Advertisment

ରାଜସ୍ବ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବଢ଼ିଲା ଚର୍ଚ୍ଚା: ‘ରେରା’ ଆଇନରେ ସତରେ ଆବଶ୍ୟକ କି ସଂଶୋଧନ ?

ରେରା ଆଇନ ଯୋଗୁଁ ବହୁ ସମସ୍ୟା ଭୋଗୁଛନ୍ତି ଜମି ମାଲିକ। ସମ୍ବଲପୁର ଡିଏସ୍ଆର୍ ଅଫିସକୁ ଅଚାନକ ଗସ୍ତ ଅବସରରେ ରାଜସ୍ବ ମନ୍ତ୍ରୀଙ୍କ ଏ ମନ୍ତବ୍ୟକୁ ନେଇ ଚର୍ଚ୍ଚା।

ଅଦ୍ୟତନ ହୋଇଛି
undefined

RERA Act

Advertisment

୨୦୧୬ରୁ ଲାଗୁ ହୋଇଥିବା ରିଅଲ ଇଷ୍ଟେଟ୍ ନିୟାମକ ଆଇନ ବା ରେରା ଆଇନରେ ସତରେ ଆବଶ୍ୟକ କି ସଂଶୋଧନ ? ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରେରା ଆଇନ ଯୋଗୁଁ ଜମି କିଣାବିକା ନେଇ ଲୋକେ ହଇରାଣ ହେଉଥିବା ଦର୍ଶାଇ ଏଥିରେ ସଂଶୋଧନ ଦରକାର ବୋଲି ମନ୍ତବ୍ୟ ଦେବାପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା। ତେବେ ରିଅଲ ଇଷ୍ଟେଟ୍ କର୍ମୀଙ୍କ କହିବା କଥା, କେନ୍ଦ୍ର କ୍ଷମତାରେ ଥିବା ରେରା ଆଇନ ସଂଶୋଧନ କରିବା ପାଇଁ ଚିନ୍ତା ନ କରି ଆଇନର କାର୍ଯ୍ୟକାରିତାକୁ ଗୁରୁତ୍ବ ଦିଅନ୍ତୁ ସରକାର। 

Advertisment

ରେରା ଆଇନ ଯୋଗୁଁ ବହୁ ସମସ୍ୟା ଭୋଗୁଛନ୍ତି ଜମି ମାଲିକ। ସମ୍ବଲପୁର ଡିଏସ୍ଆର୍ ଅଫିସକୁ ଅଚାନକ ଗସ୍ତ ଅବସରରେ ରାଜସ୍ବ ମନ୍ତ୍ରୀଙ୍କ ଏ ମନ୍ତବ୍ୟକୁ ନେଇ ଚର୍ଚ୍ଚା। ସ୍ପଷ୍ଟ କହିଛନ୍ତି ରେରା ଆଇନରେ ଥିବା ପ୍ରତିବନ୍ଧକ କାରଣରୁ ଝିଅ ବାହାଘର ହେଉ ବା ଚିକିତ୍ସା ଖର୍ଚ୍ଚ ପାଇଁ ଅର୍ଥ ଯୋଗାଡ଼ ଉଦ୍ଦେଶ୍ୟରେ, ଲୋକେ ନିଜ ଜମି ବି ବିକ୍ରି କରି ପାରୁନାହାନ୍ତି । ସମ୍ବଲପୁର ସହରରେ ପାର୍ଟ ପ୍ଲଟ ପଞ୍ଜୀକରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଯଦିଓ ପାର୍ଟ ପ୍ଲଟ୍ ବା ଅଂଶ ଜମି ବିକ୍ରିରେ ରେରା ଆଇନ ସମ୍ପୂର୍ଣ୍ଣ ରୋକ୍ ଲଗାଇନି, କିନ୍ତୁ ଏଥିରେ ଥିବା କଟକଣା ଦହଗଞ୍ଜ କରୁଛି। ଏଣୁ ରେରା ଆଇନରେ ସଂଶୋଧନ ଦରକାର। ତେବେ ଆଇନରେ କ’ଣ ସଂଶୋଧନ ଆବଶ୍ୟକ ସେନେଇ ଖୁବ୍‌ଶୀଘ୍ର ନଗର ଉନ୍ନୟନ ବିଭାଗ ସହ ରାଜସ୍ବ ବିଭାଗ ଆଲୋଚନା କରିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ।

ଏପଟେ ରିଅଲ ଇଷ୍ଟେଟ୍ କର୍ମୀଙ୍କ କହିବା କଥା, ରେରା ଆଇନ ହେଉଛି ଏକ କେନ୍ଦ୍ରୀୟ ଆଇନ। ଏହାକୁ ସଂଶୋଧନ କରିବାର କ୍ଷମତା କେବଳ କେନ୍ଦ୍ର ନିକଟରେ ରହିଛି। ଦ୍ବିତୀୟରେ ଚାଷ ଜମି ରେରା ଆଇନ ପରିସରଭୁକ୍ତ ନୁହେଁ। ତେଣୁ ଚାଷ ଜମି କିଣା ବିକାରେ କୌଣସି ସମସ୍ୟା ନାହିଁ। ପ୍ରାୟତଃ ଘରବାରି ଜମି କ୍ଷେତ୍ରରେ ପାର୍ଟ ପ୍ଲଟ୍ କିଣାବିକା ହୋଇଥାଏ। ଏଭଳି କ୍ଷେତ୍ରରେ ପାର୍ଟ ପ୍ଲଟ୍ ଲେ’ ଆଉଟ୍ ଅନୁମୋଦନ ନିଆଯାଇ କିଣାବିକା ହୋଇପାରୁଛି। 

Advertisment

ତେବେ କେତେକ ବିଲ୍ଡର ପ୍ଲଟିଂ ସ୍କାମ ଉଦ୍ଦେଶ୍ୟରେ ବିନା ଲେ’ ଆଉଟ୍ ଅନୁମୋଦନରେ ପାର୍ଟ ପ୍ଲଟ୍ ବିକିବାକୁ ଚାହୁଁଛନ୍ତି, ଯାହାର ପଞ୍ଜୀକରଣ ଉପରେ ରେରା ପ୍ରତିବନ୍ଧକ ଲଗାଇଛି। ଏଣୁ ସରକାର ରେରା ଆଇନରେ ସଂଶୋଧନ ପାଇଁ ଚିନ୍ତା ନ କରି ବରଂ ଆଇନକୁ କିଭଳି ଠିକ୍ ଭାବେ କାର୍ଯ୍ୟକାରୀ କରାଯିବା ଉଚିତ ତାହା ଉପରେ ଗୁରୁତ୍ବ ଦେବା ଉଚିତ ବୋଲି ମତ ଦେଇଛନ୍ତି ରିଅଲ ଇଷ୍ଟେଟ୍ କର୍ମୀ। ଏବେ ଦେଖିବାର କଥା, ପାର୍ଟ ପ୍ଲଟ୍ ବିକ୍ରି ସମସ୍ୟା ଦୂର ପାଇଁ କି ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର।

Advertisment

Odisha Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ