Advertisment

ସ୍ବାମୀଜୀଙ୍କୁ ମନେ ପକାଉଛି ହିନ୍ଦୁ ସମାଜ; ଅସଲ ହତ୍ୟାକାରୀ କିଏ ? ହତ୍ୟା ପଛରେ ଥିଲା କି ଷଡ଼ଯନ୍ତ୍ର ?

ନିଜ କର୍ମସ୍ଥଳୀରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହୋଇଥିଲା ନିର୍ମମ ହତ୍ୟା । ଆଜି ସେଇ ଦିନ, ସ୍ବାମୀଜୀଙ୍କ ବଳିଦାନ ଦିବସ। ୧୬ତମ ପୁଣ୍ୟତିଥିରେ ସନ୍ଥ ଲକ୍ଷଣାନନ୍ଦଙ୍କୁ ମନେ ପକାଉଛି ହିନ୍ଦୁ ସମାଜ।

undefined

Swami Lakshmanananda Saraswat

Advertisment

ଆଗେ ପୁରୁଣା ଫାଇଲ୍ ଖୋଲିବେ କହିଥିଲେ, ଏବେ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ବି କହିଲେଣି। ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡରର ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ପରେ ଖୁସି ପ୍ରକଟ କରିଛନ୍ତି ସ୍ବାମୀଜୀଙ୍କ ହଜାର ହଜାର ଅନୁଗାମୀ। ହେଲେ ବିଜେଡି କହିଛି- ଏଥିରେ ତାଙ୍କ ଦଳ ବିଚଳିତ ନୁହେଁ । ସେପଟେ ଆଜି ଜନ୍ମାଷ୍ଟମୀରେ ସ୍ବାମୀଜୀଙ୍କ ସ୍ମୃତିରେ ଜଳେଶପଟ୍ଟାରୁ ଭୁବନେଶ୍ବରରେ ଯାଏଁ ପାଳିତ ହୋଇଛି ୧୬ତମ ବଳିଦାନ ଦିବସ।

Advertisment

ତିଥି ଥିଲା ଜନ୍ମାଷ୍ଟମୀ । ସ୍ଥାନ ଜଲେଶପଟ୍ଟା ଆଶ୍ରମ । ନିଜ କର୍ମସ୍ଥଳୀରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହୋଇଥିଲା ନିର୍ମମ ହତ୍ୟା । ଆଜି ସେଇ ଦିନ, ସ୍ବାମୀଜୀଙ୍କ ବଳିଦାନ ଦିବସ। ୧୬ତମ ପୁଣ୍ୟତିଥିରେ ସନ୍ଥ ଲକ୍ଷଣାନନ୍ଦଙ୍କୁ ମନେ ପକାଉଛି ହିନ୍ଦୁ ସମାଜ। କେଉଁଠି ଗଣଦୌଡ଼ ତ କେଉଁଠି କଳସ ଶୋଭାଯାତ୍ରା, ତ ପୁଣି କେଉଁଠି ସ୍ମୃତିଚାରଣ । ତାଭିତରେ ବି ସବୁଠି ଶୁଭିଛି ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦିଆଯିବାର କ୍ଷୋଭ। ଲକ୍ଷ୍ମଣାନନ୍ଦ ସରସ୍ବତୀ ସ୍ମୃତି ନ୍ୟାସ ପକ୍ଷରୁ ରାଜଧାନୀରେ ଆଜି ଆୟୋଜିତ ହୋଇଥିଲା ଗଣଦୌଡ଼। ଯେଉଁଥିରେ ସାମିଲ ହୋଇଥିଲେ ବହୁ ସାଧୁ-ସନ୍ଥଙ୍କ ସହ ବିଭିନ୍ନ ବର୍ଗର ଶତାଧିକ ଲୋକ। 

କନ୍ଧମାଳ ଜଲେଶପଟ୍ଟା କନ୍ୟାଶ୍ରମରେ ବଳିଦାନ ଉତ୍ସବ ଅବସରରେ କଳସ ଯାତ୍ରା, ନାମ ସଂକୀର୍ତ୍ତନ ଓ ଯଜ୍ଞାଦି କାର୍ଯ୍ୟକ୍ରମ ହୋଇଛି । ଉତ୍ସବରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ରବି ନାୟକ ପ୍ରମୁଖ ଯୋଗ ଦେଇଛନ୍ତି। ଜଲେଶପଟ୍ଟା ଭଳି ଚକାପାଦ ଆଶ୍ରମକୁ ବି ସ୍ବାମୀଜୀଙ୍କ ବଳିଦାନ ଦିବସରେ ତାଙ୍କର ଶତାଧିକ ଅନୁଗାମୀଙ୍କ ସମାଗମ ହୋଇଛି । ସବୁଠି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Advertisment

୨୦୦୮ ଅଗଷ୍ଟ ୨୩, ଜନ୍ମାଷ୍ଟମୀ ତିଥିରେ ନିଜ କର୍ମଭୂମୀ ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ ତାଙ୍କର ୪ ସହଯୋଗୀଙ୍କୁ ଯେଉଁଭଳି ନିର୍ମମ ହତ୍ୟା ହେଲା, କଣ ତାର କାରଣ ? ଓ ଅସଲ ହତ୍ୟାକାରୀ କିଏ ? ୧୬ ବର୍ଷ ପରେ ବି ଏସବୁ ଅସମାହିତ। ଏମିତିକି ୟାକୁ ଲୋକଲୋଚନକୁ ଆଣିବାକୁ ତିନି ତିନିଟି ତଦନ୍ତ କମିଶନ ଲାଗିଥିଲେ ଓ ଜଷ୍ଟିସ୍ ନାଇଡୁ କମିଶନ ଚୂଡ଼ାନ୍ତ ରିପୋର୍ଟ ବି ଦେଇଥିଲେ। ହେଲେ ସେ ରିପୋର୍ଟକୁ ସାର୍ବଜନୀନ ନକରି ଗତ ବିଜେଡି ସରକାର ଚାପି ରଖିଦେଲେ। ଯାହାକୁ ନେଇ ସ୍ବାମୀ ଲକ୍ଷଣାନନ୍ଦ ସରସ୍ବତୀଙ୍କ ଅନୁଗାମୀଙ୍କ ମନରେ ପ୍ରବଳ କ୍ଷୋଭ। 

ତେବେ ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟର ଇତିହାସରେ କଳଙ୍କ ଲଗାଇଥିବା ଘଟଣା ପଛର ଖଳନାୟକଙ୍କୁ ଧରିବାକୁ ଓ ସେ ଘଟଣାର ପୁରୁଣା ଫାଇଲ୍ ଖୋଲିବାକୁ ରାଜ୍ୟରେ ନୂଆ କରି କ୍ଷମତାକୁ ଆସିଥିବା ମୋହନ ସରକାରଙ୍କ ଘୋଷଣା, ସେମାନଙ୍କ ଆଶାକୁ ଉଜ୍ଜିବୀତ କରିଛି। ତେଣେ ଆଜି ପୁଣି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବି କହିଛନ୍ତି- ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ। ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି, ଶୀଘ୍ର ତଦନ୍ତ କମିଶନଙ୍କ ରିପୋର୍ଟ ଓ ଅନ୍ୟ ଦିଗ ସଂପର୍କରେ ସରକାର ନିଷ୍ପତ୍ତି ନେବେ। ତେଣେ ବିଜେଡି କହିଛି- କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେଲେ ଆମ ଦଳ ବିଚଳିତ ହେବାର ନାହିଁ। ବରଂ ଯିଏ ଦୋଷୀ, ସେମାନେ ଦଣ୍ଡିତ ହେବେ।

Advertisment

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡର ପୁରୁଣା ଫାଇଲ୍ ଖୋଲିଲେ, ଅସଲ ହତ୍ୟାକାରୀ କିଏ ? ସ୍ବାମୀଜୀଙ୍କ ହତ୍ୟା ପଛରେ ଥିଲା କି ଷଡ଼ଯନ୍ତ୍ର ? ଏସବୁ ଜାଣିବାକୁ ଯେମିତି ଚାତକ ଭଳି ଚାହିଁଛନ୍ତି ଲକ୍ଷ୍ମଣାନନ୍ଦଙ୍କ ହଜାର ହଜାର ଅନୁଗାମୀ।

Swami Lakshmanananda Saraswati Death Anniversary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ