Advertisment

କେରଳ ଟ୍ରାଜେଡି: ଓଡ଼ିଶାରୁ ୱାୟନାଡ୍‌ ଗଲା ସନ୍ଧାନୀ କୁକୁର 'ଷ୍ଟର୍ମ'

ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଏହାରି ଭିତରେ ଜୋର୍‌ଦାର ହୋଇଛି ରେସ୍କ୍ୟୁ ଅପରେସନ୍‌। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେଠାକୁ ଯାଇଛି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’।

Storm

Storm

Advertisment

କେରଳ ୱାୟନାଡରେ ପ୍ରକୃତିର ତାଣ୍ଡବ ପରେ ଚାଲିଛି ଜୀବନ ଖୋଜା। ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଏହାରି ଭିତରେ ଜୋର୍‌ଦାର ହୋଇଛି ରେସ୍କ୍ୟୁ ଅପରେସନ୍‌। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେଠାକୁ ଯାଇଛି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’। ତା’ ସହିତ ୪ ଜଣ ଅଧିକାରୀ ମଧ୍ୟ ୱାୟନାଡ ଗସ୍ତ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ।

Advertisment

‘ଷ୍ଟର୍ମ’ ହେଉଛି ବ୍ରହ୍ମପୁର ପୋଲିସର ଏକମାତ୍ର କୁକୁର ଯିଏ ସନ୍ଧାର ଓ ଉଦ୍ଧାର କରିବାର ଟ୍ରେନିଂ ନେଇଛି। ‘ଷ୍ଟର୍ମ’ ସହିତ ଜଣେ ଏସ୍‌ଆଇ, ଦୁଇ ଏଏସ୍‌ଆଇ, ଟ୍ରେନର ଓ ଅନ୍ୟଜଣେ କର୍ମଚାରୀ ଯାଇଥିବା ସୂଚନା ମିଳିଛି। ଓଡ଼ିଶା ପୋଲିସର ଏକ କୁକୁର ସେଠାକୁ ଯାଇ ଉଦ୍ଧାର କାର୍ଯ୍ୟରେ ସାମିଲ ହେବ। ପୋଲିସର କୁକୁର କେବଳ ସନ୍ଧାନ ପାଇଁ ଟ୍ରେନିଂ ନେଇଥିବା ବେଳେ ଷ୍ଟର୍ମ ଉଦ୍ଧାର କାର୍ଯ୍ୟର ପ୍ରଶିକ୍ଷଣ ନେଇଛି। ତେଣୁ ଷ୍ଟର୍ମକୁ ଏଥିପାଇଁ ଚୟନ କରାଯାଇଥିବା ସୂଚନା ମିଳିଛି।

କେରଳ ୱାୟନାଡରେ ମୃତ୍ୟୁ ବର୍ଷାର ୬ଦିନ ପରେ ବି ପଥର ତଳୁ ସରୁନି ଜୀବନ ଖୋଜା । ଦିନ ଗଡ଼ିବା ସହ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ବେସରକାରୀ ଭାବେ ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ, ଶହ ଶହ ଲୋକ ଏବେବି ନିଖୋଜ ଅଛନ୍ତି । ସେନା ଓ NDRF ସମେତ ବିଭିନ୍ନ ସଂସ୍ଥା ଓ ସ୍ବେଚ୍ଛାସେବୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ, ଗ୍ରାଉଣ୍ଡ ଜିରୋରେ ପ୍ରଳୟ ପରର ସ୍ଥିତି ପରଖିଛି ଓଟିଭି । କ୍ୟାମେରା ଲେନ୍ସରେ କଏଦ ହୋଇଛି, କିପରି ଛାରଖାର ହୋଇଯାଇଛି ଗାଁ।

Advertisment

ରାତିକ ଭିତରେ କିପରି ଛାରଖାର ହୋଇଗଲା ତିନି ତିନିଟି ଗାଁ, ମରି ହଜିଗଲେ ଶହ ଶହ ଲୋକ, ରାତାରାତି କିପରି ବଦଳିଗଲା ଏ ଅଞ୍ଚଳର ରୂପ। ୫ ଦିନ ତଳେ ଯେଉଁଠି ଚା ଓ କଫିର ସୁନ୍ଦର ବଗିଚା ଥିଲା, ଆଜି ସେଠି ପଥରର ନଈ । ଭୂସ୍ଖଳନ ପରେ ପାହାଡ଼ ଉପରୁ ଟନ୍ ଟନ୍ ଓଜନର ଅସଂଖ୍ୟ ପଥର ଓ କାଠଗଣ୍ଡି ଆସି, ଅଜାଡ଼ି ହୋଇପଡ଼ିଛି ବିସ୍ତୀର୍ଣ୍ଣ ଇଲାକାରେ । ଆଉ ତା ତଳେ ଦବିଯାଇଛି ଗାଁ, ଘର, ରାସ୍ତାଘାଟ ।ଭୂସ୍ଖଳନରେ ଯେଉଁ ୩ଟି ଗାଁ ନିଶ୍ଚିହ୍ନ ହୋଇଯାଇଛି। ପ୍ରଳୟର ତାଣ୍ଡବ ଯେଉଁ ଘରଗୁଡ଼ିକର ଅତାପତା ପୋଛି ଦେଇଛି।

ଜିପ୍ ଭିତରେ କାଠଗଣ୍ଡି ଜମା ହୋଇଛି, ଖଟ ପଡ଼ିଛି ବେଡରୁମ୍ ନାହିଁ, ବାଥରୁମ ପୂରା ମାଟି ମଟାଳ । କେଉଁଠି ଲୁଗା ଶୁଖୁଛି, ତ କେଉଁଠି ଥାକରେ ସଜା ହୋଇଛି କାଚବନ୍ଧେଇ ପ୍ରଶଂସାପତ୍ର, ହେଲେ କାଦୁଅ ପୋଛିବାକୁ କେହି ନାହିଁ । ଆଉ ଏ କାନ୍ଥଘଣ୍ଟା ଟିକ୍ ଟିକ୍ ଚାଲୁନି, ସତେ ଯେମିତି ଗୁମୁରି ଗୁମୁରି କାନ୍ଦୁଛି ।ଆଜି ଷଷ୍ଠ ଦିନରେ ବି ଜାରି ରହିଛି ପଥର ତଳୁ ଜୀବନ ଖୋଜା । ଯୁଆଡ଼େ ଦେଖିବେ ଶହ ଶହ ଉଦ୍ଧାରକାରୀ ଦେବଦୂତ । ତନ୍ନତନ୍ନ ଅଣ୍ଡାଳୁଛନ୍ତି ପ୍ରତିଟି ଇଲାକା । ନିଜ ନିଜ ଅଭିଯାନରେ ମଗ୍ନ ଜେସିବି, ସନ୍ଧାନୀ କୁକୁର ଓ ଆମ୍ବୁଲାନ୍ସ। ଗୋଟିଏ ଗୋଟିଏ ପଥର ହଟାଇଲେ ସତେ ଯେମିତି ତଳୁ ଇତିହାସ ବାହାରୁଛି ।

Advertisment

Landslide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ