Advertisment

ପୁଣି ସାରା ରାଜ୍ୟରେ ଆଳୁ ଦରରେ ନିଆଁ; କେଜି ଛୁଇଁଲା ୬୦...

କଟକ ଛତ୍ରବଜାରକୁ ଆଜି ଆସି ପାରିନି ଆଳୁ ଗାଡ଼ି। ଫଳରେ ଆଳୁ ଦର ପୁଣି ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି। କଟକରେ ଆଳୁ ଦର କିଲୋ ପିଛା ୫୦ ଟଙ୍କା ଯାଏଁ ପହଞ୍ଚିଲାଣି।

ଅଦ୍ୟତନ ହୋଇଛି
Potato Crisis In Odisha

Potato Crisis

Advertisment

ବଜାରରେ ପୁଣି ଆଳୁର ଅଭାବ। କଟକ ଛତ୍ରବଜାରକୁ ଆଜି ଆସି ପାରିନି ଆଳୁ ଗାଡ଼ି। ଫଳରେ ଆଳୁ ଦର ପୁଣି ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି। କଟକରେ ଆଳୁ ଦର କିଲୋ ପିଛା ୫୦ ଟଙ୍କା ଯାଏଁ ପହଞ୍ଚିଲାଣି। ପୂର୍ବରୁ ୪୦ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ଆଜି ଏହା ୫୦ ଟଙ୍କାରେ ପହଞ୍ଚିଛି। ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାହକ। 

Advertisment

ସେପଟେ ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମ ବି ଖାଲି। ଆଜି ସକାଳୁ ଆଇଗିଣିଆ ଗୋଦାମରେ ଆଳୁ ନଥିବା ସୂଚନା ମିଳିଛି। ତେଣୁ ଆଳୁର ଦର ପୁଣି ଉପର ମୁହାଁ ହେବା ଅନୁମାନ କରାଯାଉଛି। ତେବେ ଆଳୁ ଗାଡ଼ି ପହଞ୍ଚିନଥିବା ଖବର ଜଣାପଡ଼ିବା ପରେ ବ୍ୟବସାୟୀମାନେ ଯାହା କିଛି ଆଳୁ ମହଜୁଦ ରଖିଛନ୍ତି ତାକୁ ଚଢ଼ା ଦରରେ ବିକିବା ଆରମ୍ଭ କଲେଣି। ଫଳରେ ଖାଉଟୀ ହଇରାଣ ହେଉଛନ୍ତି। ଗତକାଲି କିଛି ଗ୍ରାହକ ଆଳୁ ୩୫ ରୁ ୪୦ ଟଙ୍କାରେ କିଣିଥିବା ବେଳେ ଆଜି ସେଇ ଆଳୁକୁ ୫୦ ରୁ ୬୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ଏଦିଗରେ ତୁରନ୍ତ ଦୃଷ୍ଟି ନଦେଲେ ପରିସ୍ଥିତି ଆଣାୟତ୍ତ ହେବାର ସଂଭାବନା ରହିଛି।

ଅଧିକ ପଢନ୍ତୁ : ‘ଆମର ସ୍ୱାଭିମାନ ଅଛି, ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ’

ବିଗତ ୨ ଦିନ ହେବ  ଆଳୁ ଗାଡ଼ି ନଆସିବାରୁ ରାଜ୍ୟରେ ଆଳୁର ଅଭାବ ଦେଖିବାକୁ ମିଳିଛି । ଯେଉଁ କିଛି ବ୍ୟବସାୟୀଙ୍କ ପାଖରେ ଆଳୁ ରହିଛି ସେମାନେ ଚଢ଼ା ଦରରେ ବିକ୍ରି କରୁଛନ୍ତି ।  ରାଜ୍ୟରେ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁର ଗ୍ରହଣୀୟତା ନଥିବାରୁ ବ୍ୟବସାୟୀ କ୍ଷତି ସହୁଛନ୍ତି । ଆମ ପାଖରେ  ଆଉ ୧୭ ଟନ ଆଳୁ ବିଭିନ୍ନ ଶୀତଳ ଭଣ୍ଡାରରେ ମହଜୁଦ ରହିଛି । ଯାହା ୩ ଦିନ ପର୍ଯ୍ୟନ୍ତ ଆଳୁର ଆବଶ୍ୟକତା ପୂରଣ କରି ପାରିବ । ସରକାର ବିକଳ୍ପ ବ୍ୟବସ୍ଥା ନକଲେ ରାଜ୍ୟବାସୀ ଆଳୁ ଦେଖିବାକୁ ପାଇବେ ନାହିଁ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ।

Advertisment

ଏପଟେ ପଞ୍ଜାବରୁ ଆସିବ ଆଳୁ। ଗତକାଲି ଆଳୁ ସଙ୍କଟର ସମାଧାନ ପାଇଁ ଦରକାର ହେଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ସୂଚନା ଦେଇଥିଲେ ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କୃଷ୍ଣ ପାତ୍ର କହିଥିଲେ ଯେ ଏବେ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଶୀଘ୍ର ପଚିଯାଉଥିବା ନେଇ ଯାହା କୁହାଯାଉଛି ତାହା ମିଛ କଥା । ଓଡ଼ିଶାରେ ବିକ୍ରି ହେଉଥିବା ୟୁପି ଆଳୁର କ୍ବାଲିଟି ବହୁତ ଭଲ। ତେବେ ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ମଗାଯିବ। ଅପରପକ୍ଷେ ପଶ୍ଚିମବଙ୍ଗ ବ୍ଲାକମେଲ୍‌ର ଶିକାର ନହୋଇ ଆମେ ସ୍ୱାଭିମାନକୁ ଦେଖିଲୁ ବୋଲି କହିଥିଲେ ମନ୍ତ୍ରୀ।

Advertisment

ଅଧିକ ପଢନ୍ତୁ : ୟୁପିରୁ ଆଳୁ ଆଣି ଦିଦିଙ୍କୁ ଚେକ୍; ଓଡ଼ିଶାକୁ ଆଉ ନାଲି ଆଖି ଦେଖାଇପାରିବନି ବେଙ୍ଗଲ...

Potato Price Potato Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ