Advertisment

ପ୍ରଧାନଶିକ୍ଷକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ନିଲମ୍ବିତ ପ୍ରଧାନଶିକ୍ଷକଙ୍କ ସପକ୍ଷରେ ବାହାରିଲେ ଛାତ୍ରଛାତ୍ରୀ। ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ।

ଅଦ୍ୟତନ ହୋଇଛି
School students Protest

School students Protest

Advertisment

ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କ ସପକ୍ଷରେ ବାହାରିଲେ ଛାତ୍ରଛାତ୍ରୀ । ପ୍ରଧାନଶିକ୍ଷକଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ । ପୁରୀ ଜିଲା ଗୋପ ବ୍ଲକ ବରିମୁଣ୍ଡରେ ଦେଖିବାକୁ ମିଳିଛି ଏହି ଘଟଣା । ସ୍କୁଲର ପ୍ରଧାନ ଶିକ୍ଷକ ଉଲ୍ଲାସ ମଲ୍ଲିକ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ ।

Advertisment

ତେବେ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟାୟରେ ନିଲମ୍ବିତ କରାଯାଇଥିବା ଅଭିଯୋଗ କରି ଶତାଧିକ ଛାତ୍ରଛାତ୍ରୀ ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି । ନିଲମ୍ବନ ଆଦେଶ ପ୍ରତ୍ୟାହୃତ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ କହିଛନ୍ତି ।ଘଟଣା ସ୍ଥଳରେ ଗୋପ ବ୍ଲକ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଦୁଇଜଣ ଏବିଇଓ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାସୁଝା କରୁଛନ୍ତି । ତେବେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

School Students Headmaster Suspended
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ