Special Story
କୁନି କୁନି ଆଖିରେ ଭରି ରହିଛି ଅନେକ ସ୍ୱପ୍ନ। ଅନେକ ଆଶା ହୃଦୟରେ ଚାପି ରଖିଛି ୯ବର୍ଷର କୁନିଝିଅ। ହେଲେ କ’ଣ ହେବ, ଦଇବ ଦାଉ ସାଧିଛି । ଗୋଟିଏ ମାତ୍ର ସାହା ଭରସା ତାର ମାଆ ଆଜି ଘର ଭିତରେ ଶର୍ଯ୍ୟାଶାୟୀ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି। ଆଉ ମାଆକୁ ବଞ୍ଚାଇ ରଖିବା ପାଇଁ ପାଠ ପଢା ଛାଡ଼ିଦେଇ ତା ସେବା କରୁଛି କୁନିଝିଅ।
ଏମିତି ଘଟଣା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନତକେଇ ପଂଚାୟତ ମୁକୁନ୍ଦପୁର ଗାଁର। ଏଇଠି ବାସ କରନ୍ତି କୁନିଝିଅ ଶୁଭଲଷ୍ମୀ ନାୟକ ଓ ତାଙ୍କ ବିଧବା ମାଆ ଆରତୀ ନାୟକ। ସେମାନଙ୍କ ଘର କହିଲେ ନାହାକା ଚାଳିଆଟିଏ । ଆରତୀଙ୍କୁ ବ୍ରେନଟ୍ୟୁମର, ଅପରେସନ୍ ପରେ ନା ତାଙ୍କ ଆଖିକୁ କିଛି ଦେଖାଯାଉଛି ନା ସେ ଚଳପ୍ରଚଳ କରିପାରୁଛନ୍ତି । ଗୋଟିଏ ଜାଗାରେ ସେ ଅସହାୟ ହୋଇ ପଡିରହୁଛନ୍ତି । ମା’ର ଏହି ଅବସ୍ଥା ଦେଖି ପାଠ ଛାଡି ଦେଇଛି ଶୁଭଲଷ୍ମୀ । ଘରେ ରହି ମା’ଙ୍କ ସେବା କରୁଛି ।
ଅରତୀଙ୍କ ମୁଣ୍ଡ ଅପରେସନ ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ନା ତାଙ୍କ ପାଖେ ଅର୍ଥ ଅଛି ନା ତାଙ୍କୁ ଡାକ୍ତରଖାନା ନେବାକୁ କିଏ ଅଛନ୍ତି। ଦିନେ ଖାଇଲେ ଦୁଇଦିନ ଉପବାସ । ତେଣୁ କିପରି ଆରତୀଙ୍କ ଚିକିତ୍ସା ସହ ଶୁଭଲଷ୍ମୀ ପାଠ ପଢିବ ସେଥିପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି ଗାଁ ଲୋକେ।
ଏ ସମ୍ପର୍କରେ ଆମେ ମଧ୍ୟ ନିଶ୍ଚିନ୍ତକୋଇଲି ସିଡିପିଓଙ୍କୁ ଅବଗତ କରାଇଥିଲୁ। ତେବେ ସେ ଏ ବିଷୟରେ ଜାଣିଛନ୍ତି। ଖୁବଶୀଘ୍ର ମାଆ, ଝିଅଙ୍କ ପାଇଁ ସରକାରୀ ସୁବିଧା ଯୋଗାଇଦେବେ ଵୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726462450.jpg)