Public Outrage in Jagatsinghpur
ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଉତେଜନା । ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କର ମୃତ୍ୟୁ ଅଭିଯୋଗ କରି ଜଗତସିଂହପୁର ଚର୍ଚ୍ଚିକା ବଜାରଠାରେ ଥିବା ଘରୋଇ ନର୍ସିଂହୋମରେ ଉତ୍ତଜେନା ପ୍ରକାଶ ପାଇଛି । ସ୍ଥାନୀୟ ତରଡା ଗାଁର ରଞ୍ଜିତ ସ୍ୱାଇଁଙ୍କ ସ୍ତ୍ରୀ ସସ୍ମିତା ସାଇ ଶ୍ରଦ୍ଧା ନାମକ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିବା ସହିତ ମୃତ ଦେହକୁ ରଖି ଗଣ ଧାରଣାରେ ବସିଛନ୍ତି ସମ୍ପର୍କୀୟ ଓ ଗ୍ରାମବାସୀ ।
ଉତ୍ୟକ୍ତ ଲୋକେ ନର୍ସିଂହୋମ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । କ୍ଷତି ପୂରଣ ଦାବି ଓ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରିବା ଦାବିରେ ଜଗତସିଂହପୁର-ପାରାଦୀପ ମୁଖ୍ୟ ରାସ୍ତା କୁ ଅବରୋଧ କରି ରଖିବାରୁ ଯାନ ବାହନ ଚଳାଚଳ ରେ ବାଧା ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ଅନ୍ୟପଟେ ଝିଅର ଏଭଳି ଅବସ୍ଥା ଦେଖି ମୃତ ସସ୍ମିତାଙ୍କ ବାପା ଆତ୍ମହତ୍ୟା କରିବା ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କ ହାତରୁ ଛୁରୀ ଛଡାଇଥିଲା ... ଏଥିରେ ପୋଲିସ ଆହତ ହୋଇଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752849603.jpg)