protest during eviction
ଭଦ୍ରକ : ସରକାରୀ ଜାଗାରୁ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା। ଭଦ୍ରକ ବାଇପାସ୍ ଠାରୁ ସରକାର ନଗର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବ ଦୋକାନ ଉଚ୍ଛେଦ ପାଇଁ ନୋଟିସ ହୋଇଥିଲା। ସରକାରୀ ଯାଗାରେ ହୋଇଥିବା ଦୋକନ ଉଚ୍ଛେଦ ପାଇଁ ପ୍ରଶାସନ ଲଗାଇଥିଲା ନୋଟିସ । କିନ୍ତୁ ଉଚ୍ଛେଦ ପାଇଁ ତହସିଲଦାର, ଉପ ଜିଲ୍ଲାପାଳ, ତହସିଲଦାରଙ୍କ ସହ ବ୍ୟାପକ ଫୋର୍ସ ପହଞ୍ଚିବା ପରେ ଦୋକାନୀମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଦୀର୍ଘ ସମୟ ଧରି ଉଚ୍ଛେଦ ହୋଇପାରୁ ନଥିବା ବେଳେ ସମସ୍ତ ଅଧିକାରୀ ବାଇପାସ୍ ଠାରେ ବୁଝାସୁଝା କରିଛନ୍ତି ।
ତେବେ ପୂର୍ବରୁ ଭଦ୍ରକ ସହରର ଅନ୍ୟ ସମସ୍ତ ଅଞ୍ଚଳରୁ ସରକାରୀ ଜମିରୁ ଉଚ୍ଛେଦ ହୋଇଛି। ପୂର୍ବରୁ ଯେଉଁଠି ଉଚ୍ଛେଦ ହୋଇଥିଲା ସେ ସ୍ଥାନରେ ଥଇଥାନ ହୋଇପାରୁ ନାହିଁ। ବ୍ୟବସାୟୀ ମାନଙ୍କ ଦାବି ଥିଲା ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରାଯାଉ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1758009378.jpg)