Advertisment

Puri: ଶ୍ରୀମନ୍ଦିରରେ ଖୁବଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ

ଶ୍ରୀମନ୍ଦିର ପରିକଚାଳନା କମିଟି ବୈଠକରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ଅନୁମୋଦନ ମିଳିଛି । ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଖୁବଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଅଦ୍ୟତନ ହୋଇଛି
Shri Jagannath Temple

Shri Jagannath Temple

Advertisment

ଶ୍ରୀମନ୍ଦିର ପରିକଚାଳନା କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ଅନୁମୋଦନ ମିଳିଛି । ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ ଅଛନ୍ତି ୯ ଜଣ ସଦସ୍ୟ । ସେମାନେ ସବୁ ଦିଗରୁ ଅନୁଧ୍ୟାନ କରିବେ । ସମ୍ପୃକ୍ତ ନିଯୋଗ ସହ ଭଲ ଭାବେ ଆଲୋଚନା କରିବେ । ଯେପରି ମହାପ୍ରଭୁଙ୍କ ନୀତି ବିଳମ୍ବିତ ନହେବ, ସେନେଇ ଗୁରୁତ୍ବ ଦେବ କମିଟି । ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନକୁ ଲାଗୁ କରାଯିବ । ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ନେତୃତ୍ବାଧୀନ କମିଟି ସଂଶୋଧନ ମଧ୍ୟ କରିବ ।

Advertisment

ଖୁବଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି । ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ବାରରେ ରାମ୍ପ ବ୍ୟବସ୍ଥା ପାଇଁ ଏକ କମିଟି ବି ଗଠନ ହୋଇଛି । ପରିଚାଳନା କମିଟି ବୈଠକରେ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହା ବ୍ୟତୀତ ପରିଚାଳନା କମିଟି ବୈଠକରେ ୧୪ ସବ୍ କମିଟି ଗଠନ ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ନେଇ ନୂଆ କରି ସବ୍ କମିଟି ଗଠନ ହୋଇଛି । ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ସୁରକ୍ଷା ନେଇ ସବ୍ କମିଟି । ଶ୍ରୀଜଗନ୍ନାଥ ତତ୍ତ୍ବ, ଗବେଷଣା, ପ୍ରକାଶନ ଓ ପ୍ରସାର ପାଇଁ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ସବ୍ କମିଟି ଗଠନ ହୋଇଛି । ସେହିଭଳି ସେବକ କଲ୍ୟାଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଛି ସବ୍ କମିଟି । ୧୪ ସବ୍ କମିଟି ମଧ୍ୟରୁ ୪ଟି ହେଲା ଷ୍ଟାଚ୍ୟୁଟାରୀ ସବ୍ କମିଟି । ଏହି ଷ୍ଟାଚ୍ୟୁଟାରୀ ସବ୍ କମିଟିଗୁଡ଼ିକ ହେଲା ଅର୍ଥ, ନୀତି, ରତ୍ନଭଣ୍ଡାର ଓ ଅପିଲ୍ ସବ୍ କମିଟି ।

Jagannath Temple Shree Jagannath Temple Management Committee Puri Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ