Advertisment

Office Timing Instructions: ସାଢେ ୫ ଟା ପୂର୍ବରୁ ଛାଡିପାରିବେନି ଅଫିସ, ଏହି କର୍ମଚାରୀଙ୍କ ପାଇଁ ଲାଗୁ ହେଲା ନିୟମ...

ଏଣିକି ସାଢ଼େ ୫ ପୂର୍ବରୁ ଅଫିସ ଛାଡିବା ମନା । ୧୦ଟା ବେଳେ ଅଫିସ ଆସିବେ ଓ ୫ଟା ୩୦ ପୂର୍ବରୁ ଅଫିସ୍ ଛାଡ଼ି ପାରିବେନି ବୋଲି କଡ଼ା ନିର୍ଦ୍ଦେଶ ରହିଛି । ସର୍ବନିମ୍ନ ସାଢେ ୭ ଘଣ୍ଟା ଅଫିସରେ ରହିବା ବାଧ୍ୟତାମୂଳକ ।

ଅଦ୍ୟତନ ହୋଇଛି
New Rules For Employees

New Rules For Employees

Advertisment

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ନୂଆ ନିୟମ । ଏଣିକି ସାଢ଼େ ୫ ପୂର୍ବରୁ ଅଫିସ ଛାଡ଼ିପାରିବେ ନାହିଁ କର୍ମଚାରୀ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଯେଉଁଥିରେ କର୍ମଚାରୀ ୧୦ଟା ବେଳେ ଅଫିସ ଆସିବେ ଓ ୫ଟା ୩୦ ପୂର୍ବରୁ ଅଫିସ୍ ଛାଡ଼ି ପାରିବେନି ବୋଲି କଡ଼ା ନିର୍ଦ୍ଦେଶ ରହିଛି । କର୍ମଚାରୀ ସର୍ବନିମ୍ନ ସାଢେ ୭ ଘଣ୍ଟା ଅଫିସରେ ରହିବାକୁ ବାଧ୍ୟତାମୂଳକ ଭାବେ ଦର୍ଶାଯାଇଛି ।

Advertisment

ଏହାସହ ବାୟୋ-ମେଟ୍ରିକ୍ ଜରିଆରେ କର୍ମଚାରୀ ଅଫିସ ପ୍ରବେଶ ଓ ପ୍ରସ୍ଥାନ କରିବେ । ଯଦି ବାୟୋମେଟ୍ରିକ ସଠିକ ଭାବେ କାର୍ଯ୍ୟକାର ନହୁଏ, ଅର୍ଥାତ୍ ପ୍ରବେଶ( Punch In) ଓ ପ୍ରସ୍ଥାନ ( Punch Out) ସମୟରେ ବ୍ୟତିକ୍ରମ ଦେଖାଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଯାଇଛି । 

ଅଧିକ ପଢନ୍ତୁ : ଫର୍ମ ଫିଲପ୍ କଲେ, ହଲକୁ ଗଲେନି; ପ୍ଲସ୍-ଟୁରେ କାହିଁକି ବଢୁଛି ଡ୍ରପ୍ଆଉଟ୍ ହାର ?

Advertisment
Odisha Government Rural Development New Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ