khandapada group clash
ଖଣ୍ଡପଡା: ଭସାଣ ଗଣ୍ଡଗୋଳରୁ ଗଡ଼ିଲା ମୁଣ୍ଡ । ଡିଜେ ବାଜିବାକୁ ନେଇ ଉତ୍ତେଜନାରୁ ଦଳଚକଟା। ଜଣେ ମୃତ, ୧୦ ଆହତ । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା କରଡ଼ାପଲ୍ଲୀ ଗାଁରେ ଭସାଣ ଉତ୍ସବବେଳେ ଘଟିଛି ଅଭାବନୀୟ ଘଟଣା । ଗତକାଲି ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେ ବାଜିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିଲା । ପାଥପୁର ଓ କରଡାପଲ୍ଲୀ ଗାଁ ଲୋକଙ୍କ ମଧ୍ୟରେ କଥା କଟାକଟିରୁ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ସମୟରେ ଦଳାଚକଟାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।
ମୃତକ ହେଲେ କରଡ଼ାପଲ୍ଲୀ ଗାଁର ହରିହର ସ୍ବାଇଁ । ତାଙ୍କୁ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଉତ୍ତ୍ୟକ୍ତ ଲୋକମାନେ ଖଣ୍ଡପଡ଼ା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ୪ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ତେଣେ ଘଟଣାସ୍ଥଳରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756728026.jpg)