Advertisment

Ration Card Odisha: ହିତାଧିକାରୀ ଖୁସି, ନୂଆ ବର୍ଷରୁ ପ୍ରତିମାସରେ ମିଳିବ ରାସନ

ଘୋଷଣା କଲେ ସରକାର । ନୂଆ ବର୍ଷରୁ ମିଳିବ ଏହି ସୁବିଧା। ହିତାଧିକାରୀ ଖୁସି । କିନ୍ତୁ କାହିଁକି ଏତେ ଖୁସି ? ପଢନ୍ତୁ ଏଇ ରିପୋର୍ଟ ।

ଅଦ୍ୟତନ ହୋଇଛି
Ration Card New Update News Odisha

କମିବ ହେରଫେର୍

Advertisment

୩ ମାସରେ ଥରେ ନୁହେଁ, ଏଣିକି ପ୍ରତି ମାସରେ ରାସନ ମିଳିବ ବୋଲି ଘୋଷଣା ପରେ ହିତାଧିକାରୀଙ୍କ ମଧ୍ୟରେ ଖୁସିର ଲହରୀ। ଏହା ଦ୍ବାରା ସେମାନେ ଆଗ ଅପେକ୍ଷା ଅଧିକ ଉପକୃତ ହେବେ ବୋଲି କହିଛନ୍ତି । ତେବେ ଏହାର ସଠିକ୍ କାର୍ଯ୍ୟକାରିତା ପାଇଁ ଦାବି କରିଛନ୍ତି ସାଧାରଣ ଲୋକେ । ନୂଆ ବର୍ଷରୁ ଲାଗୁ ହେବାକୁ ଥିବା ଏହି ନୂଆ ନିୟମ ଫଳରେ ଡିଲର ସ୍ତରରେ ହେରଫେର ବନ୍ଦ ହେବା ସହ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର।

Advertisment

ରାସନ ମିଳିବାରେ ଆଉ ହେବନି ଅନିୟମିତତା। ପୂର୍ବରୁ ତିନି ମାସରେ ଥରେ ମିଳୁଥିଲା। ଏଣିକି ପ୍ରତିମାସରେ ମିଳିବ ରାସନ। ହିତାଧିକାରୀଙ୍କ ପାଖରେ ପ୍ରତି ମାସରେ ରାସନ ଚାଉଳ ପହଞ୍ଚାଇ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ଜାନୁଆରୀ ମାସରୁ ଲାଗୁ ହେବ ଏହି ନୂଆ ନିୟମ। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ୩ ମାସରେ ଥରେ ଚାଉଳ ଦେବା ଫଳରେ ଡିଲର ପାଖରେ ଅଧିକ ଚାଉଳ ମହଜୁଦ୍ ରହୁଥିଲା। ତେଣୁ ହେରଫେରର ଆଶଙ୍କା ଥିଲା । ଏଭଳି ନିଷ୍ପତ୍ତି ପରେ ଡିଲର ସ୍ତରରେ ହେରଫେର ବନ୍ଦ ହେବା ସହ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ଆଶା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅଧିକ ପଢନ୍ତୁ: ବାତ୍ୟା ‘ଦାନା’କୁ ବଳିଗଲା ଅଦିନ ମେଘ; ଅମଳ ବେଳରେ ସବୁଠି ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ

Advertisment

ପ୍ରତିମାସରେ ରାସନ ଦେବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ହିତାଧିକାରୀ ସ୍ୱାଗତ କରିଛନ୍ତି। ପୂର୍ବରୁ ବାରମ୍ବାର ଚାଉଳ ପାଇଁ ଡିଲର୍ ପାଖକୁ ଦୌଡ଼ିବାକୁ ପଡୁଥିଲା। ଏଣିକି ଆଉ ଅସୁବିଧା ହେବନି ବୋଲି କହିଛନ୍ତି ହିତାଧିକାରୀ। ତେବେ ତୃଣମୂଳ କ୍ଷେତ୍ରରେ ଏହାର କାର୍ଯ୍ୟକାରିତା ପାଇଁ ବି ଦାବି ଉଠିଛି। ତିନି ମାସରେ ଥରେ ରାସନ ଅର୍ଥାତ ଏକାଥରକେ ଚାଉଳ ମିଳୁଥିବାରୁ କେତେକ ଲୋକ କିଛି ଚାଉଳ ରଖି ବାକିତକ ବିକ୍ରି କରିଦେଉଥିଲେ । ବେଳେ ବେଳେ ଡିଲର ବି ଚାଉଳ ହେରଫେର କରି ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ଅନେକ ହିତାଧିକାରୀ । ପ୍ରତିମାସରେ ଚାଉଳ ମିଳିଲେ ଭଲ ହେବ ବୋଲି କହିଛନ୍ତି ହିତାଧିକାରୀ । ଆଗରୁ ଡିଲରମାନେ ହିତାଧିକାରୀଙ୍କୁ ଅନେକ ସମୟରେ ଚାଉଳ ନାହିଁ କହି ଫେରାଇ ଦେଉଥିଲେ । ଏବେ କିନ୍ତୁ ଡିଲରମାନେ ଆଉ ଫେରାଇ ପାରିବେନି କହି ଖୁସି ହେଉଛନ୍ତି ହିତାଧିକାରୀ ।

ଜାନୁଆରୀରୁ ପ୍ରତିମାସରେ ରାସନ ଚାଉଳ ଦେବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆଗାମୀ ଦିନରେ ବାଟମାରଣା ରୋକି ଖାଦ୍ୟ ନିରାପତ୍ତାକୁ କେତେ ସୁନିଶ୍ଚିତ କରୁଛି, ତାହା ଦେଖିବାକୁ ବାକି ରହିଲା।

Advertisment

ଅଧିକ ପଢନ୍ତୁ: ଡିସେମ୍ବର ୩୧ରେ ସରୁଛି ମନୋଜଙ୍କ କାର୍ଯ୍ୟକାଳ; ବର୍ଷ ଆରମ୍ଭରେ ରାଜ୍ୟ ଦେଖିବ କି ପ୍ରଶାସନିକ କଳର ନୂଆ ମୁଖିଆ ?

Odisha News Odisha Ration Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ