Advertisment

ବଢ଼ିଚାଲିଛି ଅଟା, ଡାଲି, ତେଲ ଦର; ସନ୍ତୁଳି ହେଉଛନ୍ତି ସାଧାରଣ ଖାଉଟି

ଗଲା ୩ ମାସ ଭିତରେ ହରଡ଼ ଡାଲି କିଲୋ ପିଛା ୪୦ ଟଙ୍କା ବଢ଼ି ୧୭୦ ଟପିଛି। ଆଉ ଅଟା, ମଇଦା ଓ ସୁଜି ଆଦି ୧୦-୧୫ ଦିନରେ ୪ରୁ ୫ ଟଙ୍କା ଲେଖାଏଁ ମହଙ୍ଗା ହୋଇଛି।

ଅଦ୍ୟତନ ହୋଇଛି
Price rise of essential commodities in odisha

Inflation

Advertisment

ଖାଇବା ଥାଳି ଉପରେ ଜୋରଦାର ମହଙ୍ଗାମାଡ଼। ଚାଉଳ, ଡାଲି ଓ ତେଲଠୁ ଆରମ୍ଭ କରି ଅଟା, ମଇଦା ଓ ସୁଜି ଆଦି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ଗତ କିଛି ଦିନ ଭିତରେ ଆଶାତୀତ ବୃଦ୍ଧି ପାଇବା ପରେ, ଚିନ୍ତାରେ ଖାଉଟି। ତେବେ ଏହି ଦରବୃଦ୍ଧି ପାଇଁ ଉତ୍ପାଦନ ହ୍ରାସ ଓ କର୍ପୋରେଟ୍ ସଂସ୍ଥାଙ୍କ ମନମୁଖୀ ଦର ନିୟନ୍ତ୍ରଣକୁ ଦାୟୀ କରିଛି ବ୍ୟବସାୟୀ ସଂଘ ।

Advertisment

ଦେଶ ଗଣତନ୍ତ୍ରର ମହାପର୍ବରେ ମଜ୍ଜିଥିବା ବେଳେ, ଏପଟେ ଦରବୃଦ୍ଧିରେ ସନ୍ତୁଳି ହେଉଛି ସାଧାରଣ ଖାଉଟି। କଲବଲ କରୁଛି ନିତିଦିନିଆ ଖାଦ୍ୟ ସାମଗ୍ରୀର ଉଚ୍ଚା ଦର। ୧୫ ଦିନରେ ଚାଉଳ କ୍ବିଣ୍ଟାଲ ୪ ଶହ ଟଙ୍କା ମହଙ୍ଗା ହେଲାଣି। ପୂର୍ବରୁ ଯେଉଁ ଚାଉଳ କେଜି ପିଛା ୩୧ ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ୩୫। ସୋରିଷ ତେଲ ବି ଲିଟର ପିଛା ୧୨ ରୁ ୧୫ ଟଙ୍କା ବଢ଼ି, ୧୩୫ ଛୁଇଁଲାଣି।

ଅଧିକ ପଢ଼ନ୍ତୁ: ଲୋକଙ୍କୁ ବଡ଼ ଉପହାର, କମିଲା LPG ଦର

ଗଲା ୩ ମାସ ଭିତରେ ହରଡ଼ ଡାଲି କିଲୋ ପିଛା ୪୦ ଟଙ୍କା ବଢ଼ି ୧୭୦ ଟପିଛି। ଆଉ ଅଟା, ମଇଦା ଓ ସୁଜି ଆଦି ୧୦-୧୫ ଦିନରେ ୪ରୁ ୫ ଟଙ୍କା ଲେଖାଏଁ ମହଙ୍ଗା ହୋଇଛି। ରୋଷେଇ ଘର ସାମଗ୍ରୀର ଏମିତି ଦରବୃଦ୍ଧି ଦେଖି, ଗୃହିଣୀଠୁ ଆରମ୍ଭ କରି ସାଧାରଣ ଖାଉଟି ଏବଂ ଚାଳିଆ ହୋଟେଲ ମାଲିକ ବି ତ୍ରାହି ତ୍ରାହି ଡାକିଲେଣି।

Advertisment

ଭାତଥାଳି ଉପରେ ମହଙ୍ଗା ମାଡ଼ର କାରଣ କଣ? ଖାଦ୍ୟ ସାମଗ୍ରୀର ବଜାର ଦରବୃଦ୍ଧି ପାଇଁ ଉତ୍ପାଦନ ହ୍ରାସ ଓ କର୍ପୋରେଟ୍ ସଂସ୍ଥାଙ୍କ ମନୋମୁଖୀ ଦର ନିୟନ୍ତ୍ରଣକୁ ଦାୟୀ କରିଛି ବ୍ୟବସାୟୀ ମହାସଂଘ। ସଂଘ କହିଛି, କେବଳ ମୋଟା ଚାଉଳ ବ୍ୟତୀତ ଓଡ଼ିଶା ସରୁ ଚାଉଳ, ଗହମଜାତ ଉତ୍ପାଦ, ଡାଲି ଓ ତେଲ ଆଦି ପାଇଁ ଅନ୍ୟ ରାଜ୍ୟ ଓ ବିଦେଶ ଉପରେ ନିର୍ଭରଶୀଳ।

ଅପରପକ୍ଷରେ ଖୁଚୁରା ବ୍ୟବସାୟରେ ପାଦ ଥାପିଥିବା କିଛି ବଡ଼ କର୍ପୋରେଟ୍ ହାଉସ, ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ହୋର୍ଡିଂ କରି ଦରବୃଦ୍ଧି କରାଉଛନ୍ତି। ତେଣୁ ସରକାର ଦେଶରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବୃଦ୍ଧି ସହ ଦରବୃଦ୍ଧି ପଛର ବାସ୍ତବ କାରଣ ଖୋଜି ତାହାର ନିରାକରଣ ପାଇଁ ପଦକ୍ଷେପ ନିଅନ୍ତୁ। ନଚେତ ଆଗକୁ ଦରବୃଦ୍ଧି ସ୍ଥିତି ଆହୁରି ଜଟିଳ ହେବ ବୋଲି ଆଶଙ୍କା କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ।

Advertisment
Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ