Advertisment

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ପିଏମ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି

ମୋଦି ପଠାଇବେ 'ପିଏମ୍ କିଷାନ' କିସ୍ତି । ଆଜି ପ୍ରଦାନ କରାଯିବ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି । ମୋଟ ୯ କୋଟି ୩୦ ଲକ୍ଷ ଚାଷୀଙ୍କୁ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ।

ଅଦ୍ୟତନ ହୋଇଛି
PM Kisan Yojana 17th Installment 2024

PM Kisan Yojana 17th Installment 2024

Advertisment

ଚାଷୀଙ୍କ ପାଇଁ ଖୁସି ଖବର । ଆଜି ପ୍ରଦାନ କରାଯିବ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି। ଦେଶର ମୋଟ ୯ କୋଟି ୩୦ ଲକ୍ଷ ଚାଷୀଙ୍କୁ ଉତ୍ତରପ୍ରଦେଶ ବାରାଣସୀରୁ ଡିବିଟି ମାଧ୍ୟମରେ ମୋଟ ୨୦ ହଜାର କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ଆସିବ। 

Advertisment

ଏହି ଅବସରରେ ଆମ ରାଜ୍ୟର ଚାଷୀଙ୍କୁ ଏହି କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। । ଆଜି ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଯାଇ ସେଠାକାର କିଛି ଚାଷୀଙ୍କୁ ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ଅର୍ଥରାଶି ପ୍ରଦାନ କରିବେ।

ଅଧିକ ପଢ଼ନ୍ତୁ: ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ...ଆଗାମୀ ଦୁଇ ମାସରେ ଟ୍ରାକ୍‌ରେ ଦୌଡିବ ବନ୍ଦେ ଭାରତ ସ୍ଲିପର୍‌

Advertisment

ଏହି ଅବସରରେ ବରଗଡ଼ର ଗାନ୍ଧି ଛକରୁ ବାନ୍ଦୁଟିକ୍ରା ଛକ ପର୍ଯ୍ୟନ୍ତ ଏକ ରୋଡ୍ ଶୋ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ଜର୍ଜ ହାଇସ୍କୁଲ ପଡ଼ିଆରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ନୂଆ ସରକାର ଓ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ବ ନେବା ପରେ ପ୍ରଥମ ଜିଲ୍ଲା ଭାବେ ବରଗଡ଼କୁ ଆଜି ଗସ୍ତ କରିବେ।  

ସେହିପରି ପୁରୀରେ ଉପସ୍ଥିତ ରହିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଟକରେ ସୁରେଶ ପୂଜାରୀ, ନୟାଗଡ଼ରେ ରବି ନାରାୟଣ ନାଏକ, କେନ୍ଦ୍ରାପଡ଼ାରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଖୋର୍ଦ୍ଧାରେ ପୃଥ୍ବୀରାଜ ହରିଚନ୍ଦନ, ସିଫା, କୌଶଲ୍ୟାଗଙ୍ଗରେ ମୁକେଶ କୁମାର ମହାଲିଙ୍ଗ, ଗଞ୍ଜାମରେ ବିଭୂତି ଭୂଷଣ ଜେନା, ଅନୁଗୁଳରେ କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ଚଣାରେ ଗଣେଣ ରାମସିଂହ ଖୁଣ୍ଟିଆ, ଭଦ୍ରକରେ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ପ୍ରଦୀପ ବଳସାମନ୍ତ, ଭଞ୍ଜନଗରରେ ଗୋକୁଳଚନ୍ଦ୍ର ମଲ୍ଲିକ ଓ ଜଗତସିଂହପୁରରେ ସମ୍ପଦ ଚରଣ ସ୍ବାଇଁ ଉପସ୍ଥିତ ରହିବେ। ଏହାସହ ବାଲେଶ୍ବର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ସାଂସଦମାନେ ଓ ଗଜପତି‌ରେ ବ୍ରହ୍ମପୁର ସାଂସଦ ଉପସ୍ଥିତ ରହିବେ।

Advertisment
PM Kisan Yojna PM Kisan Nidhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ