Advertisment

ରତ୍ନଭଣ୍ଡାରରୁ କଢ଼ାଯିବ ସିନ୍ଦୁକ, ଘୋଷଣା ହେଲା ତାରିଖ

ଆସନ୍ତା ୨୩ ତାରିଖରେ ସ୍ଥାନାନ୍ତର ହେବ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମିରା। ଦିନ ୧ଟାଠାରୁ ସ୍ଥାନାନ୍ତରଣ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ ।

ଅଦ୍ୟତନ ହୋଇଛି
Ratna Bhandar

Ratna Bhandar

Advertisment

ଆସନ୍ତା ୨୩ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବ । ଶ୍ରୀମନ୍ଦିର ପରିସର ନୀଳାଦ୍ରିବିହାର ମ୍ୟୁଜିୟମ ନିକଟ ଘରେ ରଖାଯିବ । ସିନ୍ଦୁକ, ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ୨୩ ତାରିଖ ଦିନ ୧ଟାଠାରୁ ସ୍ଥାନାନ୍ତରଣ ଶେଷ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଜୁଲାଇ ୧୪ ଓ ୧୮ରେ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ହୋଇସାରିଛି ।

Advertisment

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାରରେ ଅଛି କି ସୁଡ଼ଙ୍ଗ ? ଖୁବଶୀଘ୍ର ହେବ ଯାଞ୍ଚ

ପୂର୍ବରୁ ରତ୍ନ ଭଣ୍ଡାର ମରାମତି ନେଇ ପ୍ରସ୍ତୁତ ହୋଇଛି SOP । ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଭିତର ଓ ବାହାର ରତ୍ନ ଭଣ୍ଡାରରୁ ବହୁମୂଲ୍ୟ ଅଳଙ୍କାର ସ୍ଥାନାନ୍ତର ସରିଛି । ଏହାପରେ ରତ୍ନ ଭଣ୍ଡାର ମରାମତି କିଭଳି କରାଯିବ, କେଉଁ କେଉଁ ନିୟମକୁ ପାଳନ କରାଯିବ, କେଉଁ ସବୁ ଅତ୍ୟାଧୁନିକ ବ୍ୟବସ୍ଥା ହେବ ସେ ସବୁକୁ ନେଇ ପ୍ରସ୍ତୁତ ହୋଇଛି ଏସଓପି।

SOP ପରିଚାଳନା କମିଟିରେ ଅନୁମୋଦନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଥିଲା । ଭର୍ଚୁଆଲ୍ ମୋଡରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ବରିଷ୍ଠ ସେବାୟତ ଓ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟ ବୈଠକରେ ସାମିଲ ଥିଲେ । 

Advertisment
Puri Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ