Advertisment

Pravasi Bharatiya Divas:: ପ୍ରବାସୀ ଭାରତୀୟ ଦିବସ ପାଇଁ ଏହି ରାସ୍ତା ବନ୍ଦ ରହିବ

ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି। ଏହି ଅବସରରେ ଶତାଧିକ ଭିଆଇପି ଓ ଭିଭିଆଇପି ଆସିବାକୁ ଥିବାରୁ ସେମାନଙ୍କ ସୁରକ୍ଷା ତଥା ଜନସାଧାରଣଙ୍କ ଉତ୍ତମ ଗମନାଗମନ ପାଇଁ ଏକାଧିକ ସ୍ଥାନରେ ଯିବା ଆସିବା ରୁଟ ପରିବର୍ତ୍ତନ କରାଯାଇଛି।

ଅଦ୍ୟତନ ହୋଇଛି
Pravasi Bharatiya Divas

Pravasi Bharatiya Divas

Advertisment

ଭୁବନେଶ୍ବରରେ ଆସନ୍ତା ୮ରୁ ୧୦ ତାରିଖ ଯାଏ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ । ଆଲୋକମାଳାରେ ଝଲସୁଛି ପୁରା ସହର । କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରାଳୟ ସହଭାଗିତାରେ ଜାନୁଆରୀ ୮ରେ ଜନତା ମଇଦାନରେ ପାଳନ ହେବ ଯୁବ ପ୍ରବାସୀ ଭାରତୀୟ ଦିବସ । ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ଥିମ୍ ପାଭିଲିୟନ ବି ଉଦଘାଟନ କରିବେ ମୋଦି ।

Advertisment

ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଛନ୍ତି। ଏହି ଅବସରରେ ଶତାଧିକ ଭିଆଇପି ଓ ଭିଭିଆଇପି ଆସିବାକୁ ଥିବାରୁ ସେମାନଙ୍କ ସୁରକ୍ଷା ତଥା ଜନ ସାଧାରଣଙ୍କ ଉତ୍ତମ ଗମନାଗମନ ପାଇଁ ଏକାଧିକ ସ୍ଥାନରେ ଯିବା ଆସିବା ରୁଟ ପରିବର୍ତ୍ତନ କରାଯାଇଛି। ବୁଧବାର ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରେ ସକାଳ ୭.୫୦ରୁ ସନ୍ଧ୍ୟା ୮.୨୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ ବାମ ମୋଡ ଓ ରାଜଭବନ ରାସ୍ତା ବନ୍ଦ ରଖାଯିବ।

Advertisment

ସେହିପରି ଦ୍ବିତୀୟ ଦିନରେ ସକାଳ ୯.୩୦ରୁ ସକାଳ ୧୦.୦୦ ଯାଏ ରାଜଭବନ ଛକ, ପାୱାର ହାଉସ ଛକ, ୧୨୦ ବାଟାଲିୟନ, ଶାସ୍ତ୍ରୀ ନଗର, ବେହେରା ସାହି ଛକ, ଜୟଦେବ ବିହାର ଛକ, ଜାଭିୟର ଛକ ଓ ନାଲକୋ ଛକର ରାସ୍ତା ବନ୍ଦ ରହିବ। ସେହିପରି ସକାଳ ୧୧.୨୦ରୁ ମଧ୍ୟାହ୍ନ ୧୨.୦୦ ଯାଏ ନାଲକୋ ଛକ, ଜାଭିୟର ଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀ ନଗର ଛକ, ୧୨୦ ବାଟାଲିୟନ, ପାୱାର ହାଉସ ଛକ, ରାଜଭବନ ଛକ, ଏଜି ଛକ ବାମ ମୋଡ, ଡାହାଣ ମୋଡ, ହସ୍ପିଟାଲ ଛକ ଓ ଏୟାର ପୋର୍ଟ ଛକର ରାସ୍ତା ବନ୍ଦ ରହିବ।

ଅଧିକ ପଢ଼ନ୍ତୁ: କାଲିଠୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି, ସାମିଲ ହେବେ ପ୍ରାୟ ୪ ହଜାର ପ୍ରବାସୀ

Advertisment

ଅପରାହ୍ନ ୪.୨୦ ମିନିଟରୁ ୪.୫୦ ମିନିଟ ଯାଏ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ ବାମ ମୋଡ ଓ ରାଜଭବନ ରାସ୍ତା ବନ୍ଦ ରଖାଯିବ। ଶୁକ୍ରବାର ଅନ୍ତିମ ଦିନରେ ସକାଳ ୧୧.୨୦ରୁ ୧୧.୫୦ ମିନିଟ ଯାଏ ରାଜଭବନ ଛକ, ପାୱାର ହାଉସ ଛକ, ୧୨୦ ବାଟାଲିୟନ, ଶାସ୍ତ୍ରୀ ନଗର, ବେହେରା ସାହି ଛକ, ଜୟଦେବ ବିହାର ଛକ, ଜାଭିୟର ଛକ ଓ ନାଲକୋ ଛକର ରାସ୍ତା ବନ୍ଦ ରହିବ। ସେହିପରି ଅପରାହ୍ନ ୪.୫୦ରୁ ସନ୍ଧ୍ୟା ୫.୨୫ ଯାଏ ନାଲକୋ ଛକ, ଜାଭିୟର ଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀ ନଗର ଛକ, ୧୨୦ ବାଟାଲିୟନ, ପାୱାର ହାଉସ ଛକ, ରାଜଭବନ ଛକ, ଏଜି ଛକ ବାମ ମୋଡ, ଡାହାଣ ମୋଡ, ହସ୍ପିଟାଲ ଛକ ଓ ଏୟାର ପୋର୍ଟ ଛକର ରାସ୍ତା ବନ୍ଦ ରହିବ। ଏହି ସମୟରେ କେବଳ ଜରୁରୀ କାଳୀନ ଡ୍ୟୁଟିରେ ନିୟୋଜିତ ଥିବା ଅଗ୍ନିଶମ ଓ ଆମ୍ବୁଲାନ୍ସ ଗୁଡିକ ଏହି ରାସ୍ତା ଦେଇ ଯାତାୟତ କରି ପାରିବେ।

ଅଧିକ ପଢ଼ନ୍ତୁ: ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କଲେ ମୋଦି; ‘ଜନଜାତି ସଂପ୍ରଦାୟ ପାଇବେ ବେଶି ଉପକାର’

Narendra Modi Prabasi Odias Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ