ପାଣ୍ଡିଆନଙ୍କ ପାଇଁ ଘୁଞ୍ଚିଯାଉଥିଲା ମହାପ୍ରଭୁଙ୍କ ନୀତିକାନ୍ତି !

କାହିଁକି ପାଣ୍ଡିଆନଙ୍କ ପାଇଁ ବିଳମ୍ବ ହେଉଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ? ଶ୍ରୀମନ୍ଦିରକୁ ପାଣ୍ଡିଆନ ଯିବାବେଳେ କାଳେ ୧୦ ମିନିଟ ଘୁଞ୍ଚିଯାଉଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି । 

Lord Jagannath

ଶ୍ରୀମନ୍ଦିରକୁ ଖେଳଘର ଭାବୁଥିଲା ବିଜେଡି ସରକାର ? ନା ମହାପ୍ରଭୁ ଥିଲେ ତାଙ୍କ ପାଇଁ ଖେଳନା ? କାହିଁକି ପାଣ୍ଡିଆନଙ୍କ ପାଇଁ ବିଳମ୍ବ ହେଉଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ? ଶ୍ରୀମନ୍ଦିରକୁ ପାଣ୍ଡିଆନ ଯିବାବେଳେ କାଳେ ୧୦ ମିନିଟ ଘୁଞ୍ଚିଯାଉଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି । ଅବକାଶନୀତିରେ ବି କରାଯାଉଥିଲା ବିଳମ୍ବ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ସେବାୟତ । ବିଜେଡି ନେତା ପାଣ୍ଡିଆନ୍ ଶ୍ରୀମନ୍ଦିରକୁ ଯିବା ସମୟରେ ଏମିତି ହେଉଥିବା ସେ କହିଛନ୍ତି । 

ଖାଲି ଏତିକି ନୁହେଁ, ଜଗନ୍ନାଥଙ୍କୁ ଧରି ଗାଁ ଗାଁରୁ ଚାଉଳ ସଂଗ୍ରହ କରିବା, ଶ୍ରୀମନ୍ଦିର ପରିସରରେ ମଠ ମନ୍ଦିର ଭାଙ୍ଗିବା ଓ ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ନେଇ ଖୁବ୍ ବର୍ଷିଛନ୍ତି ସେବାୟତ । ୨୪ ବର୍ଷର ଶାସନ କାଳ ଭିତରେ ସରକାର କରିଥିବା ସମସ୍ତ ଅନ୍ୟାୟକୁ ଗୋଟିଗୋଟି କରି ବଖାଣିଛନ୍ତି ।

ସେବାୟତଙ୍କ କଥା ଯେମିତି କହିଦେଉଛି, ଗର୍ବଗଞ୍ଜନେ ନରହରି ଗର୍ବ ନସହନ୍ତି କାହାରି । ବୋଧହୁଏ ମହାପ୍ରଭୁଙ୍କ ପାଖରେ ସରକାରଙ୍କ ଏପରି ଅଭିମୁଖ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ୨୪ ବର୍ଷର ସରକାର ଆଜି ଧରାଶାୟୀ ହୋଇଛି । 

ଓଡ଼ିଶା ମାଟିର ସାହସ, ପ୍ରତ୍ୟେକ ଓଡ଼ିଆର ମୁରବୀ, ଯାହା ନାଁକୁ ସୁମରଣା କରି ଓଡ଼ିଆ ଲୋକଟିଏ ତା’ ଦିନ ଆରମ୍ଭ କରେ । ତାଙ୍କୁ ଏପରି ଅସମ୍ମାନ ଯେମତି ଏ ସରକାର ପାଇଁ କାଳ ହୋଇଛି । ସାଢ଼େ ଚାରିକୋଟି ଏପରି ଜଣେ ଲୋକ ପାଇଁ ପୂରା ଦଳକୁ ପ୍ରତ୍ୟାଖାନ କରିଛନ୍ତି ।