Advertisment

ହୃଦୟ ବିଦାରକ ଦୃଶ୍ୟ: ଭଙ୍ଗାଘରେ ୬ ପ୍ରାଣୀ କୁଟୁମ୍ବ, ସରକାରୀ ଆବାସରୁ ବଞ୍ଚିତ ପରିବାର

ଘର ଭିତରୁ ଦେଖିଲେ ଦିଶୁଛନ୍ତି ସୂର୍ଯ୍ୟ ଚନ୍ଦ୍ର। ବର୍ଷା ଦିନର ସ୍ଥିତି ତ ନକହିଲେ ଭଲ। କେବଳ ଇଟା ଥୁଆ ହୋଇ କାନ୍ଥ ତିଆରି ହୋଇଛି, ସେଥିରେ ପୁଣି ଏକାଧିକ ଫାଟ। ଏମିତି ଭଙ୍ଗାଘରେ ରହୁଛନ୍ତି ୬ ପ୍ରାଣୀ କୁଟୁମ୍ବ।

ଅଦ୍ୟତନ ହୋଇଛି
Family Seeks Awas Yojana House In Narsinghpur

Special Story

Advertisment

ପାଲ ଘୋଡା ଚାଳ ଛପର ଘର, ସ୍ଥାନେ ସ୍ଥାନେ ବଡ ବଡ କଣା । ଘର ଭିତରୁ ଦେଖିଲେ ଦିଶୁଛନ୍ତି ସୂର୍ଯ୍ୟ ଚନ୍ଦ୍ର। ବର୍ଷା ଦିନର ସ୍ଥିତି ତ ନକହିଲେ ଭଲ। କେବଳ ଇଟା ଥୁଆ ହୋଇ କାନ୍ଥ ତିଆରି ହୋଇଛି, ସେଥିରେ ପୁଣି ଏକାଧିକ ଫାଟ। ଭଙ୍ଗା ଦଦରା ଘର ହେଉଛି ନରସିଂହପୁର ବ୍ଲକ ବାଲିସାହି ଗାଁର ଜିତେନ୍ଦ୍ର ସାହୁ ଏବଂ ଲଷ୍ମୀ ସାହୁଙ୍କର। ଜିତେନ୍ଦ୍ର ମୂଲ ଲାଗିଲେ ଦିନକୁ ଓଳିଏ ପରିବାର ଚାଲେ। ଏଭଳି ପରିସ୍ଥିତିରେ ପକ୍କାଘର ତିଆରି କରିବା ତ ଦୂରର କଥା ମରାମତି କରିବା ବି ତାଙ୍କ ପାଇଁ ସାତ ସପନ। ଅନ୍ୟପଟେ ଆବାସ ଯୋଜନା ପାଇଁ ବାରମ୍ବାର କହିବା ସତ୍ତ୍ୱ ମଧ୍ୟ ଜନପ୍ରତିନିଧି କି ଅଧିକାରୀ ଶୁଣୁନଥିବା ଜିତେନ୍ଦ୍ର ଅଭିଯୋଗ କରିଛନ୍ତି।

Advertisment

ଅଧିକ ପଢନ୍ତୁ : ବାଃ ବାଃରେ ଆମ ବ୍ୟବସ୍ଥା ! ସଧବା ପାଉଛି ବିଧବା ଭତ୍ତା

ଘରେ ବାସ କରନ୍ତି ଜିତେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ସମେତ ୩ ଝିଅ ଓ ଗୋଟିଏ ୧୫ ଦିନର ଛୋଟ ପୁଅ। ବନ୍ୟା କି ବାତ୍ୟା ସମୟରେ ବାରଦୁଆର ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପୂରା ପରିବାର। ଦୁଃଖ ଓ ପରିତାପର ବିଷୟ ଗରିବଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଛି କିନ୍ତୁ ପ୍ରଶାସନ ଓ ପଞ୍ଚାୟତର ଅବହେଳା ଯୋଗୁଁ ସରକାରୀ ଯୋଜନା ଜିତେନ୍ଦ୍ରଙ୍କ ପରିବାର ପାଖେ ପହଂଚି ପାରୁ ନାହିଁ।

ଘର ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଜିତେନ୍ଦ୍ର ସାହୁ ଧାରଣାରେ ମଧ୍ୟ ବସିଥିଲେ ହେଲେ କୌଣସି ସୁଫଳ ମିଳିନି। ଲୋକେ ମଧ୍ୟ ଜିତେନ୍ଦ୍ରଙ୍କୁ ଆବାସ ଘରଟିଏ ଯୋଗାଇ ଦେବାକୁ ଦାବି କରିଛନ୍ତି। ସେପଟେ ନରସିଂହପୁର ବିଡିଓ କହିଛନ୍ତି ଯେ ସେ ଯଦି ଯୋଗ୍ୟ ସର୍ଭେ କରି ନିହାତି ଭାବରେ ତାଙ୍କୁ ଘର ଯୋଗାଇ ଦିଆଯିବ ।

Advertisment

ପୂର୍ବରୁ ପଂଚାୟତରେ ଆବାସ ଯୋଜନାର ଲିଷ୍ଟରେ ଜିତେନ୍ଦ୍ର ସାହୁଙ୍କ ନାଁ ଆସିଥିଲା। ହେଲେ କେଉଁ କାରଣରୁ କାଟିଲା ସେନେଇ କୌଣସି ସୂଚନା ନାହିଁ ବୋଲି ବ୍ଲକ କର୍ତ୍ତୃପକ୍ଷ କହିଛନ୍ତି। ନରସିଂହପୁର ବ୍ଳକ୍ ପ୍ରଶାସନ ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି।

ଦେଖନ୍ତୁ ଭିଡିଓ | ବାଃ ବାଃ ସରକାର ! ପୁଳାପୁଳା ଯୋଜନା, କଣଠେସା ଗରଡ଼ାପାଣି ଗାଁ

PM Awas Yojana Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ