Advertisment

୫ ଦଶନ୍ଧି ପରେ ଭିତର ଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ

୪୬ ବର୍ଷ ପରେ ଖୋଲିବ ରାଜରାଜୁଡ଼ା ଅମଳର ସିନ୍ଦୁକ ଓ ଆଲମିରା। ଖଟଶେଯ ଘରକୁ ଅଣାଯିବ ମହାପ୍ରଭୁଙ୍କ ଦିବ୍ୟ ଆଭୂଷଣ।

undefined

Ratna Bhandar

Advertisment

ଆସନ୍ତାକାଲି ସକାଳ ୯ଟା ୫୧ରୁ ୧୨ଟା ୧୫। ଏଇ ଅଢ଼େଇ ଘଣ୍ଟାର ଶୁଭ ମୁହୂର୍ତ୍ତ ଭିତରେ ଆରମ୍ଭ ହେବ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ। ୪୬ ବର୍ଷ ପରେ ଖୋଲିବ ରାଜରାଜୁଡ଼ା ଅମଳର ସିନ୍ଦୁକ ଓ ଆଲମିରା। ଖଟଶେଯ ଘରକୁ ଅଣାଯିବ ମହାପ୍ରଭୁଙ୍କ ଦିବ୍ୟ ଆଭୂଷଣ। ତେବେ ଭିତର ରତ୍ନଭଣ୍ଡାରରେ କେତେ ଅଳଙ୍କାର ଅଛି, ଏହାକୁ ସ୍ଥାନାନ୍ତର କରିବା ପାଇଁ କେତେ ସମୟ ଲାଗିବ, ତାହା ଏବେ ଠୁ କହିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Advertisment

ସେ କହିଛନ୍ତି, ଅଳଙ୍କାର ସ୍ଥାନାନ୍ତର ହେବା ପରେ ମଧ୍ୟ ଆହୁରି କିଛି ଆନୁସଙ୍ଗିକ ପ୍ରକ୍ରିୟା ରହିଛି। ସେସବୁ ସରିବା ପରେ ଯାଇ ରତ୍ନଭଣ୍ଡାର ମରାମତି ପାଇଁ ASIକୁ ହସ୍ତାନ୍ତର କରାଯିବ। ASI ଟିମ୍ ପ୍ରଥମେ ସ୍ଥିତି ଯାଞ୍ଚ କରି ଜଣାଇବେ ଯେ, ସେଠାରେ କଣ କାମର ଆବଶ୍ୟକତା ରହିଛି ଏବଂ ଏଥିପାଇଁ କେତେ ଦିନ ଲାଗିବ। ଏହାପରେ ଶ୍ରୀମନ୍ଦିର ପରିଚାଳନା କମିଟି, ଉଚ୍ଚସ୍ତରୀୟ ତଦାରଖ କମିଟି ଓ ସରକାରଙ୍କ ସ୍ତରରେ ଆଲୋଚନା ହୋଇ SOP ନିର୍ଦ୍ଧାରଣ ହେବ।

ମରାମତି ପାଇଁ ASIକୁ ରତ୍ନଭଣ୍ଡାର ହସ୍ତାନ୍ତର ପରେ ମଧ୍ୟ କଡ଼ାକଡ଼ି SOP ପାଳନ ହେବ। ASI ଟିମ୍‌କୁ ଚାବି ଦିଆଯିବ ନାହିଁ, ତାହା ଜିଲ୍ଲା ଟ୍ରେଜେରିରେ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ଆସନ୍ତାକାଲି ଅଳଙ୍କାର ସ୍ଥାନାନ୍ତର ସରିବା ପରେ, ASI ପ୍ରତିନିଧିଙ୍କୁ ଅଳ୍ପ କିଛି ସମୟ ପାଇଁ ଭିତର ରତ୍ନଭଣ୍ଡାରର କେବଳ ପ୍ରାରମ୍ଭିକ ଅନୁଧ୍ୟାନ ଲାଗି ଭିତରକୁ ଛଡ଼ାଯାଇପାରେ ବୋଲି ତଦାରଖ କମିଟି ଅଧ୍ୟକ୍ଷ ପୂର୍ବରୁ ସୂଚନା ଦେଇସାରିଛନ୍ତି।

Advertisment

କୁହାଯାଉଛି, ଶ୍ରୀମନ୍ଦିର ପରେ ରତ୍ନଭଣ୍ଡାର ତିଆରି ହୋଇଥିଲେ ବି, ସେବେଠୁ ଏହାର କେବେ ବି ମରାମତି କରାଯାଇନାହିଁ। ତେବେ ୨୦୧୮ରେ ଭିତର ରତ୍ନଭଣ୍ଡାର ଖୋଲାଯିବାର ନିଷ୍ଫଳ ଉଦ୍ୟମ ସମୟରେ ସାମ୍ନାକୁ ଆସିଥିଲା ଉଦବେଗ ସୃଷ୍ଟିକାରୀ ଜରାଜୀର୍ଣ୍ଣ ସ୍ଥିତି। ନଜର ପକାନ୍ତୁ ସେତେବେଳେ ରିପୋର୍ଟରେ କଣ ଦର୍ଶାଯାଇଥିଲା।

  • ପ୍ରବେଶ ଦ୍ୱାରର ଦ୍ୱାରବନ୍ଧ ଉପରେ ଥିବା ୫ଟି ଲୁହା ବିମରୁ ୨ଟି ବିମ୍ ଖସିପଡ଼ିଥିଲା। ବାକି ୩ଟି ବିମ୍ ମଧ୍ୟ ଭଲ ଅବସ୍ଥାରେ ନଥିଲା।
  • କାନ୍ଥରେ ଫାଟ ଏତେ ବଡ଼ ଥିଲା ଯେ ଜଗମୋହନ ମରାମତି ସମୟରେ ଗ୍ରାଉଟିଂ କରାଯାଇଥିବା ପଦାର୍ଥ ଭଣ୍ଡାର ଘର କାନ୍ଥ ଫାଟ ଦେଇ ବାହାରକୁ ବାହାରିଥିବା ଦେଖାଯାଇଥିଲା।
  • କୋରୱେଭର କେତେକ ସ୍ଥାନ ଦୁର୍ବଳ ଥିବା ଜଣାପଡୁଥିଲା।
  • ଛାତରୁ କିଛି ପଥର ଖଣ୍ଡ ଖସି ଚଟାଣରେ ପଡ଼ିଥିବାର ଦେଖାଯାଉଥିଲା।
Advertisment

ଏସବୁ ଦୃଷ୍ଟିରୁ ରତ୍ନଭଣ୍ଡାରର ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଭିତରେ କେତେ ଶୀଘ୍ର ମରାମତି କାମ ସରିବ, ତାହା ଏଏସ୍ଆଇ ପାଇଁ ବଡ଼ ଚ୍ୟାଲେଞ୍ଜ୍ ବୋଲି କୁହାଯାଉଛି।

ସିଫଟିଂ, ରିପ୍ୟାରିଂ, ତାପରେ କାଉଣ୍ଟିଂ। ଏଇ ମୋଡ୍‌ରେ ଚାଲିଛି ରତ୍ନଭଣ୍ଡାର ଖୋଲା ପ୍ରକ୍ରିୟା। ତେଣୁ ଯେତେଶୀଘ୍ର ରତ୍ନଭଣ୍ଡାର ମରାମତି ସରିବ, ସେତେ ଶୀଘ୍ର ଅଳଙ୍କାର ଗୁଡ଼ିକୁ ପୁଣି ଭଣ୍ଡାର ଭିତରକୁ ଆଣି ଗଣତି ମଣତି ଆରମ୍ଭ କରାଯିବ। ଏଥିପାଇଁ ୩୦ ରୁ ୪୦ ଦିନ ଲାଗିବ ବୋଲି ଆଶା ପ୍ରକାଶ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Ratna Bhandar Puri Temple Lord Jaganath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ