Advertisment

ମଧ୍ୟାହ୍ନ ଭୋଜନର ବାସ୍ତବ ଚିତ୍ର; ଥାଳିରେ ନାହିଁ ଅଣ୍ତା, ଡାଲିରେ ନାହିଁ ପରିବା !

ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଛି ସତ ହେଲେ ତାର ମାନ କିପରି ତାହା ସମସ୍ତଙ୍କ ଆଖି ସାମ୍ନାରେ।

midday meal

midday meal

Advertisment

ଧାଡ଼ି ଧାଡ଼ି ହୋଇ ବସିଛନ୍ତି ପିଲା। ଖାଉଛନ୍ତି ମଧ୍ୟାହ୍ନ ଭୋଜନ। ହେଲେ ଥାଳିରେ ନାହିଁ ଅଣ୍ଡା କି ଡାଲିରେ ପଡ଼ିନାହିଁ କୌଣସି ପରିବା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳି ଆଡିଆରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଛି ସତ ହେଲେ ତାର ମାନ କିପରି ତାହା ସମସ୍ତଙ୍କ ଆଖି ସାମ୍ନାରେ।

Advertisment

ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ପିଲାଙ୍କ ପାଇଁ ମାଗଣାରେ ଵହି, ଜୋତା, ବସ୍ତ୍ର, ସହିତ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେଉଚନ୍ତି ସରକାର। ହେଲେ ବାସ୍ତବରେ ସ୍ଥିତି ଏମିତି। ଖାଲି ସେତିକି ନୁହେଁ, ବିଦ୍ୟାଳୟରେ ଠିକ୍ ଭାବରେ ପାଠପଢା ହେଉନଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଅଭିଭାବକ।

ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ପିଲାମାନଙ୍କ ଭବ୍ୟଷ୍ୟତକୁ ନେଇ ଏବେ ଅଭିଭାବକମାନେ ଚିନ୍ତାରେ ରହିଛନ୍ତି। ଏ ସମ୍ପର୍କରେ ଚାନ୍ଦବାଲି ବ୍ଲକ ଶିକ୍ଷାଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି। ଏକ ସ୍ଵତନ୍ତ୍ର ଟିମ୍ ଘଟଣାର ତଦନ୍ତ କରିବ ବୋଲି ସେ କହିଛନ୍ତି।

Advertisment

ତେବେ ବ୍ଲକ ଶିକ୍ଷାଅଧିକାରୀଙ୍କ ଏହି ପ୍ରତିଶ୍ରୁତି କେବେ ପାଳନ ହେଉଛି ଏବଂ ପିଲାମାନଙ୍କୁ ଉତ୍ତମ ମଧ୍ୟାହ୍ନ ଭୋଜନ ମିଳୁଛି ତାହା ଦେଖିବାକୁ ବାକି ରହିଲା।

Mid Day Meal Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ