death suspense
ସମ୍ବଲପୁରୀ ଗାୟିକା ରୁକ୍ ସାନା ବାନୋଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ପରିବାର ଲୋକ ଓ ସମ୍ପର୍କୀୟ । ଭୁବନେଶ୍ବରର ଏକ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁର କାରଣ ସ୍କ୍ରାବ୍ ଟାଇଫସ୍ ବୋଲି କୁହାଯାଉଛି । ତେବେ ସ୍ଲୋ ପଏଜନ ଯୋଗୁଁ ରୁକ୍ ସାନା ବାନୋଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଜଣେ ସମ୍ବଲପୁରୀ ଗାୟକଙ୍କ ନାଁରେ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
ସୂଚନା ଅନସାରେ ୧୫ ଦିନ ତଳେ ବଲାଙ୍ଗୀରରେ ସୁଟିଂ ବେଳେ ସେ ଅସୁସ୍ଥ ହୋଇଥିଲେ । ଗତ ଅଗଷ୍ଟ ୨୭ରେ ତାଙ୍କୁ ପ୍ରଥମେ ଭବାନୀପାଟଣା, ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ପରେ ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସେପଟେ ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ମାଆଙ୍କର ଏକ ଅଭିଯୋଗ ପୂର୍ଣ୍ଣ ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ସେ କାହା ନାଁ ନ ନେଇ ନିର୍ଦ୍ଦିଷ୍ଟ କୌଣସି ଲୋକକୁ ତାଙ୍କ ଝିଅର ମୃତ୍ୟୁ ପାଇ ଦାୟୀ କରୁଛନ୍ତି । ତାଙ୍କ ଝିଅକୁ ସମ୍ବଲପୁର ଓ ବରଗଡ଼ ଲୋକଙ୍କ ସହ କାମ ନ କରିବାକୁ ଧମକ ଦିଆଯିବା ସହ ବିଷ ପିଆଇ ଦିଆଯାଇଥିବା ସାଂଘାତିକ ଅଭିଯୋଗ କରିଛନ୍ତି ରୁକ୍ସାନାଙ୍କ ମାଆ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726724253.jpg)