Advertisment

ହାସନ ନସ୍ରଲ୍ଲାହର ନିପାତ, ଅନେକଙ୍କୁ ନ୍ୟାୟ ମିଳିଛି

ଶନିବାର ହିଜବୁଲ୍ଲା ମୁଖ୍ୟ ହସନ୍ ନସ୍ରଲ୍ଲାହକୁ ନିପାତ କଲା ଇସ୍ରାଏଲ । ଇସ୍ରାଏଲର ଅଧିକାରକୁ ସମ୍ପୂର୍ଣ୍ଣ ସମର୍ଥନ କଲେ ବାଇଡେନ୍ ।

Joe Biden

Joe Biden

Advertisment

ପୀଡିତଙ୍କୁ ନ୍ୟାୟ ମିଳିଛି। ହିଜବୁଲ୍ଲା ମୁଖ୍ୟ ହାସନ ନସ୍ରଲ୍ଲାହ ନିପାତକୁ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଶନିବାର ଲେବାନନର ଆତଙ୍କୀ ସଂଗଠନ ମୁଖ୍ୟ ହସନ୍ ନସ୍ରଲ୍ଲାହର ନିପାତ ଅନେକ ପୀଡିତଙ୍କ ପାଇଁ ନ୍ୟାୟ ପ୍ରଦାନ ବୋଲି ସେ କହିଛନ୍ତି। ଇରାନ ସମର୍ଥିତ ଗୋଷ୍ଠୀ ବିରୁଦ୍ଧରେ ନିଜକୁ ରକ୍ଷା କରିବା ପାଇଁ ଇସ୍ରାଏଲର ଅଧିକାରକୁ ସମ୍ପୂର୍ଣ୍ଣ ସମର୍ଥନ କରିଛି ଆମେରିକା ।

Advertisment

ହ୍ୱାଇଟ୍ ହାଉସ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ ବାଇଡେନ୍ କହିଛନ୍ତି ବର୍ଷ ବର୍ଷ ଧରି ଶତାଧିକ ଆମେରିକୀୟଙ୍କ ହତ୍ୟା ପଛରେ ଥିଲା ହାସନ ନସ୍ରଲ୍ଲାହ । ଇସ୍ରାଏଲ ଏୟାର ଷ୍ଟ୍ରଇକରେ ହାସନ ନସ୍ରଲ୍ଲାହର ମୃତ୍ୟୁ ଆତଙ୍କରେ ପୀଡ଼ିତ ସମସ୍ତଙ୍କ ପାଇଁ ନ୍ୟାୟ ବୋଲି ସେ କହିଛନ୍ତି । ଏହାସହ ମଧ୍ୟପ୍ରାଚ୍ୟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ବାଇଡେନ ନିଜ ସେନା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତେଜନା ହ୍ରାସ ଓ ସୀମୀନ୍ତରେ ଆଞ୍ଚଳିକ ଯୁଦ୍ଧ ବନ୍ଦ ପାଇଁ ଆମେରିକା ଉଦ୍ୟମ କରୁଥିବା ସେ କହିଛନ୍ତି ।

ଅନ୍ୟପଟେ କୁଟନୀତି ଦ୍ୱାରା ଗାଜା ଓ ଲେବାନନରେ ଚାଲିଥିବା ବିବାଦକୁ ଦୂର କରିବାକୁ ଆମେରିକା ଲକ୍ଷ୍ୟ ରଖିଛିବୋଲି କହିଛନ୍ତି ବାଇଡେନ ।

Advertisment

ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏବେ ଗୋଟିଏ ଚର୍ଚ୍ଚା, ହଜିଯିବା ସ୍ଥିତିରେ ହିଜବୁଲ୍ଲା। ଇସ୍ରାଏଲ ଏୟାରଷ୍ଟ୍ରାଇକରେ ଆତଙ୍କୀ ସଂଗଠନର ମୁଖ୍ୟ ହସନ୍ ନସ୍ରଲ୍ଲାହର ମୃତ୍ୟୁ ପରେ ସଂଗଠନକୁ ଲାଗିଛି ବଡ଼ ଝଟକା। ସୂଚନା ଅନୁସାରେ, ଲେବାନନ ରାଜଧାନୀ ବେରୁତ୍ ର ଏକ ଗୁପ୍ତ ସ୍ଥାନରେ ରହୁଥିଲା ହସନ୍। ତେବେ ଇସ୍ରାଏଲର  ଏୟାରଷ୍ଟ୍ରାଇକରେ ହସନ୍ ସହିତ ତା ଝିଅ ଜେନବର ଏବଂ ବହୁ ଆତଙ୍କୀଙ୍କର ମୃତ୍ୟୁ ଘଟିଛି। 

ଆକାଶମାର୍ଗରୁ ଘନ ଘନ ମିଜାଇଲ୍ ମାଡ଼ରେ ହିଜବୁଲ୍ଲାର ମୁଖ୍ୟାଳୟ ବି ଧ୍ୱଂସ ହୋଇଯାଇଛି । ଲେବାନନ ପଟୁ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣର ଠିକ୍ ଦିନକ ପରେ, ଏଭଳି ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଛି ଇସ୍ରାଏଲ୍ ସେନା। ହସନ୍ ନିହତ ହେବା ପରେ, ସେ ଆଉ ପୃଥିବୀରେ ଆତଙ୍କ ରଚିପାରିବ ନାହିଁ ବୋଲି ସୋସିଆଲ ମିଡିଆରେ କହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ।

Advertisment

୩୨ ବର୍ଷ ଧରି ହିଜବୁଲ୍ଲାର ମୁଖ୍ୟ ଥିବା ହସନର ମୃତ୍ୟୁ ପରେ ହିଜବୁଲ୍ଲାର ଏକପ୍ରକାର ମେରୁଦଣ୍ଡ ଭାଙ୍ଗିଯାଇଛି। ଇସ୍ରାଏଲ ଆକ୍ରମଣରେ ଏହି ଆତଙ୍କୀ ସଂଗଠନର ପ୍ରାୟ ସବୁ କମାଣ୍ଡର ମାନେ ମଧ୍ୟ ନିପାତ ହୋଇଯାଇଥିବାରୁ, ହସନ୍ ପରେ କିଏ ସଂଗଠନର ନେତୃତ୍ୱ ନେବ ତାକୁ ନେଇ ଭାଳେଣି ପଡ଼ିଛି।

ଇସ୍ରାଏଲ ଉପରେ ବଦଲା ନେବା ପାଇଁ ଯିଏ ବି ହିଜବୁଲ୍ଲାର ମଙ୍ଗ ଧରିବ ସେ ଉଭୟ ହିଜବୁଲ୍ଲାର ସମସ୍ତ ଆଭ୍ୟନ୍ତରୀଣ ଗୋଷ୍ଠୀ ଓ ଇରାନୀ ସମର୍ଥକଙ୍କ ଦ୍ୱାରା ଗ୍ରହଣୀୟ ହେବା ଦରକାର। ତେଣୁ ଏସବୁକୁ ଦୃଷ୍ଟିରେ ରଖି ହସନ୍‌ର ଶିଷ୍ୟ ହାସିମ୍ ସଫିଦ୍ଦିନ ହିଜବୁଲ୍ଲାର ପରବର୍ତ୍ତୀ ମୁଖ୍ୟ ବନିପାରେ ବୋଲି ଅନୁମାନ କରାଯାଉଛି । ହିଜବୁଲ୍ଲାର ରାଜନୈତିକ ବ୍ୟାପାର ତଦାରଖ କରୁଥିବା ଏବଂ ଜିହାଦ କାଉନସିଲର ସଦସ୍ୟ ସଫିଦ୍ଦିନକୁ ଆମେରିକା ୨୦୧୭ରେ ଆତଙ୍କବାଦୀ ଘୋଷଣା କରିଛି।

Joe Biden
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ