Advertisment

ପରିବା ମାର୍କେଟରେ ବାତ୍ୟା; ହଠାତ୍ ବଢ଼ିଲା ଆଳୁ, ପିଆଜ ସମେତ ବିଭିନ୍ନ ପନିପରିବା ଦର...

କଟକ ଛତ୍ରବଜାରରେ ଆଳୁ କିଲୋ ୫୦ ଟଙ୍କା ଓ ପିଆଜ ଦାମ୍ ୭୦ ଛୁଇଁଛି । ଗତକାଲି ୩୦ ଟଙ୍କାରେ ବିକ୍ରି ହେଇଥିବା ଆଳୁ ଦରରେ ଆଜି ୨୦ ଟଙ୍କା ବଢିଛି ।

ଅଦ୍ୟତନ ହୋଇଛି
Prices of Vegetables

Prices of Vegetables

Advertisment

ବାତ୍ୟା ପୂର୍ବରୁ ପରିବା ମାର୍କେଟରେ ବାତ୍ୟା । ଆଳୁ, ପିଆଜ ସମେତ ବିଭିନ୍ନ ପନିପରିବା ଦର ହଠାତ୍ ବଢ଼ିଛି । କଟକ ଛତ୍ରବଜାରରେ ଆଳୁ କିଲୋ ୫୦ ଟଙ୍କା ଓ ପିଆଜ ଦାମ୍ ୭୦ ଛୁଇଁଛି । ଗତକାଲି ୩୦ ଟଙ୍କାରେ ବିକ୍ରି ହେଇଥିବା ଆଳୁ ଦରରେ ଆଜି ୨୦ ଟଙ୍କା ବଢିଛି । ବାତ୍ୟା ଭୟରେ ଲୋକ ଆଳୁ, ପିଆଜ ସମେତ ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି। 

Advertisment

ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲାରେ ଆଳୁ, ପିଆଜ ସମେତ ବିଭିନ୍ନ ପନି ପରିବା ଦର ଆକାଶ ଛୁଆଁ। ଆଗରୁ ପରିବା ଦର ଉଚ୍ଚା ଥିବା ବେଳେ ବାତ୍ୟା କଥା ଶୁଣି ବ୍ୟବସାୟୀମାନେ ଆହୁରି ଦର ବଢାଇଛନ୍ତି । କିଛି ପରିବା ତ ଦୁଇ ଗୁଣା ହେଲାଣି । ବଜାରରେ ୬୦ ତଳକୁ ଆଉ ପରିବା ନାହିଁ । ବାତ୍ୟା ଯେଭଳି କିଛି ଅସାଧୁ ବେପାରୀଙ୍କୁ ସୁଯୋଗ ଦେଉଛି, ଗ୍ରାହକଙ୍କୁ ଲୁଟିବାକୁ । ରାଜଧାନୀର ୧ ନମ୍ବର ହାଟରେ ବି ଗ୍ରାହକ ହାଉଜାଉ । କିଏ ବ୍ୟାଗ ଭର୍ତ୍ତି ପରିବା କିଣିନେଲାଣି ତ କିଏ ଆଳୁ ପିଆଜ । ରାସନ ଦୋକାନରେ ବି ଭିଡ ଜମିଛି ।

ଏପଟେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଯେପରି କଳାବଜାରୀ ନହେବ ସେ ନେଇ କଡା ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ପୂର୍ବରୁ ଯେତେଥର ବି ବାତ୍ୟା ଆସିଛି, ଲୋକେ ଆତଙ୍କିତ ହୋଇ ଆବଶ୍ୟକତାଠାରୁ ଅଧିକ ପରିମାଣର ସାମଗ୍ରୀ କିଣି ଘରେ ମହଜୁଦ ରଖୁଛନ୍ତି, ଆଉ ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇ ବଢାଇ ଦେଇଥାନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ଦର ।

Advertisment

ବଜାରରେ କୃତ୍ରିମ ଅଭାବ ପରିସ୍ଥିତି ବି ସୃଷ୍ଟି ହୋଇଥାଏ । ତେଣୁ ଆତଙ୍କିତ ହୋଇ ଅଯଥାରେ ଏସବୁ କିଣାକିଣି ନକରି ବରଂ ଶୁଖିଲା ପଦାର୍ଥ ଯେପରିକି ଚୂଡା, ବିସ୍କୁଟ ଭଳି ଜିନିଷ କିଣିବାକୁ ପରାମର୍ଶ ଦିଆଯାଇଛି । ତାଠୁ ଗୁରୁତ୍ୱପୂର୍ଣ୍ଣ ଅଧିକ ମାତ୍ରାରେ ପିଇବା ପାଣି, ମହମବତୀ, ଟର୍ଚ୍ଚ ଲାଇଟ୍, ଚାର୍ଜେବଲ୍ ଲାଇଟ୍, ଜରୁରୀ ଔଷଧ ଏସବୁକୁ ପ୍ରସ୍ତୁତ କରି ରଖିବା ଅବଶ୍ୟକ ।

Potatoes Onions Vegetables
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ