Advertisment

ବିଲଡରଙ୍କୁ ‘ରେରା’ ଛାଟ; କ୍ରେତା ଖୁସ୍, ଚିନ୍ତାରେ ବିକ୍ରେତା

ବିଲଡରଙ୍କୁ ରେରା ଛାଟ । ପ୍ରକଳ୍ପ ପାଇଁ ସବୁ ସର୍ତ୍ତ ନ ମାନିଲେ ଫେରସ୍ତ ପାଇବେନି ସିକ୍ୟୁରିଟି ଡିପୋଜିଟ୍ । ତେବେ ରିଅଲ୍ ଇଷ୍ଟେଟ କାରବାର କ୍ଷେତ୍ରରେ କ୍ରେତାଙ୍କୁ ମିଳିବ ଫାଇଦା ।

ଅଦ୍ୟତନ ହୋଇଛି
RERA Notice

RERA Notice

Advertisment

ବିଲଡରଙ୍କ ପାଇଁ କଠୋର ହୋଇଛି ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟାରି ଅଥରିଟି ବା ଓରେରା । ପ୍ରକଳ୍ପ ସଂପୂର୍ଣ୍ଣ ପ୍ରମାଣପତ୍ର ପାଇବାକୁ ହେଲେ ପୂରଣ କରିବାକୁ ହେବ ଏକାଧିକ ସର୍ତ୍ତ । ପ୍ରୋଜେକ୍ଟ ସରିବାର ୫ ବର୍ଷ ଯାଏଁ ରେରା ପାଖେ ବନ୍ଧା ପଡ଼ିବ ସିକ୍ୟୁରିଟି ଡିପୋଜିଟ୍ । ରେରାର ଏପରି ନିଷ୍ପତ୍ତିକୁ ଏକ ପାଖିଆ କହିଛି ରିଅଲ ଇଷ୍ଟେଟ ସଂଘ । ତେବେ ଏହି ନିଷ୍ପତ୍ତି ଯୋଗୁଁ କ୍ରେତାଙ୍କ ସ୍ବାର୍ଥ ରକ୍ଷା ହୋଇପାରିବ ।

Advertisment

ବିଲଡରଙ୍କୁ ରେରା ଛାଟ । ପ୍ରକଳ୍ପ ପାଇଁ ସବୁ ସର୍ତ୍ତ ନ ମାନିଲେ ଫେରସ୍ତ ପାଇବେନି ସିକ୍ୟୁରିଟି ଡିପୋଜିଟ୍ । ତେବେ ରିଅଲ୍ ଇଷ୍ଟେଟ କାରବାର କ୍ଷେତ୍ରରେ କ୍ରେତାଙ୍କୁ ମିଳିବ ଫାଇଦା । ବାସଗୃହ କ୍ରେତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଜ ଆଭିମୁଖ୍ୟକୁ କଠୋର କରିଛନ୍ତି ଓଡ଼ିଶା ରିଅଲଇଷ୍ଟେଟ୍ ରେଗୁଲେଟାରି ଅଥରିଟି ବା ରେରା । ନିକଟରେ ଏନେଇ ରେରା ପକ୍ଷରୁ ପ୍ରକାଶିତ ସଦ୍ୟତମ ବିଜ୍ଞପ୍ତି ଅନୁସାରେ ପ୍ରକଳ୍ପକୁ ସଂପୂର୍ଣ୍ଣ ଘୋଷଣା କରିବାକୁ ହେଲେ ବିଲଡରଙ୍କୁ ମାନିବାକୁ ପଡିବ କେତେକ ସର୍ତ୍ତ।

ଯେମତିକି ବିଲଡରଙ୍କୁ କଂପ୍ଳିସନ ସାର୍ଟିଫିକେଟ୍ ବା ପ୍ରକଳ୍ପ ସଂପୂର୍ଣ୍ଣ ପ୍ରମାଣପତ୍ର ଏବଂ ଅକ୍ୟୁପେନସି ସାର୍ଟିଫିକେଟ୍ ବା ଓସି ଦାଖଲ କରିବାକୁ ପଡ଼ିବ। ଅସୋସିଏସନ ଅଫ୍ ଆଲଟି ବା କ୍ରେତା ସଂଘ ଗଠନ କରିବାକୁ ହେବ । ସେହିପରି ଲେ ଆଉଟ୍ ପ୍ଳାନ ସହ କମନ ଏରିଆ କ୍ରେତା ସଂଘ ନାମରେ କରିବାକୁ ପଡ଼ିବ । ସେହିପରି ସଂଘକୁ କମନ ଏରିଆ ହସ୍ତାନ୍ତର କପି ଦେବା ଏବଂ ଯଦି କିଛି କର୍ପସ ଫଣ୍ଡ ଥାଏ, ତାହାକୁ କ୍ରେତା ସଂଘକୁ ବିଲଡର ହସ୍ତାନ୍ତର କରିବେ । ଏହା ବ୍ୟତୀତ ରେରା ଡେଜିଗନେଟେଡ୍ ଆକାଉଣ୍ଟରେ ଥିବା ଅର୍ଥ ସିକ୍ୟୁରିଟି ଡିପୋଜିଟ, ୫ ବର୍ଷ ପର୍ଯ୍ୟନ୍ତ ରେରାଙ୍କ ଖାତାରେ ହିଁ ରହିବ। କୌଣସି ନିର୍ମାଣଗତ ତ୍ରୁଟି ଥିଲେ ବା ଦେଖାଦେଲେ ଏହି ପାଣ୍ଠିରୁ ଖର୍ଚ୍ଚ କରାଯାଇପାରିବ। ସବୁ କାଗଜ ପତ୍ର ଦାଖଲ ପରେ ହିଁ ପ୍ରକଳ୍ପଟି ଶେଷ ହେଲା ବୋଲି ଘୋଷଣା କରାଯିବ ବୋଲି କହିଛି ରେରା।

Advertisment

ବାସଗୃହ କ୍ରେତା ରେରାର ଏହି ନିୟମାବଳିକୁ ସ୍ବାଗତ କରିଥିବା ବେଳେ ବିଲଡରଙ୍କ ପାଇଁ ଏହା ଠିକ ହୋଇନାହିଁ ବରଂ ଏହା ଏକପାଖିଆ ନିଷ୍ପତ୍ତି ବୋଲି କହିଛି ରିଅଲ୍ ଇଷ୍ଟେଟ ଡେଭଲପର ଆସୋସିଏସନ- କ୍ରେଡାଇ। ସଂଘ କହିଛି, ନିୟମ ଆଣିବା ପୂର୍ବରୁ ବିଭିନ୍ନ ଷ୍ଟେକ୍ ହୋଲଡରମାନଙ୍କ ସହିତ ଆଲୋଚନା କରିବାର ଆବଶ୍ୟକତା ରହିଛି। ରେରା ଆଣିଥିବା ବିଭିନ୍ନ ସର୍ତ୍ତ ଯଦିଓ ଉଭୟ କ୍ରେତା ଓ ଡେଭଲପରଙ୍କ ହିତରେ ରହିଛି କିନ୍ତୁ ୫ ବର୍ଷ ଯାଏଁ ରେରା ଆକାଉଣ୍ଟରେ ସିକ୍ୟୁରିଟି ଡିପୋଜିଟ୍ ଜମା ରଖିବାକୁ ନେଇ ସ୍ବର ଉଠାଇଛି ସଂଘ।

RERA Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ