଜିଲ୍ଲାର ପଢ଼ୁଆଁପଦା ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟାରେ ଥିବା ଆହାର କେନ୍ଦ୍ରର ଉଭୟ ସ୍ଥାନରେ ଡାଲମାରୁ ଆଳୁ ଉଭାନ ଦେଖିବାକୁ ମିଳିଛି । ସେପଟେ ଅନୁଗୁଳରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଯୋଗାଣ ବିଭାଗ କର୍ମଚାରୀଙ୍କୁ ପଚା ଆଳୁ ଦେଇ ଆଳୁ ସମସ୍ୟାର ସମାଧାନ ପାଇଁ ପ୍ରତିବାଦ କରାଯାଇଛି । 

Advertisment
Potato Price Potatoes Potato Price In Odisha Potato Price Hike Potato Price In Cuttack Potato Price Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ