Advertisment

E-Buses: ରାଜ୍ୟରେ ଗଡ଼ିବ ୬ ଶହ ଇ-ବସ୍

ଗୁରୁ ଦିବସରେ ମୋହନ ମାଝୀ ସରକାରର ବଡ଼ ଘୋଷଣା । ଏଣିକି ଇ-ବସରେ ବସି ଯା ଆସ କରିବେ ପିଲା, ଭେଣ୍ଡା, ବୁଢା

Plan Ready for 1000 E-Buses in Odisha with Centre-State Support

Plan Ready for 1000 E-Buses in Odisha with Centre-State Support

Advertisment

ଗୁରୁ ଦିବସରେ ମୋହନ ମାଝୀ ସରକାରର ବଡ଼ ଘୋଷଣା । ଏଣିକି ଇ-ବସରେ ବସି ଯା ଆସ କରିବେ ପିଲା, ଭେଣ୍ଡା, ବୁଢା  । କେବଳ କ୍ୟାପିଟାଲରେ ନୁହେଁ ଏଣିକି ଓଡ଼ିଶାର ରାଜ ରାସ୍ତାରେ ଗଡ଼ିବ ଇ-ବସ୍ । ଲୋକଙ୍କୁ ଆରାମଦାୟକ ଯାତ୍ରା ସାଙ୍ଗକୁ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ମୋହନ ମାଝୀ ସରକାର ରାଜ୍ୟ ଆଗାମୀ ଦିନରେ ୨ ଶହ ଅଧିକ ଇ-ବସ୍ ଚଲାଇବେ ବୋଲି ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି  ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Advertisment

ରାଜ୍ୟରେ ଏକ ହଜାର e- ବସର ଆବଶ୍ୟକତା ରହିଛି । ତେଣୁ ଆଗାମୀ ଦିନରେ ରାଜ୍ୟ ସରକାର ୨୦୦  e- ବସ ଆଣିବେ । ଏଥିସହ ପ୍ରଧାନମନ୍ତ୍ରୀ ମଧ୍ୟ ଓଡିଶାକୁ ୪ଶହ ଇ-ବସ୍ ପ୍ରଦାନ କରିବେ। ମୋଟ ୬ଶହ ଇ- ବସ୍  ଜନସାଧାରଣଙ୍କ ସେବାରେ ଲାଗିବ।

ବର୍ତ୍ତମାନ ସ୍ଥିତିରେ ୨୫ଟି ଇ-ବସ୍ ଅଣାଯାଉଛି । ଯାହା ସମ୍ବଲପୁରରେ ଗଡିବ । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାକୁ ମଧ୍ୟ e- ବସ୍ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ