ଗାଁରେ ମିଳୁନି ଆଉ ନାଲି ଗଞ୍ଜା,ବୋଦା ଟପିଲାଣି ୧୫ ହଜାର !

ଦଶହରା ପାଇଁ ବଢ଼ୁଛି ଗଞ୍ଜା ଆଉ ବୋଦା ଦର ! ଗାଁରେ ମିଳୁନି ଆଉ ନାଲି ଗଞ୍ଜା ! ବୋଦା ଟପିଲାଣି ୧୫ ହଜାର ! ବର୍ତ୍ତମାନ ଗୋଟିଏ ଦେଶୀ ନାଲି ଗଞ୍ଜା ହଜାରେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଛେଳି ଗୋଟା ପନ୍ଦର ହଜାରରେ ବିକ୍ରି ହେଉଛି ।

Special Story

ଦଶହରା ପାଇଁ ବଢ଼ୁଛି ଗଞ୍ଜା ଆଉ ବୋଦା ଦର ! ଗାଁରେ ମିଳୁନି ଆଉ ନାଲି ଗଞ୍ଜା ! ବୋଦା ଟପିଲାଣି ୧୫ ହଜାର ! ବର୍ତ୍ତମାନ ଗୋଟିଏ ଦେଶୀ ନାଲି ଗଞ୍ଜା ହଜାରେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଛେଳି ଗୋଟା ପନ୍ଦର ହଜାରରେ ବିକ୍ରି ହେଉଛି । ହେଲେ ଏତେ ଦାମ୍‌ ଥିବା ସତ୍ତ୍ୱେ ବି ବଜାରରୁ ଗଞ୍ଜା ଓ ବୋଦା କିଣିନେଉଛନ୍ତି ।

ଆଦିବାସୀ ଜନଜାତି ବହୁଳ କୋରାପୁଟ ଜିଲ୍ଲାରେ ରହିଛି ବଳି ପ୍ରଥା । ଏମିତି କହିବାକୁ ଗଲେ ଦଶହରାରେ ଗାଁ ଠାରୁ ସହର ଯାଏଁ ସବୁଠି ବଳିପୂଜା ପ୍ରଥା ଆଜି ବି ରହିଛି । ଅନେକ ସ୍ଥାନରେ ପାଣିକଖାରୁ ବଳି ଦିଆଯାଇଥିଲାଏ ମଧ୍ୟ କୋରାପୁଟର ଏହି ସ୍ଥାନରେ ଏବେ ବି କଳାବୋଦା ଓ ନାଲି ଗଞ୍ଜା ବଳି ଦିଆଯାଉଛି ।

ଗ୍ରାମାଞ୍ଚଳ ଓ ଡଙ୍ଗର ଅଞ୍ଚଳରୁ ସକାଳ ହେଲେ ସହରକୁ ଶତାଧିକ ଗଞ୍ଜା ଆସୁଛି । ଦର ବୃଦ୍ଧି ଥିବା ସତ୍ତ୍ଵେ ମାତ୍ର କିଛି ସମୟରେ ସବୁ ବିକ୍ରି ହୋଇଯାଉଛି । ଏକ କେଜିଠାରୁ କମ୍‌ ଓଜନର ଗଞ୍ଜା ଗୋଟାକ ହଜାରେ ଟଙ୍କାରେ ବିକ୍ରି ହେଉଛି । ଦେଶୀ ଛେଳି ବି ମିଳୁନଥିବାରୁ ଏବେ ବ୍ୟବସାୟୀଙ୍କ ଛେଳି ଚିନ୍ତା ବଢ଼ିଛି ।

କୋରାପୁଟ ଅଞ୍ଚଳରେ ଦଶହରା ପାଇଁ ସାପ୍ତାହିକହାଟ ଗୁଡିକରେ ପ୍ରବଳ ଭିଡ ଜମୁଛି । ପୂଜା ସାମଗ୍ରୀ ସହ ବଳି ପାଇଁ ଛେଳି କୁକୁଡ଼ା କିଣୁଛନ୍ତି ଲୋକେ । ଆଉ ପୂର୍ବ ପରମ୍ପରାକୁ ଜାବୁଡ଼ି ଧରିଛନ୍ତି ଏମାନେ । ସରକାର ବଳିକୁ ନେଇ ବାରମ୍ବାର ପଦକ୍ଷେପ ନେଉଥିଲେ ହେଁ ଯେମିତି ଏମାନଙ୍କ ପରମ୍ପରା ଉପରେ କୌଣସି ପ୍ରଭାବ ପଡ଼ିପାରୁନାହିଁ ।