ରେଭେନ୍ସା ନାଁ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି

ତେଜିଲା ‘ରେଭେନ୍ସା’ ରାଜନୀତି । ଅଣ ଓଡ଼ିଆ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଥିଲେ ଏବେ ନରହନ୍ତା ବ୍ରିଟିଶ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଛନ୍ତି ବିଜେଡି ନେତା । ବିଜେଡିର ଟାର୍ଗେଟ ପରେ ପାଲଟା ସମାଲୋଚନା କଲା ବିଜେପି ।

Ravenshaw University

ରେଭେନ୍ସା ନାଁ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ନିଶାନା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନସା ନାଁ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ରାଜନୀତି ତେଜିଛି । କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେଡି । ରେଭେନ୍ସା ବ୍ରାଣ୍ଡ୍ କୁ ନଷ୍ଟ ନକରାଯାଉ । ଓଡ଼ିଶା ଅସ୍ମିତା ଓ ନଅଙ୍କ ଦୁର୍ଭିକ୍ଷର ସମୟର କଥାକୁ ଆଳରେ ଏପରି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଏଭଳି ବୟାନ ରଖିବା ପୂର୍ବରୁ ଟିକିଏ ଇତିହାସ ପଢ଼ିଥାନ୍ତେ ବୋଲି କହି ସେ କଟ୍ଟାକ୍ଷ କରିଛନ୍ତି ।

ଥୋମାସ୍ ଏଡୱଡ୍ ରେଭେନସାଙ୍କ ଅବଦାନ ଓଡ଼ିଶାର ଉଚ୍ଚଶିକ୍ଷା ପ୍ରତି କେତେ ରହିଛି କେନ୍ଦ୍ରମନ୍ତ୍ରୀ ବୁଝନ୍ତୁ ବୋଲି କହିଛି ବିଜେଡି ।ସେପଟେ ବିଜେଡିର ଘଟଣାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । ଏବେ ବିଜେଡି ସବୁ ସୀମା ପାର କରିଛି । ପୂର୍ବରୁ ଅଣ ଓଡ଼ିଆ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଥିଲେ ଏବେ ନରହନ୍ତା ବ୍ରିଟିଶ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଛନ୍ତି ବିଜେଡି ନେତା । ରେଭେନ୍ସାକୁ ରାଜନୀତି ଭିତରକୁ ବିଜେଡି ଜାଣିଶୁଣି ଟାଣୁଛି କହିଛନ୍ତି ବିଜେପି ମୁଖପାତ୍ର ।

ଯାହା କହିଥିଲେ ତାହା ବିତର୍କ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଜାଣିଶୁଣି ବିଜେଡି ରେଭେନସାକୁ ରାଜନୀତି ଭିତରକୁ ଟାଣୁଛି ବୋଲି କହି ପାଲଟା ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ମତ ରଖି କହିଥିଲେ କି, ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି । କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟଠାରେ ଆୟୋଜିତ ନେତାଜୀ ସ୍ମାରକୀ ପ୍ରତିଷ୍ଠାନ ଉଦ୍‌ଘାଟନୀ ସଭା​‌ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଏହି ମତ ରଖିଥିଲେ ।