Advertisment

ଅବସରର ପରେ ୱାଟକୋର ଗାଦି ମାଡ଼ି ବସିଛନ୍ତି ବହୁ ଇଞ୍ଜିନିୟର ବାବୁ

ଅଫିସରଙ୍କ ରାଜ୍ ପାଇଁ ବନ୍ଦ ହୋଇଛି ନୂଆ ନିଯୁକ୍ତି ବାଟ । ପ୍ରମୋଶନ୍ ପାଇଥିବା ଅନେକଙ୍କୁ ମିଳୁନି ନୂଆ ପୋଷ୍ଟିଂ ।

undefined

Watco Engineer

Advertisment

ଆଇଏଏସ, ଓଏଏସ୍‌ଡି ପରେ ଏବେ ଇଞ୍ଜିନିୟର । ଗାଦି ମାଡି ବସିଛନ୍ତି ବଡ଼ବଡ଼ିଆ ଇଞ୍ଜିନିୟର ବାବୁ । ଦୀର୍ଘ ବର୍ଷ ଧରି ରହିଛନ୍ତି ଗୋଟିଏ ପଦରେ । ଅବସର ପରେ ପୁଣି ଥରେ ପାଇଛନ୍ତି ନିଯୁକ୍ତି । ଜଣେ ଜଣେ ତ ଏକାଧିକ ପଦରେ କାମ କରୁଛନ୍ତି । ରାଜ୍ୟ ସରକାରଙ୍କ ଅଧିନରେ ଥିବା ୱାର୍ଟର କର୍ପୋରେସନ୍ ଅଫ୍ ଓଡ଼ିଶା ବା ୱାଟକୋରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା। ଅବସର ନେଲା ପରେ ଭରତ ଭୂଷଣ ପଣ୍ଡା ପଳାଶୁଣି ସବଡିଭିଜନ୍‌ର ମ୍ୟାନେଜର ସହ ଏଷ୍ଟିମେଟର ଭାବେ ଅର୍ଥାତ ୨ଟି ପଦବିରେ ୨ ବର୍ଷ ଧରି କାମ କରିଆସୁଛନ୍ତି।

Advertisment

କେବଳ ସେ ନୁହଁନ୍ତି ଅବସର ନେଲା ପରେ ରାମଚନ୍ଦ୍ର ସାହୁ ଘାଟିକିଆ ସବଡିଭିଜିନ, ଲଳିତ ମହାନ୍ତି ଓଲଡଟାଉନ୍ ସବଡିଭିଜନ ଏବଂ ଯୁଗଳ ମହାନ୍ତି ପୋଖରୀପୁଟ ସବଡିଭିଜନରେ SDO ଭାବେ କାମ କରିଆସୁଛନ୍ତି । ଆଉ ବସନ୍ତ କୁମାର ବେହେରା, ପଳାଶୁଣି ଓ ନୂଆାପଲ୍ଲୀ ସବଡିଭିଜନର ଦାୟିତ୍ୱ ସହ ଜେନେରାଲ୍ ମ୍ୟାନେଜର ଭାବେ କାମ କରୁଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ନିଜେ ୱାଟକୋ ସିଇଓ ପ୍ରଦୀପ୍ତ କୁମାର ସ୍ୱାଇଁ ଜନସ୍ୱାସ୍ଥ୍ୟ ବିଭାଗରୁ ସୁପରିଟେଣ୍ଡଣ୍ଟ ଇଂଜିନିୟର ଭାବେ ଅବସର ନେବା ପରେ ଏହି ଗାଦିରେ ବସିଛନ୍ତି। ସରକାର ନୂଆ ନିଯୁକ୍ତି କରୁନଥିବାରୁ ଖୁବ୍ କମ ସଂଖ୍ୟକ  ଅଭିଜ୍ଞ ଲୋକଙ୍କୁ ନେଇ କାମ କରିବାକୁ ପଡୁଛି ବୋଲି ସେ କହିଛନ୍ତି।

Advertisment

ୱାଟକୋର କିଛି ସହକାରୀ ପରିଚାଳକ ପଦବିରେ ଥିବା ଇଂଜିନିୟରଙ୍କୁ ଦୁଇବର୍ଷ ପୂର୍ବରୁ ପଦୋନ୍ନତି ମିଳିଥିଲେ ବି ପୋଷ୍ଟିଂ ମିଳୁ ନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କିଛି ବଡବଡିଆ କୋଟେରୀ ବନାଇ ପୁରୁଣା ଲୋକଙ୍କୁ ପୁନଃନିଯୁକ୍ତି ଦେଉଥିବାରୁ ଯୁବ ଇଞ୍ଜିନିୟରମାନେ ଚାକିରିରୁ ବଞ୍ଚିତ ହେଉଥିବା କହିଛନ୍ତି ବେକାର ଇଞ୍ଜିନିୟର । ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ କହିବା କଥା କେବଳ ଅଭିଜ୍ଞତା ଆଳରେ ପୁରୁଣା ଲୋକଙ୍କୁ ବାରମ୍ବାର ଚାକିରିରେ ରଖାଯାଉଛି। ହେଲେ ନୂଆ କିମ୍ବା ପ୍ରମୋସନ ପାଇଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ସୁଯୋଗ ଦିଆଯାଉନି।

ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଏଭଳି ଅଭିଯୋଗ ତାଙ୍କ ନଜରକୁ ଆସିଛି । କାହାକୁ ଅନୁକମ୍ପା ଦେଖାଯିବନି। ଯଦି ସେଭଳି କରାଯାଇଥାଏ ତାହା ତାଉପରେ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ।

Advertisment

ମିଳିଥିବା ସୂଚନା ଅନୁସାରେ ୱାଟକୋରେ ମୋଟ୍ ୨୨୯ଟି ପଦବି ମଧ୍ୟରୁ ୬୯ଟି ପୋଷ୍ଟ ଖାଲି ପଡିଛି। ଯେଉଁଥିରେ ୩୬ ଜଣ ଜେଇ, ୨୩ ଜଣ ଆସିଷ୍ଟାଣ୍ଟ ମ୍ୟାନେଜର, ୮ ଜଣ ଜିଏମ ଏବଂ ୨ଜଣ ସୁପରିଟେଣ୍ଡେଣ୍ଟ ଇଂଜିନିୟର ପଦବି ରହିଛି ।

Engineer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ