• Astrospeak
  • Live TV
  • Read In English

Principal Secretary To CM: IAS ଶାଶ୍ଵତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ । ସାଧାରଣତଃ ଏହି ଦାୟିତ୍ୱରେ ଥିବା ଅଫିସରଙ୍କୁ ଅନ୍ୟ କାମ ଦିଆଯାଇନଥାଏ । କିନ୍ତୁ ଶାଶ୍ୱତଙ୍କୁ ଏକାଧିକ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ୧୯୯୬ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି ।

Saswata Mishra
ଶାଶ୍ୱତ ମିଶ୍ର

ବରିଷ୍ଠ IAS ଶାଶ୍ବତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡ୍‌କୋ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିକୁଞ୍ଜ ବିହାରୀ ଧଳଙ୍କ ସ୍ଥାନରେ ମିଳିଛି ଶାଶ୍ୱତଙ୍କୁ ମିଳିଛି ଏହି ନିଯୁକ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ । ସାଧାରଣତଃ ଏହି ଦାୟିତ୍ୱରେ ଥିବା ଅଫିସରଙ୍କୁ ଅନ୍ୟ କାମ ଦିଆଯାଇନଥାଏ । କିନ୍ତୁ ଶାଶ୍ୱତଙ୍କୁ ଏକାଧିକ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ୧୯୯୬ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ଏବେ ଅଣଓଡିଆ ନୁହଁନ୍ତି ଦକ୍ଷତା ଭିତ୍ତିରେ ସମସ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଦେଉଥିବାର ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ନିଜ ହାତରେ ଅର୍ଥ ବିଭାଗ ରଖିଥିଲା ବେଳେ ଶାଶ୍ୱତ ଅଛନ୍ତି ସେହି ବିଭାଗର ପ୍ରମୁଖ ସଚିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲକ୍ଷ୍ୟକୁ ଆଗେଇ ନେବାକୁ ଏହି ଅଫିସରଙ୍କ ଉପରେ ସେ ଭରସା କରିଛନ୍ତି ।

ଅଧିକ ପଢ଼ନ୍ତୁ: ରଥ ପରେ ଆସିପାରେ ରାଜ୍ୟ ସରକାରରେ ବଡ଼ ନିଷ୍ପତ୍ତି; ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା...