ମିରଟରେ ମୋଦିଙ୍କ ବିରାଟ ରାଲି; ବୈଜୟନ୍ତ କହିଲେ, ‘କ୍ଲିନ୍‌ ସୁଇପ କରିବ ବିଜେପି’...

ଆସନ୍ତାକାଲି ଉତ୍ତରପ୍ରଦେଶ ମିରଟରେ ମୋଦିଙ୍କ ରାଲି । ନିର୍ବାଚନୀ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଲି ବିରାଟ ଓ ଭବ୍ୟ ହେବ ବୋଲି ସୂଚନା ଦେଲେ ବୈଜୟନ୍ତ ।

PM Modi to hold rally in Meerut

ଆସନ୍ତାକାଲି ଉତ୍ତରପ୍ରଦେଶ ମିରଟରେ ନିର୍ବାଚନୀ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଲି ବିରାଟ ଓ ଭବ୍ୟ ହେବ ବୋଲି ସୂଚନା ଦେଇଛନ୍ତି ଉତ୍ତର ପ୍ରଦେଶର ବିଜେପି ନିର୍ବାଚନ ପ୍ରଭାରୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏଥର ଉତ୍ତରପ୍ରଦେଶରେ ବିଜେପି କ୍ଲିନ୍‌ ସୁଇପ କରିବ ବୋଲି କହିଛନ୍ତି ବୈଜୟନ୍ତ । 

ମିରଟ ସଂସଦୀୟ କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ରାମାୟଣ ଟିଭି ସିରିଏଲ୍‌ରେ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ । ତେବେ ନିର୍ବାଚନ ପ୍ରସ୍ତୁତି ନେଇ ଆଜି ବରିଷ୍ଠ ନେତାଙ୍କ ସହ ବୈଠକ ଥିବା ବୈଜୟନ୍ତ ସୂଚନା ଦେଇଛନ୍ତି । 

ସେପଟେ ଆଜି ୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଘୋଷଣା କରିଛି ବିଜେପି । ୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରିଛି ଦଳ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କମିଟିର ଅଧ୍ୟକ୍ଷ ହୋଇଛନ୍ତି । ସେହିଭଳି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆବାହକ, ପୀୟୂଷ ଗୋୟଲଙ୍କୁ ସହ-ଆବାହକ ଦାୟିତ୍ବ ମିଳିଛି । ଅର୍ଜୁନ ମୁଣ୍ଡା, ଭୂପେନ୍ଦ୍ର ଯାଦବ, ହିମନ୍ତ ବିଶ୍ବଶର୍ମା କମିଟି ସଦସ୍ୟ ରହିଛନ୍ତି । ଓଡ଼ିଶାରୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଦସ୍ୟ କରାଯାଇଛି ।