Advertisment

ପାଖେଇ ଆସୁଛି ଘୋଷଯାତ୍ରା; ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ

ତିନି ରଥର ୪୨ ଗୋଟି ତୁମ୍ବରେ ୧୬ ଯୋଡା ଲେଖାଏଁ ବିନ୍ଧ କାର୍ଯ୍ୟ ମହାରଣା ସେବକ ମାନେ ଜାରି ରଖିଛନ୍ତି। କରତୀ ସେବକ ମାନେ ମଧ୍ୟ ତୁମ୍ବ ଗୁଡ଼ିକର ବଳକା ଅଂଶର ଘେର କଟା କାର୍ଯ୍ୟ ଜାରି ରଖିଛନ୍ତି।

Ratha Jatra

Ratha Jatra

Advertisment

ଶ୍ରୀକ୍ଷେତ୍ରରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ। ରଥ ନିର୍ମାଣର ସପ୍ତମ ଦିନ ଶେଷ ସୁଦ୍ଧା ତିନି ରଥର ୪୨ ତୁମ୍ବର ବିନ୍ଧକାର୍ଯ୍ୟ ହୋଇଛି। ତିନି ରଥର ୪୨ ଗୋଟି ତୁମ୍ବରେ ୧୬ ଯୋଡା ଲେଖାଏଁ ବିନ୍ଧ କାର୍ଯ୍ୟ ମହାରଣା ସେବକ ମାନେ ଜାରି ରଖିଛନ୍ତି। କରତୀ ସେବକ ମାନେ ମଧ୍ୟ ତୁମ୍ବ ଗୁଡ଼ିକର ବଳକା ଅଂଶର ଘେର କଟା କାର୍ଯ୍ୟ ଜାରି ରଖିଛନ୍ତି। ଦୋଳ ବେଦୀ ନିକଟ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ମୋଟ ୪୨ ଗୋଟି ତୁମ୍ବରେ ଅର ସଂଯୋଗ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

Advertisment

ଏଥିସହ ୪୨ ଗୋଟି ତୁମ୍ବ ପାଇଁ ଆବଶ୍ୟକ ୪୨ ଯୋଡା ପନ୍ଦାରିବଳା ନିର୍ମାଣ ଜାରି ରଖିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହୋଇଛି। ପ୍ରଥମେ ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଥିଲା। ସ୍ତୋତ୍ରିୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ସୁନା ଓ ରୂପା କୁରାଢ଼ି ଛୁଆଁଇ ରଥ ନିର୍ମାଣ ଅନୁକୂଳ କରାଯାଇଛି।

ରଥରେ ୧୧୩୯ ଖଣ୍ଡ କାଠ ଲାଗେ। ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହିକାମ ସୁରୁଖୁରୁରେ ହେବାରେ ସାହାଯ୍ୟ କରିଥାନ୍ତି।

Advertisment

Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ