Advertisment

ପଦ୍ମ ପୁରସ୍କାର ପାଇଲେ ଏହି ଦୁଇ ଓଡ଼ିଆ; ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପଟ୍ଟଚିତ୍ର କାରୁକାର୍ଯ୍ୟ ଏବଂ ତାଳପତ୍ରରେ ଖୋଦେଇ କରିବା ପାଇଁ ଆଗାମୀ ପିଢି ଲାଗି ଆର୍ଟିଷ୍ଟ ତିଆରି କରୁଛନ୍ତି ବିନୋଦ ମହାରଣା। ସେହିପରି ବିଶିଷ୍ଟ ନୃତ୍ୟଶିଳ୍ପୀ ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।

ଅଦ୍ୟତନ ହୋଇଛି
Padmashree Awardee From Odisha 2024

PadmaAward

Advertisment

ଦୁଇ ଜଣ ଓଡ଼ିଆଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଳାକ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ବିନୋଦ ମହାରଣା ଓ ବିଶିଷ୍ଟ ନୃତ୍ୟଶିଳ୍ପୀ ଭାଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ପାରମ୍ପରିକ ପଟ୍ଟଚିତ୍ର ଓ ତାଳପତ୍ରରେ ଖୋଦେଇ କରିବାରେ ବେଶ୍ ଜଣାଶୁଣା ବିନୋଦ ମହାରଣା। ପଟ୍ଟଚିତ୍ର କାରୁକାର୍ଯ୍ୟ ଏବଂ ତାଳପତ୍ରରେ ଖୋଦେଇ କରିବା ପାଇଁ ଆଗାମୀ ପିଢି ଲାଗି ଆର୍ଟିଷ୍ଟ ତିଆରି କରୁଛନ୍ତି ବିନୋଦ ମହାରଣା। ସେହିପରି ବିଶିଷ୍ଟ ନୃତ୍ୟଶିଳ୍ପୀ ଭାଗବତ ପଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ‘ଶବ୍ଦ ନୃତ୍ୟ’ ପାଇଁ ସାଧନା କ୍ଷେତ୍ରରେ ଭାଗବତଙ୍କୁ ସମ୍ମାନିତ କରାଯାଇଛି। ଏକ ଅନନ୍ୟ ପୌରାଣିକ ନୃତ୍ୟ ହେଉଛି ଶବ୍ଦ ନୃତ୍ୟ।

ସେହିପରି ବର୍ଷିଆନ୍ ଅଭିନେତ୍ରୀ ବୈଜୟନ୍ତୀମାଳା ଓ ତେଲୁଗୁ ଅଭିନେତା ଚିରଞ୍ଜୀବିଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି। କଳା କ୍ଷେତ୍ରରେ ବୈଜୟନ୍ତୀମାଳା ବାଲି ଏବଂ କୋନିଡେଲା ଚିରଞ୍ଜୀବିଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି ।ମିଡିଆ ଭେଟେରାନ୍ ହର୍ମୁସଜୀ ଏନ୍. କାମା ଏବଂ ମରଣୋତ୍ତର ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କୁ ପ୍ରଦାନ କରାଯାଇଛି ପଦ୍ମ ଭୂଷଣ ପୁରସ୍କାର ।

Advertisment

ଏଥିସହ ଭାସ୍କର୍ଯ୍ୟଶିଳ୍ପୀ ଏ.ଭେଲୁ ଆନନ୍ଦାଚାରୀ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଗାୟିକା ସୋମଦତ୍ତ ବଟ୍ଟୁ, କୃଷିରେ ସତ୍ୟନାରାୟଣ ବେଲେରି, କ୍ରୀଡ଼ା କ୍ଷେତ୍ରରେ ସ୍କ୍ୱାସ୍ ଖେଳାଳି ଜ୍ୟୋତ୍ସ୍ନା ଚିନ୍ନାପା, ଆଣ୍ଡାମାନ ନିକୋବରର ଜଣେ ଚାଷୀ କେ. ଚେଲ୍ଲାମ୍ମଲ, ଶିକ୍ଷା କ୍ଷେତ୍ରରେ ଶ୍ରୀଧର ମାକମ ଏବଂ କଳା କ୍ଷେତ୍ରରେ ସିକ୍କିମର ବାଉଁଶ କାରିଗର ଜୋର୍ଡାନ ଲେପ୍ଚାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।

ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ପୁରସ୍କାରକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ପଦ୍ମଭୂଷଣ, ପଦ୍ମ ବିଭୂଷଣ ଏବଂ ପଦ୍ମଶ୍ରୀ । କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ଶିକ୍ଷା, କ୍ରୀଡା ଏବଂ ଜନସେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ପାଇବା ଲାଗି କେବଳ କଳାକ୍ଷେତ୍ରରେ ୪ ଓଡ଼ିଆ ମନୋନୀତ ହୋଇଥିଲେ । ଗତ ଏପ୍ରିଲ ୨୨ରେ ଗଞ୍ଜାମର ୧୦୬ ବର୍ଷୀୟ ଲୋକକଳା କୃଷ୍ଣଲୀଳାର ସଂଗୀତ ଗାୟକ ଗୁରୁ ଗୋପୀନାଥ ସ୍ୱାଇଁ ଓ ସମ୍ବଲପୁରର ପ୍ରଖ୍ୟାତ ଲୋକ ସାହିତ୍ୟିକ ବିନୋଦ କୁମାର ପଶାୟତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

Advertisment
President Of India Padma Shree Awardee Padma Awards
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ