Advertisment

ଅନନ୍ତଙ୍କ ବିବାହ ଉତ୍ସବ ପାଇଁ ଶ୍ରୀମନ୍ଦିରର ସେବାୟତଙ୍କୁ ମୁକେଶ ଅମ୍ବାନୀଙ୍କ ନିମନ୍ତ୍ରଣ

ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ଜଗନ୍ନାଥ ମହାପ୍ରଭୁଙ୍କ ସେବକ ଜଗନ୍ନାଥ କରଙ୍କ ପାଖକୁ ଆସିଛି ନିମନ୍ତ୍ରଣ ପତ୍ର।

Invitation

Invitation

Advertisment

ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତଙ୍କ ପାଖକୁ ଆସିଛି ମୁକେଶ ଅମ୍ବାନୀଙ୍କ ନିମନ୍ତ୍ରଣ। ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ଜଗନ୍ନାଥ ମହାପ୍ରଭୁଙ୍କ ସେବକ ଜଗନ୍ନାଥ କରଙ୍କ ପାଖକୁ ଆସିଛି ନିମନ୍ତ୍ରଣ ପତ୍ର। ନିମନ୍ତ୍ରଣ ପତ୍ର ଖୋଲିବା ମାତ୍ରେ ବିଷ୍ଣୁ ସହସ୍ର ନାମ ଶୁଭାଯାଉଛି। ଯାହାକି ଦେଖିବା ମାତ୍ରେ ବେଶ୍ ଅଭିଭୂତ ହୋଇପଡ଼ିଥିଲେ ଜଗନ୍ନାଥ କର।

Advertisment

ଜଗନ୍ନାଥ କର କହିଛନ୍ତି ଯେ, ଅନନ୍ତ ଅମ୍ବାନୀ ହେଉଛନ୍ତି ମହାପ୍ରଭୁଙ୍କ ଭକ୍ତ। ପୂର୍ବରୁ ଦୁଇଥର ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ସେହି ସମୟରେ ଜଗନ୍ନାଥ କର ତାଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ସେବେ ଠାରୁ ସେ ଅନନ୍ତ ଅମ୍ବାନିଙ୍କ ସହ ସମ୍ପର୍କ ହୋଇଥିଲା। ଏହି ସମ୍ପର୍କ ପଛରେ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି।

ଜଗନ୍ନାଥ ମନ୍ଦିର ପାଇଁ ଅନନ୍ତ ଅମ୍ବାନୀଙ୍କ ସହଯୋଗ ରହିଛି। ରୂପା ଦ୍ୱାର ପାଇଁ ରୂପା ଦାନ କରିଥିଲେ। ବିବାହ ପରେ ଅନନ୍ତ ଅମ୍ବାନୀ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶିଷ ଲାଭ କରିବେ ବୋଲି କହିଛନ୍ତି ଜଗନ୍ନାଥ କର।

Advertisment
Anant Ambani Sevayat Marriage Mukesh Ambani Invitation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ