Advertisment

ପ୍ରତୀକ୍ଷାର ଅନ୍ତ, ଖାତାକୁ ଗଲା ସୁଭଦ୍ରା ଟଙ୍କା ! ପ୍ରଥମ କିସ୍ତି ପାଇ ୨୫ଲକ୍ଷ ହିତାଧିକାରୀ ଖୁସି

ମୁଖ୍ୟମନ୍ତ୍ରୀ କହିଲେ ସ୍ୱାବଲମ୍ବୀ ହେବେ ରାଜ୍ୟର ମହିଳା । ସବୁ ଯୋଗ୍ୟ ଯେପରି ପାଇବେ, ତାକୁ ଗୁରୁତ୍ବ ଦିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

undefined

Subhadra Scheme

Advertisment

ସୁଭଦ୍ରା ଟଙ୍କା ମିଳିବ ମିଳିବ ବୋଲି ଶୁଣୁଥିଲେ । ଟଙ୍କା କେବେ ଆସିବ, ଚାତକ ଭଳି ଚାହିଁଥିଲେ । ସେ ପ୍ରତୀକ୍ଷାର ଆଜି ଅବସାନ ଘଟିଲା । ଗୋଟିଏ ପଟେ ମୋଦି ସ୍ୱିଚ୍ ଟିପି ସୁଭଦ୍ରା କିସ୍ତି ସିଧା ହିତାଧିକାରୀଙ୍କ ଆକାଉଣ୍ଟକୁ ଛାଡ଼ିଲେ, ଅନ୍ୟପଟେ ହିତାଧିକାରୀଙ୍କ ମୁହଁରେ ହସ ଫୁଟିଲା । କିଏ ମୋଦିଙ୍କ ସଭାକୁ ଆସି ଟଙ୍କା ପାଇଛି ତ କିଏ ନିଜ ଘରେ ଥାଇ।

Advertisment

ସୋରରୁ ଭୁବନେଶ୍ୱର, ଟିଟିଲାଗଡ଼ରୁ ଜୟପୁର। ସବୁଠି ଆକାଉଣ୍ଟକୁ ପ୍ରଥମ କିସ୍ତି ଆସିଥିବା ଜାଣି ହିତାଧିକାରୀ ବି ଖୁସ୍। ନାଚଗୀତରେ ବି ମାତିଗଲେଣି। କିଏ ଆଗରୁ ୧ ଟଙ୍କା ପାଇଥିଲା, ତେଣୁ ତା ଆକାଉଣ୍ଟକୁ ଆଜି ୪୯୯୯ ଟଙ୍କା ପହଞ୍ଚିଛି। ତ ପୁଣି କାହା ଖାତାକୁ ଆସିଛି ପୁରା ୫ ହଜାର ଟଙ୍କା। ଇଏ ଜୟପୁରର ହିତାଧିକାରୀ, ସୁଭଦ୍ରା କିସ୍ତି ଟଙ୍କା ପାଇଥିବା ମୋବାଇଲରେ ମେସେଜ୍ ଦେଖି ଆନନ୍ଦିତ। ନାଚଗୀତକହୁଛନ୍ତି ଏ ଟଙ୍କା ସେମାନଙ୍କୁ ଆଗକୁ ବେଶ୍ ସ୍ବାବଲମ୍ବୀ କରାଇବ।

ମୋଦି ଆଜି୨୫ ଲକ୍ଷ ୧୧ଜଣ ହିତାଧିକାରୀଙ୍କୁ ବାଣ୍ଟିଛନ୍ତି ସୁଭଦ୍ରା ପ୍ରଥମ କିସ୍ତି। ଯେଉଁଥିରେ ଖର୍ଚ୍ଚ ହୋଇଛି ୧୨୫୦ କୋଟି ୫୫ ହଜାର ଟଙ୍କା। ଏ ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି- ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ପାଳନ କରୁଛୁ। ସେମିତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ଏଯାବତ୍ ୭୪ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ପଞ୍ଜୀକରଣ କରିଛନ୍ତି।

Advertisment

୫୧ ଲକ୍ଷ ହିତାଧିକାରୀଙ୍କ ଆବେଦନ ପେଣ୍ଡିଂ ରହିଛି। ଆଗକୁ ଆହୁରି ୫୦ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ଲକ୍ଷ୍ୟ ରଖାଯାଇଛି। ସୁଭଦ୍ରା ସ୍କିମ୍ ରେ ଆଗାମୀ ୫ ବର୍ଷରେ ବର୍ଷକୁ ଦୁଇଟି କିସ୍ତିରେ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୋହନ ସରକାର।

ଭୁବନେଶ୍ୱରରେ ଭବ୍ୟ ଉତ୍ସବରେ ସୁଭଦ୍ରା ପ୍ରଥମ କିସ୍ତି ନିଜେ ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିବାବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବି ଆୟୋଜନ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଜିଲ୍ଲାପାଳ ଓ ସ୍ଥାନୀୟ ଲୋକ ପ୍ରତିନିଧି ସୁଭଦ୍ରା ଲକ୍ଷ୍ୟ ବୁଝାଇଥିଲେ। ଏଣେ ଟଙ୍କା ପାଇ ବହୁ ସ୍ଥାନରେ ନାଚ ଗୀତରେ ମାତିଥିଲେ ହିତାଧିକାରୀ।

Advertisment

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ