Advertisment

ବାଃ ବାଃ ଲଇବାରା ! ତିଆରି କଲେ ଏମିତି ଗାଡ଼ି, କେବେ ଦେଖିନଥିବେ..

ବାଇକ୍ ପଛରେ ଲାଗିଛି ଡାଲା । ଆଉ ଡାଲା ଭିତରେ ରହିଛି କାନ୍ଦି କାନ୍ଦି ସତେଜ କଦଳୀ । ଖୁବ୍ ସହଜରେ କଦଳି କାନ୍ଦି ଗୁଡ଼ିକୁ ନେଇ ବଜାରକୁ ଯାଉଛନ୍ତି ବ୍ୟକ୍ତି ଜଣକ । ଏପରି ଗାଡ଼ି ନା ବଜାରରେ ବିକ୍ରି ହେଉଛି, ନା ଆପଣ ବଜାରରେ କେବେ ଦେଖିବାକୁ ପାଉଥିବେ ।

ଅଦ୍ୟତନ ହୋଇଛି
Unique Bike

Unique Bike

Advertisment

ବାଇକ୍ ପଛରେ ଲାଗିଛି ଡାଲା। ଆଉ ଡାଲା ଭିତରେ ରହିଛି କାନ୍ଦି କାନ୍ଦି ସତେଜ କଦଳୀ। ଖୁବ୍ ସହଜରେ କଦଳୀ କାନ୍ଦୀ ଗୁଡ଼ିକୁ ନେଇ ବଜାରକୁ ଯାଉଛନ୍ତି ବ୍ୟକ୍ତି ଜଣକ। ଏପରି ଗାଡ଼ି ନା ବଜାରରେ ବିକ୍ରି ହେଉଛି, ନା ଆପଣ ବଜାରରେ କେବେ ଦେଖିବାକୁ ପାଉଥିବେ। ନିଜର ବ୍ୟବସାୟରେ ପରିବହନର ସୁବିଧା ପାଇଁ ନିଜେ ଏପରି ଏକ ଗାଡ଼ି ପ୍ରସ୍ତୁତ କରିଛନ୍ତି ଲଇବାରା ମଣ୍ଡଳ।

Advertisment

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଗୋବିନ୍ଦପୁର ପଂଚାୟତ ସୂର୍ଯ୍ୟନଗର ଗାଁରେ ରୁହନ୍ତି ଲଇବାରା। ପରିବାର କହିଲେ ଗୋଟିଏ ପୁଅ, ଗୋଟିଏ ଝିଅ ଏବଂ ପତ୍ନୀ। ୪ ପ୍ରାଣୀ କୁଟୁମ୍ବକୁ ନେଇ ଚଳିଯାଏ ସଂସାର। ନିଜର ପାହାଡ଼ିଆ ଜମିରେ କଦଳୀ ଓ ପନିପରିବା ଚାଷକରି ଭଲ ଦୁଇ ପଇସା ରୋଜଗାର କରନ୍ତି ସେ। ବାଡ଼ିରେ ଫଳୁଥିବା ସବୁ ପନିପରିବାକୁ ଏହି ଗାଡ଼ିରେ ଲଇବାରା ବଜାରକୁ ନେଇଯାଆନ୍ତି। ଫଳରେ ଆଉ ତାଙ୍କୁ ଅଟୋ ଭଡ଼ା ଦେବାକୁ ପଡେନାହିଁ।

ଲଇବାରା ଭଡ଼ା ଖର୍ଚ୍ଚକୁ ରୋକିବାକୁ ଅନଲାଇନ୍ ଦେଖି ନିଜ ବାଇକକୁ ଡାଲାଗାଡ଼ି ଭାବେ ପ୍ରସ୍ତୁତ କରିଥିଲେ। ପ୍ରଥମେ ସେ ୨୦ ହଜାର ଟଙ୍କା ଦେଇ ଏକ ପୁରୁଣା ବାଇକ୍ କିଣିଲେ। ତା’ପରେ ସେଥିରେ ୪୦ ହଜାର ଟଙ୍କା ଖର୍ଚ୍ଚ କରି ଏକ ଟ୍ରଲି ସଂଯୋଗ କଲେ। ପରେ ସେହି ଡାଲା ବାଇକରେ କମ୍ ଖର୍ଚ୍ଚରେ କଦଳୀ ଓ ପନିପରିବା ପରିବହନ କରି ହାଟ ବଜାରକୁ ନେଇ ବିକ୍ରି କରୁଛନ୍ତି।

Advertisment

ଲଇବାରାଙ୍କ ଏହି ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ତାଙ୍କୁ ଆଜି ନିଜ ଅଞ୍ଚଳରେ ପରିଚିତ କରାଇଛି। ସେ ଜଣେ ସଫଳ ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ