Advertisment

ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର; ଶ୍ରୀମନ୍ଦିର ଜଗିବ AI କ୍ୟାମେରା !

ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚତୁପାର୍ଶ୍ବ ଉତ୍ତରଦ୍ବାର, ପୂର୍ବଦ୍ବାର, ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ ଲାଇଟ ଖୁଣ୍ଟରେ ଲଗାଯାଉଛି ସିସିଟିଭି । ପୁରାପୁରି ସିସିଟିଭି ସର୍ଭେଲାନ୍ସରେ ରହିବ ଚତୁପାର୍ଶ୍ୱ।

ଅଦ୍ୟତନ ହୋଇଛି
AI CCTV

AI CCTV

Advertisment

CCTV ବା ଥାର୍ଡ ଆଇ କଭରରେ ରହିବ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱ  । ତା ସାଙ୍ଗକୁ ବେଳାଭୂମି ସହ ରହିବ ପୁରା ସହର। ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଭିତରେ ଲାଗିବ AI କ୍ୟାମେରା। ଭିଡ ନିୟନ୍ତ୍ରଣ, ଭିତର ଶୋଧ, ସନ୍ଦିଗ୍ଧ ଗତିବିଧି, ମୋବାଇଲ ତଥା ଆଧୁନିକ ଯନ୍ତ୍ରପାତି ଉପରେ ନଜର ରଖାଯାଇପାରିବ। ଯଦିଓ ଏବେ ଶ୍ରୀମନ୍ଦିର ଚତୁପାର୍ଶରେ CCTV ଲଗାଯାଉଛି କିନ୍ତୁ କେବେ AI କ୍ୟାମେରା ଲଗାଯିବ ଓ ସେହି ଅନୁସାରେ ଅଭିଜ୍ଞ କର୍ମଚାରୀ ଓ କଣ୍ଟ୍ରୋଲ ସିଷ୍ଟମ କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment

ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚତୁପାର୍ଶ୍ବ ଉତ୍ତରଦ୍ବାର, ପୂର୍ବଦ୍ବାର, ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ ଲାଇଟ ଖୁଣ୍ଟରେ ଲଗାଯାଉଛି ସିସିଟିଭି । ପୁରାପୁରି ସିସିଟିଭି ସର୍ଭେଲାନ୍ସରେ ରହିବ ଚତୁପାର୍ଶ୍ୱ। କିନ୍ତୁ କେବେ ଏହା ସିଷ୍ଟମାଇଜ ହେବ ? କେବେ ଶ୍ରୀମନ୍ଦିର ଭିତରେ ଓ ବାହାରେ AI କ୍ୟାମେରା ଲଗାଯିବ ? ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ଭିଡ ନିୟନ୍ତ୍ରଣ, ଚୋରି ରୋକିବା କ୍ଷେତ୍ରରେ ଏହି CCTV ଅଭେଦ୍ୟ ରିପୋର୍ଟ ପ୍ରଦାନ କରିବ । ବିଶେଷକରି ସୁରକ୍ଷା କ୍ଷେତ୍ରରେ ପୋଲିସ ଯେତିକି କାର୍ଯ୍ୟକ୍ଷମ ହେବ ତା ଠାରୁ ଅଧିକ କ୍ରିୟାଶୀଳ ହେବ ସିସିଟିଭି କ୍ୟାମେରା। ତେଣୁ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସହର ପୁରୀକୁ ସିସିଟିଭି ବଳୟ ଭିତରେ ରଖାଯାଉ ବୋଲି ଦାବି ଜୋର୍ ଧରିଛି।

Advertisment

ଶ୍ରୀମନ୍ଦିରରେ କିଭଳି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇପାରିବ । ଶ୍ରୀମନ୍ଦିର ଚାରି ଦ୍ବାର ସହିତ ଥିବା ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ା ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଥିବା କ୍ୟାମେରା ଲଗାଯିବା ଆବଶ୍ୟକ ବୋଲି କହିଛନ୍ତି ସେବାୟତ। ଏଆଇ ଟେକ୍ନୋଲୋଜି ମାଧ୍ୟମରେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ହୋଇପାରିବ ।

ସେହିପରି ମୋବାଇଲ୍ ଫୋନ୍ ଚିହ୍ନଟ କରିପାରୁଥିବା AI ଜ୍ଞାନକୌଶଳ ଯୁକ୍ତ କ୍ୟାମେରା ମଧ୍ୟ ଶ୍ରୀମନ୍ଦିରରେ ଲଗାଯାଇପାରିବ, ସେଥିପ୍ରତି ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ବୋଲି କହିଛନ୍ତି ସେବାୟତ। ସେପଟେ ସିସିଟିଭି ଲଗାଯିବା ଆରମ୍ଭ ହୋଇଗଲାଣି। ପରବର୍ତ୍ତୀ ସମୟରେ AI କ୍ୟାମେରା ଲଗାଯିବ । ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ କଣ୍ଟ୍ରୋଲ ରୁମ କରାଯିବ । ଫଳରେ ସମସ୍ତ ସିସିଟିଭିକୁ ଅନୁଧ୍ୟାନ କରାଯାଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।

Advertisment

CCTV Sri Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ