Advertisment

ଚାଷୀ ଆତ୍ମହତ୍ୟାକୁ ବଳିଗଲା ଷ୍ଟୁଡେଣ୍ଟ ସୁଇସାଇଡ୍ !

NCRBର ରିପୋର୍ଟରେ ଚିନ୍ତାଜନକ ତଥ୍ୟ । ବାର୍ଷିକ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ମାମଲା ବଢ଼ିଛି ୪ ପ୍ରତିଶତ ।

undefined

Student Suicide

Advertisment

ଚାଷୀ ଆତ୍ମହତ୍ୟାକୁ ବଳିଗଲା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା । ଦେଶର ଜନସଂଖ୍ୟା ବୃଦ୍ଧିଠାରୁ ବି ଅଧିକ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ହାର । ଜନସଂଖ୍ୟା ଯେତିକି ଦ୍ରୁତ ଗତିରେ ବଢୁଛି ତାଠୁ ଅଧିକ ହାରରେ ଆତ୍ମହତ୍ୟା କରୁଛନ୍ତି ଛାତ୍ରଛାତ୍ରୀ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ-NCRBର ରିପୋର୍ଟରେ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ।

Advertisment

ରିପୋର୍ଟ ଅନୁସାରେ, ଦେଶରେ ବାର୍ଷିକ ଆତ୍ମହତ୍ୟା ମାମଲା ୨ ପ୍ରତିଶତ ବଢ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ବଢ଼ିଛି ୪ ପ୍ରତିଶତ। ୨୦୨୨ରେ ମୋଟ୍ ଆତ୍ମହତ୍ୟା ମାମଲାର ୫୩ ପ୍ରତିଶତ ହେଉଛନ୍ତି ଛାତ୍ର। ତେବେ ୨୦୨୧-୨୨ ମଧ୍ୟରେ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ୬ ପ୍ରତିଶତ କମିଥିବା ବେଳେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୭ ପ୍ରତିଶତ ବଢ଼ିଛି। ଯାହା ବେଶ ଉଦବେଗଜନକ। ଗତ ଦଶନ୍ଧିରେ, ଶୂନରୁ ୨୪ ବର୍ଷ ବୟସର ଜନସଂଖ୍ୟା ୫୮.୨ କୋଟିରୁ ୫୮.୧ କୋଟିକୁ ହ୍ରାସ ପାଇଥିବାବେଳେ ଛାତ୍ରଛାତ୍ରୀ ଆତ୍ମହତ୍ୟା ସଂଖ୍ୟା ୬ ହଜାର ୬ ଶହ ୫୪ରୁ ୧୩ ହଜାର ୪୪କୁ ବୃଦ୍ଧି ପାଇଛି।

NCRB ରିପୋର୍ଟ କହୁଛି, ୨୦୨୨ରେ ସର୍ବାଧିକ ଛାତ୍ର ଆତ୍ମହତ୍ୟାରେ ପ୍ରଥମରେ ରହିଛି ମହାରାଷ୍ଟ୍ର । ଏଠାରେ ୧୭୬୪ ଜଣ ଛାତ୍ର ସୁସାଇଡ୍ କରିଛନ୍ତି। ତାପଛକୁ ତାମିଲନାଡୁରେ ୧୪୧୬ ଏବଂ ମଧ୍ୟପ୍ରଦେଶରେ ୧୩୪୦ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। କେବଳ ଏହି ତିନି ରାଜ୍ୟରେ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ମାମଲା ଜାତୀୟସ୍ତରର ଏକ ତୃତୀୟାଂଶ। ସେହିପରି ଉତ୍ତର ପ୍ରଦେଶରେ ୧୦୬୦ ଏବଂ ଝାଡ଼ଖଣ୍ଡରେ ୮୨୪ଜଣ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଛନ୍ତି। ଦେଶରେ ମୋଟ ଆତ୍ମହତ୍ୟାର ୭.୬ ପ୍ରତିଶତ ହେଉଛି ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା।

Advertisment

କାହିଁକି ବଢୁଛି ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ? ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଚରମ ନିଷ୍ପତ୍ତି ନେବାର ମାନସିକତା ଆସୁଛି କାହିଁକି ? ମନସ୍ତତ୍ତ୍ୱବିତ୍‌ଙ୍କ ମତରେ, ପିଲାଙ୍କ ମଧ୍ୟରେ ମାନସିକ ଚାପ ଓ ଭୟ ଆତ୍ମହତ୍ୟାର ପ୍ରଥମ କାରଣ। ଛାତ୍ର ଜୀବନରୁ ବଡ ହେବାର ଆଶା ଏବଂ ତାକୁ ନପାଇବାର ଭୟ ହତାଶାଭାବ ସୃଷ୍ଟି କରେ ବିଦ୍ୟାର୍ଥୀଙ୍କ ମଧ୍ୟରେ। କିଛି ସ୍ଥାନରେ ପରିବାରର ଚାପ, ଅନ୍ୟମାନଙ୍କ ପିଲାଙ୍କ ସହ ତୁଳନା, ପ୍ରତିଯୋଗିତାରେ ବିଫଳ ହେବା ଏବଂ ପ୍ରେମ ଓ ନିଶା କବଳରେ ପଡି ମଧ୍ୟ ଅନେକ ଆତ୍ମହତ୍ୟା କରିବାକୁ ନେଇଥାନ୍ତି ନିଷ୍ପତି।

ଶିକ୍ଷାର୍ଥୀଙ୍କ ମଧ୍ୟରେ ଏଭଳି ଆତ୍ମହତ୍ୟା ପ୍ରବଣତା ଆମ ଶିକ୍ଷିତ ସମାଜ ପାଇଁ ସୃଷ୍ଟି କରିଛି ବଡ଼ ପ୍ରଶ୍ନବାଚୀ।

Advertisment

NCRB Report Student Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ