Advertisment

ପୋଲିସ ମେଳିକୁ ନେଇ ସିପି ଅଫିସର ତନାଘନା, ପ୍ରତି ଥାନା IICଙ୍କୁ ଚିଠି କଲେ ରିଜର୍ଭ ଇନ୍ସପେକ୍ଟର

୨୧ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ତାଲିକା ଡିସିଓ, ଇମର୍ଜେନ୍ସି ଓ ସେଣ୍ଟ୍ରିମାନଙ୍କ ତାଲିକା ଦେବାକୁ କହିଲେ ରିଜର୍ଭ ଇନ୍ସପେକ୍ଟର ।

Commissionerate Police

Commissionerate Police

Advertisment

ପୋଲିସ ମେଳିକୁ ନେଇ ତନାଘନା। ଭରତପୁର ଥାନା କଳଙ୍କ ଘଟଣାରେ ସେଠିକାର ଥାନା କର୍ମଚାରୀଙ୍କ ବିରୋଧରେ ଆକ୍ସନ ପ୍ରତିବାଦରେ ଗତ ୨୧ ତାରିଖ ଦିନ ହୋଇଥିବା ପୋଲିସ୍ ମେଳିକୁ ନେଇ ପୋଲିସ୍ କମିଶନରଙ୍କ ଅଫିସ ମାଗିଛି ରିପୋର୍ଟ । ଏନେଇ ପ୍ରତି ଥାନା ଆଇଆଇସିଙ୍କୁ ଚିଠି କଲେ ରିଜର୍ଭ ଇନ୍ସପେକ୍ଟର । ସେହିଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ତାଲିକା ମାଗିଲେ ଆରଆଇ । ୨୧ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ତାଲିକା ଡିସିଓ, ଇମର୍ଜେନ୍ସି ଓ ସେଣ୍ଟ୍ରିମାନଙ୍କ ତାଲିକା ଦେବାକୁ କହିଲେ ରିଜର୍ଭ ଇନ୍ସପେକ୍ଟର ।

Advertisment

ସୂଚନା ଅନୁସାରେ ଭରତପୁର ଥାନା କାଣ୍ଡରେ ପୋଲିସ ବିରୋଧରେ ଆକ୍ସନ ପ୍ରତିବାଦରେ ଗତ ୨୧ ତାରିଖରେ ମେଳି କରିଥିଲେ କମିଶନରେଟ୍ ପୋଲିସ ଅଧିନରେ କାର୍ଯ୍ୟରତ ଶତାଧିକ ପୋଲିସ କର୍ମଚାରୀ। ଯେଉଁଥିରେ ସାମିଲ ଥିଲେ ଇନିସପେକ୍ଟର, ସବ-ଇନିସପେକଟର, କନଷ୍ଟେବଳଠୁ ଏସିପି ରାଙ୍କ ଅଫିସର ।

ତେବେ ଏଠି ପ୍ରଶ୍ନ- ଯେତେବେଳେ ଭରତପୁର ଥାନା କଳଙ୍କକୁ ନେଇ ରାଜ୍ୟରୁ ଜାତୀୟସ୍ତର ଯାଏଁ ହୁଲୁସ୍ତୁଲ ହେଉଥିଲା, ସେତେବେଳେ ଆଇନଶୃଙ୍ଖଳାକୁ ପଛ କରି ଏତେ ସଂଖ୍ୟକ ପୋଲିସ୍ ଥାନା ଛାଡ଼ି ମେଳି କଲେ କେମିତି ? ଏମିତିକି ମୁଖ୍ୟମନ୍ତ୍ରୀ ବି ସେଦିନ ଆଉଟ୍ ଅଫ୍ ଷ୍ଟେସନ୍ ଥିବାବେଳେ ଏକ ପ୍ରକାର ବିଦ୍ରୋହ କରିବାକୁ ସେମାନଙ୍କୁ ସୁଯୋଗ ଦେଲା କିଏ ? କ’ଣ ସିପି ଓ ଡିସିପିଙ୍କର ଏଥିପାଇଁ ଅନୁମତି ଥିଲା ? ନା ସେମାନଙ୍କ ଅଗୋଚରରେ ଆଉ କେହି ପ୍ରୋତ୍ସାହକ ସାଜିଥିଲେ? ଆଉ ଏକ ବଡ଼ ପ୍ରଶ୍ନ ବି ଉଠିଛି-ଏଭଳି ପୋଲିସ୍ ମେଳି କରାଇ- ମାତ୍ର ୧୦୦ ଦିନର ମୋହନ ସରକାରକୁ ହରଡ଼ଘଣାରେ ପକାଇବାକୁ ହୋଇଥିଲା କି ଭିତିରି ଷଡ଼ଯନ୍ତ୍ର ? ତାସହ ପୂର୍ବରୁ ସୃଷ୍ଟି ହୋଇଥିବା ପୋଲିସ-ଭର୍ସେସ୍ ସେନା ସ୍ଥିତିକୁ ନେଇ ବି ଉପୁଜିଛି ସନ୍ଦେହ ।

Advertisment

Commissionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ