Advertisment

ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସମ୍ଭାବୀ ପୁରସ୍କାର ପାଇଲେ ରଣଜିତ୍ ମାଝୀ

ସୁନ୍ଦରଗଡ଼ ଜିଲ୍ଲାର ୧୧୨ଟି ଗାଁର ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରତି ସଶକ୍ତ କରିଥିଲେ ରଣଜିତ୍। ପରିବେଶ ସଂରକ୍ଷଣ ଓ ପୁନଃଦ୍ଧାର କ୍ଷେତ୍ରରେ ବି ସେ ପ୍ରୋତ୍ସାହିତ କରିଛନ୍ତି।

ଅଦ୍ୟତନ ହୋଇଛି
Shambhavi Puraskar 2024

Shambhavi Puraskar

Advertisment

୧୧ ତମ ସମ୍ଭାବୀ ପୁରସ୍କାର ପ୍ରଦାନ। ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି ରଣଜିତ୍ ମାଝୀ। ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କ୍ଷେତ୍ରରେ ରଣଜିତଙ୍କ ରହିଛି ଉଲ୍ଲେଖନୀୟ ଅବଦାନ।

Advertisment

ସୁନ୍ଦରଗଡ଼ ଜିଲ୍ଲାର ୧୧୨ଟି ଗାଁର ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରତି ସଶକ୍ତ କରିଥିଲେ ରଣଜିତ୍। ପରିବେଶ ସଂରକ୍ଷଣ ଓ ପୁନଃଦ୍ଧାର କ୍ଷେତ୍ରରେ ବି ସେ ପ୍ରୋତ୍ସାହିତ କରିଛନ୍ତି। ପୁରସ୍କାର ବାବଦକୁ ୨ ଲକ୍ଷ ୫୦ ହାଜର ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ଜୀବନ ଜୀବିକା ସହ ଆତ୍ମ ନିର୍ଭରଶୀଳତା ଦିଗରେ ତୃଣମୂଳ ସ୍ତରରେ ମହିଳାଙ୍କୁ ସଶକ୍ତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସସ୍ମିତା ମଙ୍ଗରାଜଙ୍କୁ ଜୁରୀ ଦ୍ୱାରା ସମ୍ମାନିତ କରାଯାଇଛି।

ଏଥିସହ ତାଙ୍କୁ ୫୦ ହାଜର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ସିଇଓ ଶୈଫାଲିକା ପଣ୍ଡା ‘ସାମ୍ଭାବୀ’ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ମନ ଦେଶୀ ବ୍ୟାଙ୍କ୍’ ଫାଉଣ୍ଡେସନର ଅଧ୍ୟକ୍ଷା ଚେତନା ସିହ୍ନା, ଅବସରପ୍ରାପ୍ତ ସେନା ଉପମୁଖ୍ୟ ଲେଫନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

Advertisment
Bansidhar & Ila Panda Foundation Shambhavi Puraskar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ