Advertisment

Air Pollution: ଦୀପାବଳିକୁ ଟପିଗଲା ବାସି ବାଣଫୁଟା, ବିଷ ପାଲଟିଲା ଟ୍ବିନ୍ ସିଟିର ବାୟୁମଣ୍ଡଳ

ଗତକାଲି ସନ୍ଧ୍ୟା ୮ଟା ପରେ ହଠାତ୍ ବଦଳିଗଲା ଦ୍ବୈତନଗରୀର ଦୃଶ୍ୟପଟ୍ଟ । ମାଡ଼ିଆସିଲା କୁହୁଡ଼ି । ଆକାଶକୁ ଘୋଡ଼ାଇଦେଲା ଧୂଆଁର ଆସ୍ତରଣ ।

ଅଦ୍ୟତନ ହୋଇଛି
undefined

Pollution Soars in Twin Cities During Diwali

Advertisment

ଦୀପାବଳିରେ ଟ୍ବିନ୍ ସିଟିରେ ଦିଲ୍ଲୀ ଭଳି ସ୍ଥିତି । ଧୂଆଁ ଚାଦରରେ ଲୁଚିଗଲା ଆକାଶ । ସୃଷ୍ଟିହେଲା କୃତ୍ରିମ କୁହୁଡ଼ି । ଅତି ନିକଟରୁ ବି ଦେଖିବା ସମ୍ଭବ ହେଲାନାହିଁ । ସରକାରଙ୍କ ବାଣଫୁଟା ନିୟମକୁ ବେଖାତିର କରି ମନଇଚ୍ଛା ବାଣଫୁଟା ଯୋଗୁ ଗତକାଲି କଟକ-ଭୁବନେଶ୍ବରର ବାୟୁମଣ୍ଡଳ ପାଲଟିଗଲା ବିଷ ବଳୟ ।

Advertisment

ଗତକାଲି ସନ୍ଧ୍ୟା ୮ଟା ପରେ ହଠାତ୍ ବଦଳିଗଲା ଦ୍ବୈତନଗରୀର ଦୃଶ୍ୟପଟ୍ଟ । ମାଡ଼ିଆସିଲା କୁହୁଡ଼ି । ଆକାଶକୁ ଘୋଡ଼ାଇଦେଲା ଧୂଆଁର ଆସ୍ତରଣ । ଫିକା ପଡ଼ିଗଲା କଟକ-ଭୁବନେଶ୍ବରର ଷ୍ଟ୍ରିଟ୍ ଲାଇଟ୍ ଆଲୁଅ । ଗାଡ଼ି ମୋଟର ଦେଖାଯିବା ତ ଦୂରର କଥା ଚେହେରା ବା ଚିହ୍ନି ହେଲାନି । ଗତକାଲି ରାତି ତମାମ ଓ ଆଜି ସକାଳ ଯାଏଁ ଏମିତି ପ୍ରଦୂଷଣରେ ରୁନ୍ଧି ହେଲା ଟ୍ବିନ୍ ସିଟି । ଏ ସ୍ଥିତି ଆହୁରି ବି ଖରାପ ହୋଇଥାନ୍ତା ଯଦି ଦୀପାବଳି ପରଦିନ ବର୍ଷା ହୋଇ ନଥାନ୍ତା ।

ତେବେ ଏ ସଂପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଥିବା ବେଳେ ଓୟୁଏଟିର କୃଷି ପାଣିପାଗ ବିଜ୍ଞାନୀ କହିଛନ୍ତି, ବାସି ଦୀପାବଳିରେ ଅଧିକ ବାଣଫୁଟା ଫଳରେ ବାୟୁ ପ୍ରଦୂଷଣ ଯୋଗୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଏହା କୁହୁଡ଼ି ନୁହେଁ, ସ୍ମୋଗ୍। ଯଦିଓ ଶବ୍ଦକାରୀ ବାଣରେ କଟକଣା ଲାଗିଛି, କିନ୍ତୁ ଗ୍ରୀନ୍ କ୍ରାକରରୁ ନିର୍ଗତ ହେଉଥିବା ଅତ୍ୟଧିକ ଧୂଆଁରୁ ହିଁ ଏହି SMOG ସୃଷ୍ଟି ହୋଇଛି ।

Advertisment

ଦୁଇ ମହାନଗରୀର ଏପରି ସ୍ଥିତିକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ । ସେମାନଙ୍କ ମତରେ, ବାଣଫୁଟା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶାବଳି ଜାରି କରିଥିଲେ ବି ଲୋକମାନେ ଏହା ମାନୁନାହାନ୍ତି । ଏନେଇ ଲୋକଙ୍କ ମଧ୍ୟରେ ପର୍ଯ୍ୟାପ୍ତ ସଚେତନତା ସୃଷ୍ଟି କରାଯିବା ସହ ପ୍ରଶାସନକୁ କଠୋର ହେବାକୁ ପଡ଼ିବ । ସେପଟେ ଧୂଆଁର ଏଭଳି ଆସ୍ତରଣ ଶିଶୁ, ବୟସ୍କ ଓ ଶ୍ବାସ ରୋଗୀଙ୍କ ପାଇଁ ବିପଦ ଆଣିପାରେ ବୋଲି ଚେତାଇ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । କୋଭିଡ୍ ପରେ ଫୁସଫୁସ୍ ରୋଗରେ ପଡ଼ିଥିବା ଲୋକଙ୍କ ପାଇଁ ମଧ୍ୟ ଏହା ସମସ୍ୟା ସୃଷ୍ଟି କରିପାରେ। ଏଭଳି ସ୍ଥିତି ଲାଗି ରହିଲେ ଲୋକମାନେ ବିଭିନ୍ନ ପ୍ରକାର ଶ୍ବାସରୋଗ ସମେତ ହୃଦରୋଗ ଏପରିକି କର୍କଟ ରୋଗର ଶିକାର ମଧ୍ୟ ହୋଇପାରନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।

କେନ୍ଦ୍ର ସରକାରଙ୍କ ସମୀର ଆପ୍ ତଥ୍ୟ କହୁଛି, ଏୟାର କ୍ବାଲିଟି ଇଣ୍ଡେକ୍ସ- AQIରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ବାୟୁ ପ୍ରଦୂଷଣ ମାତ୍ରା ୨୨୮କୁ ଖସି ଖରାପ ସ୍ତରରେ ପହଞ୍ଚିଥିବା ବେଳେ ପଟିଆ ଅଞ୍ଚଳରେ ଏହା ୧୪୪ ଏବଂ କଟକରେ ୧୩୫ ରହିଛି । ତେବେ ୨୩୮ AQI ସହ ତାଳଚେର ରାଜ୍ୟର ସବୁଠୁ ପ୍ରଦୂଷିତ ସହର ରହିଛି ।

Advertisment
Air Pollution Diwali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ