Advertisment

ସିକ୍ରେଟ୍ ଚାମ୍ବରରେ ଚାଲିଥିଲା ଦେଶୀ ମଦ ଭାଟି; ଚାଲିଲା ବୁଲଡୋଜର...

ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ। ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି।

ଅଦ୍ୟତନ ହୋଇଛି
undefined

Liquor

Advertisment

ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ। ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି। ଆଜି ରାଜଧାନୀର ସାଲିଆ ସାହିରେ ଲୁଚାଛପାରେ ଚାଲିଥିବା ୩ଟି ଦେଶୀ ମଦ ଭାଟି ଉପରେ ଚଢାଉ ହୋଇଛି। ସେହିପରି ଗତ ୪ ଦିନ ମଧ୍ୟରେ ସାରା ରାଜ୍ୟରେ ବେଆଇନ ମଦ କାରବାର ନେଇ ୧୩ଶହ ୭୭ଟି ମାମଲା ରୁଜୁ ହୋଇଥିବା ବେଳେ ୮୪୫ଜଣଙ୍କୁ ଗିରଫ କରାଯାଇଛି।

Advertisment

ଦି ହାତର ଗଳି। ତାଭିତରେ କଂକ୍ରିଟର ପକ୍କାଘର। ଘରେ ଏସି ଲାଗିଛି। ସିଲିଂ ହେଇଛି ଛାତ। ୱାଇଫାଇ କନେକ୍ସନ, ଡିସ୍, କଲର ଟିଭି ସବୁ ଅଛି। ଘରର ବେଡ୍ ରୁମ୍ । ଯାହା ଭିତର ଦେଇ ବାଟ ଲମ୍ବିଛି ଦେଶୀ ମଦ ଭାଟିକୁ । କାହାକୁ ସନ୍ଦେହ ନହେବା ଭଳି ତିଆରି ହୋଇଛି ସିକ୍ରେଟ୍ ଚାମ୍ବର। ଲୁଗାପଟା ଆଲଣା ହଟାଇଲେ ପ୍ରାୟ ୩ ଫୁଟର ସୁଡଙ୍ଗ ରାସ୍ତା । ନଜର ପକାନ୍ତୁ କେମିତି ଆଉ କିଭଳି ପରିସ୍ଥିତିରେ ତିଆରି ହେଉଥିଲା ଦେଶୀ ମଦ। ଚାଉଳରେ ପୋକ ଲାଗି ଗଲାଣି, ସେଥିରେ ମିଶାଯାଉଛି ପିଡିଆ । ଚୁଲିରେ ହାଣ୍ଡି ବସି ବେଧଡକ ଚାଲିଛି ଦେଶୀ ମଦ ରନ୍ଧା । ବର୍ଷ ବର୍ଷ ଧରି ଅବକାରୀ ବିଭାଗ ଓ ପୋଲିସର ନାକ ତଳେ ଚାଲିଥିଲା ଦେଶୀ ମଦର ବେଆଇନ୍ କାରବାର । ଯାହାକୁ ଦେଖି ଖୋଦ୍ ପୋଲିସ ବି ଆଶ୍ଚର୍ଯ୍ୟ। 

ଅସ୍ବାସ୍ଥ୍ୟକର ପରିବେଶ। ଭିତରେ ଘୁଷୁରି ବୁଲୁଛନ୍ତି। ତାଭିତରେ ଦେଶୀ ମଦର ବେପାର। ରାଜଧାନୀ ସାଲିଆ ସାହିରେ ଚାଲିଥିବା ମଦ ମାଫିଆଙ୍କ ଚୋରା କାରବାର ଧରାପଡିବା ପରେ ନଷ୍ଟ କରାଯାଇଛି ଶହ ଶହ ଲିଟର ଦେଶୀ ମଦ ଓ ପୋଚକୁ। ବୁଲିଛି ବୁଲଡୋଜର। ମାଟିରେ ମିଶିଛି ବେଆଇନ ମଦ ଭାଟି। ଗତକାଲି ଅବକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି କୁଇକ୍ ଆକ୍ସନ। ଖୋଜି ଖୋଜି ମଦ ଭାଟି ଭାଙ୍ଗିବା ସହ ଗୋଡାଇ ଗୋଡାଇ ମଦ ମାଫିଆଙ୍କୁ ଗିରଫ କରୁଛି ପୋଲିସ। 

Advertisment

ରାଜ୍ୟ ସାରା ଚାଲିଛି ଧରପଗଡ। ଆକ୍ସନ ମୋଡକୁ ଆସିଯାଇଛି ଅବକାରୀ ବିଭାଗ। ବେଆଇନ୍ ମଦଭାଟି ଉପରେ ଚାଲିଛି ମାରାଥନ୍ ରେଡ୍। ସକାଳୁ ସକାଳୁ ଆସିକା ଅବକାରୀ ବିଭାଗ ପକ୍ଷରୁ କେ. ନୂଆଁପଲିର ଏରୋଗୋଲା ବସା, ଦେବଭୂମି ଓ କମାଗଡ଼ ଅଞ୍ଚଳରେ ହୋଇଥିଲା ଚଢାଉ। ମାଟି ତଳୁ ମିଳିଥିଲା ପ୍ରାୟ ୨ ହଜାର ଲିଟର ପୋଚ ଓ ୨ଶହ ଲିଟର ଦେଶୀ ରନ୍ଧା ମଦ। ଅବକାରୀ ବିଭାଗ ଏସବୁକୁ ନଷ୍ଟ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି। 

ସେପଟେ ନୂଆପଡାର ବିଭିନ୍ନ ସ୍ଥାନରେ ବି ରେଡ୍ କରିଛି ଅବକାରୀ ବିଭାଗ। ଜିଲ୍ଲାର କୋମନା ଏବଂ ଲଖନା ଥାନା ଅଂଚଳର ଅନେକ ଗାଁରେ ଦେଶୀ ମଦ ଭାଟି ଉପରେ ହୋଇଛି ରେଡ୍। ଅବକାରୀ ବିଭାଗର ସୂଚନା ଅନୁସାରେ, ଗତ ୪ ଦିନ ମଧ୍ୟରେ ୧୩ଶହ ୭୭ଟି ମାମଲା ରୁଜୁ ହୋଇଥିବା ବେଳେ ୮୪୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ୭୬ ହଜାର ୭୮୯ ଲିଟର ଦେଶୀ ରନ୍ଧା ମଦ ଓ ୫ ଲକ୍ଷ ୬୦ ହଜାର ୧୫୮ କିଲୋଗ୍ରାମ ପୋଚ ନଷ୍ଟ କରାଯାଇଛି।

Advertisment

Fake Liquor Liquor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ