Advertisment

ସାମ୍ନାକୁ ଆସିଲା ଅନେକ ହୀନସ୍ତା ଚିତ୍ର, ବନ୍ଦ ଯୋଗୁ ଅସହାୟ ହେଲେ ସାଧାରଣ ଲୋକ

ଓଡ଼ିଶା ବନ୍ଦ ବେଳେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଲୋକ ହୀନସ୍ତାର ଚିତ୍ର । କଟକ ବଡ଼ ଡାକ୍ତରଖାନା ଆସୁଥିବା ଜଣେ ମହିଳା ରୋଗୀ କେମିତି ହୀନସ୍ତା ହୋଇଛନ୍ତି ତାହା ଦେଖିବାକୁ ମିଳିଥିଲା । ଖଡ଼ିଆଳରୁ ସେ ବସ ଯୋଗେ କଟକ SCB ମେଡିକାଲ ଆସୁଥିଲେ । ତେବେ ବନ୍ଦ ପାଳନ ଯୋଗୁ ଆନ୍ଦୋଳନକାରୀ ବସ ଅଟକାଇବାରୁ ଗାଡ଼ି ଭିତରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ।

Community Rescue

Community Rescue

Advertisment

୧୨ ଘଣ୍ଟିଆ ଓଡିଶା ବନ୍ଦ ବେଳେ ସାମ୍ନାକୁ ଆସିଲା ଅଭାବନୀୟ ଚିତ୍ର । ସାଧାରଣ ଲୋକେ, ରୋଗୀ ଏବଂ ଅନ୍ୟ ଜରୁରୀ କାମରେ ଯାଉଥିବା ଲୋକେ କିଭଳି ହୀନସ୍ତା ହେଉଛନ୍ତି, ତାର ଚିତ୍ର ଦେଖିବାକୁ ମିଳିଛି । ଆଜି ବନ୍ଦ ପାଳନ ବେଳେ ବାଲେଶ୍ବରରେ ଦେଖିବାକୁ ମିଳିଛି ସେଭଳି ଏକ ଅଭାବନୀୟ ଦୃଶ୍ୟ । ବନ୍ଦ ବିଷୟରେ ଜାଣି ନ ପାରି ଅନୁଗୁଳରୁ ବାଲେଶ୍ବର ଆସିଥିବା ଜଣେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅସହାୟ ହୋଇପଡ଼ିଥିଲେ । କଂଗ୍ରେସର ବନ୍ଦ ପାଳନ ଯୋଗୁ ଗାଡ଼ି ମୋଟର ବନ୍ଦ ଥିବାରୁ ବସ ଷ୍ଟାଣ୍ଡରେ ଅସହାୟ ଅବସ୍ଥାରେ କାନ୍ଦୁଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରିବା ସହ ୧୦୮ ଆମ୍ବୁଲାନ୍ସ ଡାକି ହସ୍ପିଟାଲ ପଠାଇଥିଲେ । ବନ୍ଦ ବେଳେ ଲୋକେ ହୀନସ୍ତା ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବାରମ୍ବାର ବନ୍ଦ ପାଳନ କରି ସାଧାରଣ ଲୋକଙ୍କ ଜୀବନ ସହ ନ ଖେଳିବାକୁ କହିଛନ୍ତି ସ୍ଥାନୀୟ ଲୋକେ ।

Advertisment

ଓଡ଼ିଶା ବନ୍ଦ ବେଳେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଲୋକ ହୀନସ୍ତାର ଚିତ୍ର । କଟକ ବଡ଼ ଡାକ୍ତରଖାନା ଆସୁଥିବା ଜଣେ ମହିଳା ରୋଗୀ କେମିତି ହୀନସ୍ତା ହୋଇଛନ୍ତି ତାହା ଦେଖିବାକୁ ମିଳିଥିଲା । ଖଡ଼ିଆଳରୁ ସେ ବସ ଯୋଗେ କଟକ SCB ମେଡିକାଲ ଆସୁଥିଲେ । ତେବେ ବନ୍ଦ ପାଳନ ଯୋଗୁ ଆନ୍ଦୋଳନକାରୀ ବସ ଅଟକାଇବାରୁ ଗାଡ଼ି ଭିତରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଭୁବନେଶ୍ବର-କଟକ ମଝିରେ ଥିବା ପାହାଳ ନିକଟରେ ଚାଲିଥିଲା ବନ୍ଦ ପାଳନ । ତେବେ ଏଭଳି ଅବସ୍ଥା ଦେଖିବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ସହାୟତାର ହାତ ବଢ଼ାଇଥିଲା । ଆମ୍ବୁଲାନ୍ସ ଡାକିବା ସହ ବସରୁ ରୋଗୀଙ୍କୁ ବାହାର କରି କଟକ ବଡ଼ ମେଡିକାଲ ପଠାଇଥିଲା । ...

କଂଗ୍ରେସର ବନ୍ଦ ପାଳନରେ ଫସିଲେ ମଧ୍ୟପ୍ରଦେଶରୁ ଆସିଥିବା କାଉଡିଆ । କଂଗ୍ରେସ କର୍ମୀ ମାନେ କାଉଡିଆ ବସଟିକୁ ଅଟକାଇ ରଖିଥିବା ବେଳେ, ବସରେ ଥିବା କାଉଡିଆ ମାନେ ନାନା ସମସ୍ୟାର ସାମନା କରିଛନ୍ତି । ବନ୍ଦ ଯୋଗୁଁ ସକାଳୁ ଜଳଖିଆ ଓ ନିତ୍ୟକର୍ମ ସାରିନଥିବା ବେଳେ, ଘଣ୍ଟାଧିକ କାଳ ଧରି ବସରେ ଫଶିରହିଥିଲେ ।

Advertisment

ଲଗାତାର ଦୁଇ ଦିନ ଧରି ବାଲେଶ୍ବର ବନ୍ଦ ଯୋଗୁଁ ସମସ୍ୟାରେ ଦିନ ମଜୁରିଆ । ଦୁଇ ଦିନ ଧରି କାମଧନ୍ଦା ବନ୍ଦ ଥିବା ବେଳେ, ଘାରୁଛି ପେଟପାଟଣାର ଚିନ୍ତା । ବନ୍ଦ ଯୋଗୁଁ ବସ ଚଳାଚଳ ହେଉନଥିବା ବେଳେ, କାମ କରିବାକୁ ଯାଇ ପାରୁନାହନ୍ତି ଶ୍ରମିକ । ଆଉ ଯିଏ କେହି ଆସିଛନ୍ତି, ତାଙ୍କୁ କାମ ମିଳିନି । ଫଳରେ ପେଜ-ଭାତ ଧରି ଆସିଥିବା ଲୋକ ବାଧ୍ୟ ହୋଇ ଘରକୁ ଫେରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ