Advertisment

Balangir Migrant Labourers: ମାଳମାଳ ଯୋଜନା...ମାଳମାଳ ଦାଦନ ଶ୍ରମିକ...ଶୁଣିବେ କି ସରକାର ?

ଇଏ ଜଣେ ତିନି ଛୁଆ ମା’ର କାହାଣୀ । ମାଲିକ ସ୍ବାମୀକୁ ଅପହରଣ କରିନେଇଛି । ଏ ମା’ର କହିବା କଥା ହେଉଛି, ଗୋଟିଏ ମାସ ହେବ ମୋ ସ୍ବାମୀ ଅକ୍ଷୟ ପରାଭୁଏଙ୍କ କୌଣସି ଖୋଜଖବର ନାହିଁ । ଅବଶ୍ୟ ମାଲିକ ଧମକ ଦେଇଥିଲା, ହାଡଭଙ୍ଗା କାମ ନକଲେ, ସ୍ବାମୀକୁ ଅପହରଣ କରିନେଇ ହତ୍ୟା କରିଦେବେ । ସତକୁ ସତ ମାସେ ହେଲାଣି ସ୍ବାମୀଙ୍କ ଖୋଜଖବର ନାହିଁ । ତେଣୁ ତିନି ଛୁଆଙ୍କୁ ନେଇ ଜୀବନ ଧରି ବଲାଙ୍ଗିର ଫେରିଛି ।

ଅଦ୍ୟତନ ହୋଇଛି
ମାଳମାଳ ସରକାରୀ ଯୋଜନା, ମାଳମାଳ ଦାଦନ ଶ୍ରମିକ

ମାଳ ମାଳ ସରକାରୀ ଯୋଜନା, ମାଳ ମାଳ ଦାଦନ ଶ୍ରମିକ

Advertisment

ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଦାନା ପାଇଁ ଦାଦନ ଯାଇ ନିର୍ଯାତିତ ହେବା ଘଟଣା ପାଇଁ ବେଶ ଜଣାଶୁଣା ପଛୁଆ ବଲାଙ୍ଗିର ଜିଲ୍ଳା । ସରକାରୀ ଯୋଜନାର ଅଭାବ ନାହିଁ । ସଚେତନତା କାର୍ଯ୍ୟକ୍ରମ ବି ଯାହାକୁ ଯେତେ । କିନ୍ତୁ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ, କାମଧନ୍ଧା ନପାଇ ଦାନା ପାଇଁ ଦାଦନ ଯାଉଛନ୍ତି ସାଧାରଣ ଶ୍ରମିକ । ପରିବାର ପରିପୋଷଣ ପାଇଁ କିଏ ମଧ୍ୟଯୁଗୀୟ ମାଡ ଖାଇ ଅଖିଆ ଅପିଆ କାମ କରୁଛି, ତ ଆଉ କୋଉ ସ୍ତ୍ରୀ ପାଖରୁ ସ୍ବାମୀକୁ ଛଡାଇ ନେଇ ମାସ ମାସ ଧରି ନିଖୋଜ କରିଦେଇଛି ମାଲିକ । ପଡୋଶୀ ତେଲେଙ୍ଗାନା ସରକାର ଓ ପ୍ରଶାସନ ଓଡିଆ ଦାଦନକୁ ଉଦ୍ଧାର କରିବା ପାଇଁ ତତ୍ପର ଦେଖାଉଥିବା ବେଳେ, ଏଠି ଥଇଥାନ ପାଇଁ ପାଖ ମାଡୁନି ପ୍ରଶାସନ । ଏମିତି ସମୟରେ ଆଜି ପୁଣି ଏକ ନିର୍ଯ୍ୟାତନାର ନୂଆ କାହାଣୀ, -‘‘ଶୁଣ ସରକାର...ଦାଦନ ଦୁଃଖ...’’ ।

Advertisment

ଇଏ ଜଣେ ତିନି ଛୁଆର ମା’ର କାହାଣୀ । ମାଲିକ ସ୍ବାମୀକୁ ଅପହରଣ କରିନେଇଛି । ଏ ମା’ର କହିବା କଥା ହେଉଛି, ଗୋଟିଏ ମାସ ହେବ ମୋ ସ୍ବାମୀ ଅକ୍ଷୟ ପରାଭୁଏଙ୍କ କୌଣସି ଖୋଜଖବର ନାହିଁ । ଅବଶ୍ୟ ମାଲିକ ଧମକ ଦେଇଥିଲା, ହାଡଭଙ୍ଗା କାମ ନକଲେ, ସ୍ବାମୀକୁ ଅପହରଣ କରିନେଇ ହତ୍ୟା କରିଦେବେ । ସତକୁ ସତ ମାସେ ହେଲାଣି ସ୍ବାମୀଙ୍କ ଖୋଜଖବର ନାହିଁ । ତେଣୁ ତିନି ଛୁଆଙ୍କୁ ନେଇ ଜୀବନ ଧରି ବଲାଙ୍ଗିର ଫେରିଛି ।

ମୁରିବାହାଲ ବ୍ଳକ ଇଚ୍ଛାପଡାର ଅନିତା ପରାଭୁଏ, ତିନି ଛୁଆ ଓ ସ୍ବାମୀଙ୍କ ସହ ତେଲେଙ୍ଗାନାକୁ ଦାଦନ ଯାଇଥିଲେ । ଏବେ ଉଦ୍ଧାର ହୋଇ ଫେରିଲା ପରେ, ସ୍ଥାନୀୟ ସର୍ଦ୍ଦାର ଦେବ ସୁନା ପୂରା ପରିବାରକୁ ଧମକ ଦେଉଛି । ଏତିକିରେ ସରିନି ଦାଦନ ନିର୍ଯ୍ୟାତନାର ନିଆରା କାହାଣୀ । ବେଳପଡା ବ୍ଳକ ହଟକଟ ଗାଁର ନାରାୟଣ ମସନିଆ । ପିଠିରେ ମାଡର ଦାଗ । ବିଲରେ ହଳ କରୁଥିବା ବଳଦକୁ ବି ଏମିତି ମାଡ ମରାଯାଏନାହିଁ । ମାଡ ଖାଇବାର ସାତ ଦିନ ପରେ ବି ପିଠିରେ ଦାଗ ରହିଛି । ଅଭାବୀ ମଣିଷଙ୍କୁ ମାଡ ମାରି ପଶୁ ଭଳି ଖଟାଉଥିଲା ଇଟାଭାଟି ମାଳିକ । ସ୍ବେଚ୍ଛାସେବୀଙ୍କ ସହାୟତା ଓ ତେଲେଙ୍ଗାନା ପୋଲିସ ଓ ପ୍ରଶାସନର ସହଯୋଗରେ ଉଦ୍ଧାର ହୋଇ ବଲାଙ୍ଗିର ଫେରିଛନ୍ତି । କିନ୍ତୁ ଏଇଠି ଅଧିକାରୀଙ୍କ ଆଡ ଆଖି । ଆଉ ସ୍ଥାନୀୟ ସର୍ଦ୍ଦାରର ନାଲି ଆଖିର ଭୟ ।

Advertisment

ଏବେ ଆସନ୍ତୁ ନଜର ପକାଇବା, ତେଲେଙ୍ଗାନା ପ୍ରଶାସନର ରେସକ୍ୟୁ ଅପରେସନ ଓ ବଲାଙ୍ଗିର ପ୍ରାଶାସନର ନିରବତା ଉପରେ । ଗତ ପାର୍ବଣ ଋତୁରୁ କାମଧନ୍ଧା ଅଭାବରୁ ପାଖାପାଖି ଶହେ ଜଣଙ୍କୁ ତେଲେଙ୍ଗାନାକୁ ଦାଦନ ପଠାଇଥିଲା ସ୍ଥାନୀୟ ସର୍ଦ୍ଦାର ଦେବ ସୁନା । ଅଗ୍ରୀମ ବା ବଇନା ନେଇ, ବେଳପଡା, ଖପ୍ରାଖୋଲ,ପାଟଣାଗଡ ଓ ମୁରିବାହାଲ ବ୍ଳକରୁ ଗୋଟିଏ ଗ୍ରୁପରେ ତେଲେଙ୍ଗାନାକୁ ଦାଦନ ଯାଇଥିଲା । କିନ୍ତୁ ବଇନା ଅପେକ୍ଷା ଅଧିକ କାମ ଦେଇଥିଲା ମାଲିକ । କାମ ବଦଳରେ ଟଙ୍କା ମାଗିବାରୁ, ଆରମ୍ଭ ହେଲା ନିର୍ଯ୍ୟାତନା । ଲୋକ ଲଗାଇ ମାଡ ମାରିଲା । ମହିଳା ମାନଙ୍କୁ ଠାରୁ ସ୍ବାମୀଙ୍କୁ ଅପହରଣ କରିନେଲା । ମାସକ ପରେ ବି ନିଖୋଜ ଜଣେ ସ୍ତ୍ରୀର ସ୍ବାମୀ ।

ନିର୍ଯ୍ୟାତନା ଅତ୍ୟଧିକ ହେବାରୁ ଜଣେ ସ୍ବେଚ୍ଛାସେବୀଙ୍କୁ ଯୋଗାଯୋଗ କଲେ ବିଚରା ଶ୍ରମିକ । ତେଲେଙ୍ଗାନା ସରକାର ଓ ପ୍ରଶାସନକୁ ସାମାଜିକ ଗଣମାଧ୍ୟମରେ ଖବର ଦେଲେ ସ୍ବେଚ୍ଛାସେବୀ । ତତ୍ପର ହେଲା ତେଲେଙ୍ଗାନା ସରକାର । ଖବର ପାଇଲା କ୍ଷଣି ତତକ୍ଷଣାତ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଟ୍ରେନରେ ସୁରକ୍ଷା ଦେଇ ବଲାଙ୍ଗିର ଆଣିଥିଲେ । କିନ୍ତୁ ବଲାଙ୍ଗିର ଷ୍ଟେସନରେ ପହଞ୍ଚିଲା ପରେ, ଖବର ଦେବା ସତ୍ବେ, ଶ୍ରମ ବିଭାଗ, ପୋଲିସ କିମ୍ବା ପ୍ରଶାସନର କୌଣସି ଅଧିକାରୀ କି କର୍ମଚାରୀଙ୍କ ପାଖ ମାଡିନଥିଲେ । ଶେଷରେ ଭୋକିଳା ଉଦ୍ଧାର ଶ୍ରମିକ ମାନଙ୍କୁ କିଛି ବିସ୍କୁଟ ଦେଇ ବସ ଯୋଗେ ଗାଁକୁ ପଠାଇଥିଲେ ରେଲବାଇ ପୋଲିସ । କିନ୍ତୁ କାଯ୍ୟାନୁଷ୍ଠାନ ପରିବର୍ତ୍ତେ ରଥ ବୁଲାଇ କାମ ତୁଟାଇଛି ଜିଲ୍ଳା ପ୍ରଶାସନ । କୌଣସି ପ୍ରତିକ୍ରୀୟା ଦେବାକୁ ବି ମନା କରିଦେଉଛନ୍ତି ଶ୍ରମ ବିଭାଗ ଅଧିକାରୀ ।

Advertisment
Migrant Workers Migrant Labourers Balangir District Administration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ