Advertisment

Sambalpur Police: ପୋଲିସର ବଡ଼ ଘୋଷଣା: ସୁନା ଚୋରକୁ ଧରାନ୍ତୁ; ମିଳିବ ୧ ଲକ୍ଷ ଟଙ୍କା...

ସମ୍ବଲପୁରରେ ମଣପୁରମ finance limited ଅଫିସରୁ ସୁନା ଓ ଟଙ୍କା ଲୁଟ ଘଟଣାରେ ଚୋରକୁ ଧରାଇଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର। ଏଭଳି ଏକ ପଦକ୍ଷେପ ନେଇଛି ପୋଲିସ।

ଅଦ୍ୟତନ ହୋଇଛି
Reward for Clues on Manappuram Gold Loot Accused

Reward for Clues on Manappuram Gold Loot Accused

Advertisment

ସୁନା ଚୋରକୁ ଧରାଇଦିଅ । ମିଳିବ ଏକ ଲକ୍ଷ ଟଙ୍କା। ଅଭିଯୁକ୍ତର ଜାରି ହେଲା ଫଟୋ। ପୁରସ୍କାର ଘୋଷଣା କଲା ସମ୍ବଲପୁର ପୋଲିସ । ସମ୍ବଲପୁରରେ ମଣପୁରମ finance limited ଅଫିସରୁ ସୁନା ଓ ଟଙ୍କା ଲୁଟ ଘଟଣାରେ ପୋଲିସ ଏବେ ଏଭଳି ଏକ ପଦକ୍ଷେପ ନେଇଛି । ତା’ ସହ ୪ଟି ପୋଲିସ ଟିମ ଅଭିଯୁକ୍ତକୁ ଧରିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି । ଗତ ୩ ତାରିଖରୁ ଡକାୟତି ହେଲାଣି କିନ୍ତୁ ଏ ଯାଏଁ କିଛି ବି ସୁରାକ ପାଉନି ପୋଲିସ। 

Advertisment

ସପ୍ତାହେ ହେବାକୁ ବସିଲାଣି ସମ୍ବଲପୁରର ଏହି ଡକାୟିତ ଘଟଣା । ପ୍ରାୟ ୩୦ କେଜି ଓଜନର ସୁନା ଅଳଙ୍କାର ଓ ୩ ଲକ୍ଷ ଟଙ୍କା ଲୁଟ କରି ଚମ୍ପଟ ମାରିଛନ୍ତି ଅଭିଯୁକ୍ତମାନେ । କିନ୍ତୁ ଏଯାଏଁ ପୋଲିସ ହାତ ଖାଲି । ତେଣୁ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କ ଫଟୋ ପୋଲିସ ଜାରି କରିବା ସହ ଧରାଇ ଦେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ ବୋଲି ପୋଲିସ ଘୋଷଣା କରିଛି। ସେପଟେ ସେହି ଅଭିଯୁକ୍ତକୁ ହାତିଆ RPF ଧରି ସମ୍ବଲପୁର ପୋଲିସକୁ ହସ୍ତାନ୍ତର କରିଛି ଓ ତାକୁ ସମ୍ବଲପୁରରେ ଜେରା କରାଯାଉଛି ବୋଲି ଶୁଣିବାକୁ ମିଳୁଛି । ହେଲେ ଏ ବାବଦରେ ସମ୍ବଲପୁର ପୋଲିସ କିଛି ବି କହୁନି । 

ଅଧିକ ପଢ଼ନ୍ତୁ: ଫାଇନାନ୍ସ ସଂସ୍ଥାରୁ ସୁନା ଚୋରି; ଚିନ୍ତାରେ ଗ୍ରାହକ, ମିଳିବ ତ ବନ୍ଧକ ସୁନା ?

Advertisment

ଏ ନେଇ ହାତିଆ ରେଳ ଷ୍ଟେସନର ଆର୍‌ପିଏଫ୍‌ (RPF) ଅଧିକାରୀ ଓଟିଭି ସହ ଫୋନରେ କଥା ହେବା ବେଳେ କହିଛନ୍ତି ଯେ, ସେମାନେ ଜଣେ ସନ୍ଦିଗ୍ଧକୁ ଧରି ସମ୍ବଲପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି । ତେବେ ସୁନା ଭର୍ତ୍ତି ବ୍ୟାଗ ଜବତ ହୋଇଛି କି ନାହିଁ ସେ ନେଇ ସ୍ପଷ୍ଟ କରିପାରି ନାହାନ୍ତି ଆର୍‌ପିଏଫ୍‌ ଅଧିକାରୀ । ପୋଲିସ ପକ୍ଷରୁ ଯେଉଁ ଫଟୋ ଜାରି କରାଯାଇଥିଲା,  ସେହି ଫଟୋ ଆଧାରରେ ସଂପୃକ୍ତ ସନ୍ଦିଗ୍ଧକୁ ଠାବ କରାଯାଇଥିଲା ବୋଲି ସେ କହିଛନ୍ତି । ତା’ର ନାଁ ରାଜେଶ ପାସୱାନ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ, ଗ୍ରାହକମାନେ ନିଜ ନିଜ ବନ୍ଧକ ସୁନା ମୁକୁଳାଇବାକୁ ମଣପୁରମ ଅଫିସକୁ ଯାଇ ଅସନ୍ତୋଷ ପ୍ରକାଶ କରି ଫେରୁଛନ୍ତି। ନିଜ ନିଜର ସୁନା ଅଳଙ୍କାର ଫେରି  ପାଇବେ କି ନାହିଁ ସେନେଇ ସନ୍ଦେହ ପ୍ରକାଶ କରିଛନ୍ତି ଗ୍ରାହକ। ତେବେ ଡକାୟତି ପର ଠାରୁ ମଣପୁରମର ଅଫିସ୍ ଖୋଲା ରହିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟ ହେଉ ନାହିଁ। କେବଳ ଗ୍ରାହକମାନଙ୍କୁ ବୁଝାବୁଝି କରି ପଠାଇ ଦିଆଯାଉଛି।

Advertisment

ଅଧିକ ପଢ଼ନ୍ତୁ: ସହଦେବ ନାୟକ ହତ୍ୟାକାଣ୍ଡ: ପୋଲିସର ସିନ୍ ରିକ୍ରିଏସନ

Sambalpur Police Gold Loot Sambalpur Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ