Advertisment

Sahu Bhauja: ଷ୍ଟେଜକୁ ଆସିଲେନି ସାହୁ ଭାଉଜ, ରାଗିଲେ ଦର୍ଶକ

ଷ୍ଟେଜକୁ ଆସିଲେନି ସାହୁ ଭାଉଜ, ରାଗି ତମତମ ଦର୍ଶକ। ଷ୍ଟେଜ ଉପରକୁ ଚେୟାର ମାଡ଼ ପରେ ବନ୍ଦ ହେଲା ଯାତ୍ରା।

Sahu Bhauja

Sahu Bhauja

Advertisment

ଷ୍ଟେଜ ଉପରକୁ ଆସିଲେନି ସାହୁ ଭାଉଜ, ରାଗି ତମତମ ହେଲେ ଦର୍ଶକ। ଷ୍ଟେଜ ଉପରକୁ ଚେୟାର ମାଡ ପରେ ବନ୍ଦ ହୋଇଗଲା ଯାତ୍ରା। ଏଭଳି ଘଟଣା ଘଟିଛି କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମନୋହରପୁର ଗାଁରେ।

Advertisment

ଦୁର୍ଗାଶ୍ରୀ ଯାତ୍ରାପାର୍ଟି ଗାଁରେ ଯାତ୍ରା ପକେଇଥିଲା। ଶନିବାର ଦିନ ସାହୁ ଭାଉଜ ଷ୍ଟେଜ ଶୋ’ କରିବାର ପ୍ରୋଗ୍ରାମ ଥିଲା। ସାହୁ ଭାଉଜ ବି ଆସି ପହଂଚିଥିଲେ। ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ପୋଲିସ ଘଟଣାସ୍ଥଳକୁ ଯାଇ ସାହୁ ଭାଉଜଙ୍କୁ ଷ୍ଟେଜ ଶୋ’ କରିବା ପାଇଁ ମନା କରିଥିଲା। ଯାହା ଫଳରେ ସେ ଆଉ ଷ୍ଟେଜ ଉପରକୁ ଯାଇନଥିଲେ।

ସେପଟେ ଭିତରେ ଥିବା ଦର୍ଶକ, ଯେଉଁମାନେ ସାହୁ ଭାଉଜଙ୍କୁ ଦେଖିବାପାଇଁ ଆସିଥିଲେ, ସେମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା। ଷ୍ଟେଜ ଉପରକୁ ଚେୟାର ମାଡ଼ କରିବାସହ ଯାତ୍ରା ବନ୍ଦ କରିଦେଇଥିଲେ ଦର୍ଶକ। ଗାଁରେ ପ୍ରବଳ ହଙ୍ଗାମା ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।...

Advertisment

Odisha Jatra Party Jatra Artist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ