Advertisment

ଟାଟା ପାୱାର ବିରୋଧରେ ହଲ୍ଲାବୋଲ, ମିଟର ଫିଙ୍ଗିଲେ ୧୫ ପଞ୍ଚାୟତର ଉପଭୋକ୍ତା

ସ୍ମାର୍ଟମିଟର ନାଁରେ ଶୋଷଣ ବିରୋଧରେ ହଲ୍ଲାବୋଲ । ବିଜୁଳି ବିଲ୍ ରେ ଟାମ୍ପରିଂ କରି କମ୍ପାନୀ ଲୁଟୁଥିବା ଅଭିଯୋଗ ।

Tata Power

Tata Power

Advertisment

ସ୍ମାର୍ଟ ମିଟର ନାଁରେ ଶୋଷଣ ! ଟାଟା ପାୱାର ବିରୋଧରେ ହଲ୍ଲାବୋଲ । ତାତିଲେ ଲୋକ, ଘରୁ ମିଟର ଉପାଡି ଟାଟା ପାୱାର ଗ୍ରୀଡ୍ ଅଫିସ ଆଗରେ ଫିଙ୍ଗିଲେ। ସ୍ମାର୍ଟ ମିଟର ଧରି ଚାଷୀ ଶୋଭାଯାତ୍ରା କରି ଟାଟା ପାୱାର ଗ୍ରୀଡ୍ ଅଫିସ ପହଞ୍ଚିଥିଲେ। ଟାଟା ପାୱାର ବିରୋଧରେ ବିଭିନ୍ନ ନାରାବାଜି କରିବା ସହ ଗ୍ରୀଡ୍ ଆଗରେ ମିଟର ଫିଙ୍ଗିଛନ୍ତି ଲୋକେ । ବରଗଡ଼ ଜିଲ୍ଲାର କେନପାଲି, ଭଟଲି ଓ ଘେଁସ ଅଞ୍ଚଳରେ ଏପରି ଘଟଣା ଘଟିଛି । ଏହା ପ୍ରମାଣ କରୁଛି ଲୋକଙ୍କ ଆକ୍ରୋଶ କେଉଁ ସ୍ତରରେ ପହଞ୍ଚିଛି ।

Advertisment

ଶହ ଶହ ଚାଷୀ ଘରେ ଓ କ୍ଷେତରେ ଲାଗିଥିବା ସ୍ମାର୍ଟ ମିଟରକୁ ଖୋଲି ଆଣି ଟାଟା ପାୱାର୍ ଅଫିସ ଆଗରେ ଫୋପାଡିଛନ୍ତି । ସହିଦ ମାଧୋ ସିଂ ଆଞ୍ଚଳକି କୃଷି ସଂଗଠନ ଡାକରାରେ ୧୫ଟି ପଞ୍ଚାୟତର ବିଜୁଳି ଉପଭୋକ୍ତା ପ୍ରତିବାଦ କରିଥିଲେ । ସେମାନେ ଅଭିଯୋଗ 
କରିଛନ୍ତି, ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଛି। ବିଲରେ ଟାମ୍ପରିଂ କରି ଲୁଟୁଛି କମ୍ପାନୀ । ଗତ ୧୬ ତାରିଖରେ କେନପାଲି, ୨୩ରେ ଭଟଲି ଓ ୨୮ ତାରିଖରେ ଘେଁସ୍ ଓ ଆଜି ଅତାବିରାରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବରଗଡ଼ ଜିଲ୍ଲାର ଚାଷୀ। ସବୁ ସ୍ମାର୍ଟ ମିଟରକୁ ଖୋଲି ଦେବାକୁ ସେମାନେ ଦାବି କରିଛନ୍ତି । ନହେଲେ ଆନ୍ଦୋଳନ ହେବ ବୋଲି ଚେତେଇ ଦେଇଛନ୍ତି ଚାଷୀ । 

ଏହାକୁ ନେଇ ରାଜନୀତି ବି ତେଜିଛି । ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ଚାଷୀ ଆନ୍ଦୋଳନ ହୋଇନି । କିଛି ଲୋକ ଏନେଇ ଅପପ୍ରଚାର କରୁଛନ୍ତି । ସେପଟେ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଦେବେଶ ଆଚାର୍ଯ୍ୟ କହିଛନ୍ତି, ୩ ଶହ ୟୁନିଟ୍ ବିଜୁଳି ଦେବା ପ୍ରତିଶ୍ରୁତିର ଏହା ପ୍ରତିଫଳନ । ସେପଟେ ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଥିବା ଅଭିଯୋଗକୁ ଏକ ଭ୍ରମ ବୋଲି କହିଛନ୍ତି ଟାଟା ପାୱାର କର୍ତ୍ତୃପକ୍ଷ । 

Advertisment

Bargarh TATA Power
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ