Advertisment

କମିଛି ବର୍ଷା-କମିନି ଦୁର୍ଦ୍ଦଶା, ସୁଧୁରିବାକୁ ଲାଗିବ ୧୦ ଦିନ..!

ଡଙ୍ଗା ସହାୟତାରେ ଚାଲିଛି ରେସ୍କ୍ୟୁ । ଆଣ୍ଠୁଏ ଉଚ୍ଚର ପାଣିରେ ‘ଜୀବନ’ ପାଇଁ ସଂଘର୍ଷ ।

Balasore Flood

Balasore Flood

Advertisment

ବାଲେଶ୍ୱରରେ ସୁବର୍ଣ୍ଣରେଖା ବନ୍ୟା ବିତ୍ପାତକୁ ନେଇ ଆସିଲା SRC ରିପୋର୍ଟ। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ବନ୍ୟାରେ ପ୍ରଭାବିତ ହୋଇଛି ବାଲେଶ୍ୱର ଜିଲ୍ଲାର ୫ଟି ବ୍ଲକ୍ ଅନ୍ତର୍ଗତ ୧୪୧ଟି ଗାଁ। ପ୍ରଭାବିତ ହୋଇଛନ୍ତି ୩୫ ହଜାର ୬୫୪ ଲୋକ । ୨୧ ହଜାର ୮୫ ଜଣଙ୍କୁ ରେସ୍କ୍ୟୁ କରିଛନ୍ତି ଉଦ୍ଧାରକାରୀ । ୧୩୦ଟି ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ୫୧ଟି ରିଲିଫ ସେଣ୍ଟର ଖୋଲାଯାଇଛି । 

Advertisment

ରେସ୍କ୍ୟୁ ଅପରେସନରେ ଗୋଟିଏ NDRF ଓ ୬ଟି ଓଡ୍ରାଫ୍ ଟିମ୍ ଏବଂ ୧୪ଟି ଅଗ୍ନିଶମ ବାହିନୀକୁ ମିଶାଇ ମୋଟ ୨୧ଟି ଟିମ୍ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ସେପଟେ ଗ୍ରାଉଣ୍ଡରେ କିନ୍ତୁ ସ୍ଥିତି ଅତ୍ୟନ୍ତ ସଂଗୀନ। ନଦୀର ଜଳସ୍ତର କମିଥିଲେ ବି ବହୁ ଗାଁ ଗଣ୍ଡା ଏବେ ପାଣି ଘେରରେ ରହିଛି। ଭୋଗରାଇରର କୁସୁଡ଼ା, ଗବଗାଁ ଓ ବାଲିଆପାଳ ବ୍ଲକର କୁଲାଚଡ, ତାଳପଦା ଭଳି ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ କଟୁଛି ବିପନ୍ନଙ୍କ ଜୀବନ। ବାଲିଆପାଳ ବ୍ଲକର କୁଲାଚଡ, ତାଳପଦା, ବାଲିଆପାଳ ଲକ୍, ନିଖିରା, ବିଷ୍ଣୁପୁର ଗାଁ ଏବେବି ବନ୍ୟା ବନ୍ଦୀ। ପାଣି ଘେରରେ ଥିବା ଗାଁ ଗଣ୍ଡାରେ ବିଜୁଳି ସଂଯୋଗ ବନ୍ଦ ରହିଛି । ପାଣି ଛାଡିବାକୁ ଆହୁରି ୧୦ ଦିନ ଲାଗିବ ବୋଲି ଲୋକେ ଅନୁମାନ କରୁଛନ୍ତି। ତେଣୁ ରିଲିଫ ଉପରେ ଏବେ ସମସ୍ତଙ୍କ ଭରସା।

Advertisment

ଭୋଗରାଇ ବ୍ଲକ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏମିତି ସ୍ଥିତି କି, ପୁରା ଗାଁ ପାଣିରେ ବୁଡ଼ି ରହିଛି। ଆଣ୍ଠୁଏ ଉଚ୍ଚର ପାଣି ଭିତରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଗାଁ ଭିତରେ ଡଙ୍ଗା ସହାୟତାରେ ଲୋକଙ୍କୁ ବାହାରକୁ ଅଣାଯାଉଛି। ଛୋଟ ଛୁଅ, ବୟସ୍କ ବ୍ୟକ୍ତି ଏବଂ ଗୃହପାଳିତ ପଶୁ ପକ୍ଷୀଙ୍କୁ ଧରି ବିଭିନ୍ନ ରେସ୍କ୍ୟୁ କ୍ୟାମ୍ପକୁ ଲୋକଙ୍କୁ ଅଣାଯାଉଛି।

ତେବେ କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ସକାଳା ୬ୟଟା ସୁଦ୍ଧା ଜଳସ୍ତର ହ୍ରାସପାଇ ୮.୫୨ ମିଟରରେ ପ୍ରବାହିତ ହେଉଛି। ଭୋଗରାଇ ବ୍ଳକର ୮ଟି ପଞ୍ଚାୟତର ୬୫ଗାଁ ଏବେ ମଧ୍ୟ ପାଣି ଘେରରେ ଅଛି। ଭୋଗରାଇ ଓ କମର୍ଦାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଏବେ ବି ଅଣ୍ଠାଏ ପାଣି ପ୍ରଭାହିତ ହେଉଛି।

Advertisment

Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ